ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ତେନ୍ତୁଳି ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା

ଥୁଆମୂଳ ରାମପୁର,୪।୮(ଦୁର୍ଗା କୀର୍ତ୍ତି):ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି। ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ଆଜି ବି ଦୁର୍ଗମ ଅଞ୍ଚଳରେ ଏମିତି ଅନେକ ବିଦ୍ୟାଳୟ ରହିଛି, ଯେଉଁଠି ମୌଳିକ ସୁବିଧା ଖଣ୍ଡିଏ ପହଞ୍ଚିପରୁ ନାହିଁ। ଏଭଳି ଏକ ବିଦ୍ୟାଳୟ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମପଞ୍ଚାୟତ ଅଧିନସ୍ଥ ତୁମୁନୀ ଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
୨୦୦୯ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଜଣେ ପ୍ରଧାନ ଶିକ୍ଷକ ଭାବେ ରାମ ସିଂ ମାଝୀ ଏବଂ ଜଣେ ସହ ଶିକ୍ଷକ ଭାବେ ପ୍ରମୋଦ ଦଣ୍ଡସେନା ଶିକ୍ଷାଦାନ କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ, ସ୍କୁଲ ପାଇଁ ପାଚେରୀ, ଶୌଚାଳୟ, ପିଲାଙ୍କ ପାଇଁ ବିଶୁଦ୍ଧ ପାଣି, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଗୃହ ନ ଥିବାରୁ ଏଠିକାର ଛାତ୍ରୀଛାତ୍ରୀଙ୍କ ଭାବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି l
ଗତ ଏପ୍ରିଲ ମାସର କାଳବୈଶାଖୀ ବର୍ଷା ସମୟରେ ପ୍ରବଳ ବେଗରେ ପବନ ବହିବା ସହିତ ତୁହାକୁତୁହା ବର୍ଷା ହେବାରୁ ଉକ୍ତ ବିଦ୍ୟାଳୟର ଆଜବେଷ୍ଟ ଉଡିଯାଇଥିଲା। ଫଳରେ ବର୍ତ୍ତମାନ ପାଇଁ ଛାତ୍ରଛାତ୍ରୀମାନଙ୍କର ପାଠ ପଢିବାରେ ଅସୁବିଧା ହେଉଥିବାବେଳେ ଆମେ ଏମିତି ସ୍କୁଲ ବାରଣ୍ଡାରେ ବସି ପିଲାଙ୍କୁ ପାଠ ପଢ଼ାଉଛୁ ଏବଂ ବାକି ଖରା କିମ୍ବା ଅନ୍ୟାନ୍ୟ ସମୟ ଏମିତି ବିଦ୍ୟାଳୟ ପାଖ ତେନ୍ତୁଳି ଗଛ ତଳେ ପାଠ ପଢ଼ାଉଛୁବୋଲି ପ୍ରଧାନଶିକ୍ଷକ ଆମ ଧରିତ୍ରୀକୁ ସୂଚନା ଦେବା ସହ ଏନେଇ ଆମେ ଅନେକ ଥର ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକ, ଶିକ୍ଷକ ମିଶି ପୂର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦରଖାସ୍ତ ମାଧ୍ୟମରେ ଜଣାଇଥିଲୁ ହେଲେ ଆଜିକୁ ୪ମାସ ହେବାକୁ ବସିଲାଣି ଏଥିପ୍ରତି କାହାରି ଦୃଷ୍ଟି ନାହିଁ l

ଏଣୁ ଆମେ ପୁନର୍ବାର ସୋମବାର ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ପିଲାଙ୍କ ଭବିଷ୍ୟତ ପାଇଁ ଲିଖିତ ଅନୁରୋଧ କରୁଛୁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ମାଝୀ ଏବଂ ପ୍ରଧାନ ଶିକ୍ଷକ ରାମ ସିଂ ମାଝୀ ସୂଚନା ଦେଇଛନ୍ତି l ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେବା ସହ ଏଦିଗରେ ବ୍ଳକ ପ୍ରଶାସନ ଗୁରୁତ୍ୱ ଦେଇ ବିଦ୍ୟାଳୟ ମରାମତି କାର୍ଯ୍ୟ ଯଥା ସମ୍ଭବ ଆରମ୍ଭ କରାଯାଏ, ତେବେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି l

ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଯାଇ ସ୍ଥିତି ଅନୁଧ୍ୟାନ କରି ମୋତେ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ ଦେବିଏବଂ ଆଗାମୀ ଦିନରେ କ’ଣ ହୋଇପାରିବ ଆମେ ତା’ର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି l ତେବେ ଦେଖିବାକୁ ବାକିରହିଲା ବିଡ଼ିଓ ଦୁର୍ଗମ ଅଞ୍ଚଳର କୋମଳବତି ପିଲାଙ୍କ ପାଇଁ କେତେ ଯତ୍ନବାନ ହେଉଛନ୍ତି ଏବଂ ଏମାନଙ୍କ ଦୁଃଖ ଶୁଣୁଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?