Posted inଜାତୀୟ

ମନ୍ଦିର ଆସିଥିବା ମହିଳାଙ୍କ ଚୁଟି ଧରି ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ପୂଜକ, କାରଣ ଜାଣିଲେ…

ପାଟଣା,୭ା୮: ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ମହିଳାଙ୍କ ଚୁଟି ଧରି ପିଟିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରେ ମନ୍ଦିର କମିଟି ପକ୍ଷରୁ ପୂଜାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।

ମନ୍ଦିର କମିଟି ପକ୍ଷରୁ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ଦରଭଙ୍ଗାରେ ଥିବା ମା’ ଶ୍ୟାମା ମାଇ ମନ୍ଦିର ପରିସରରେ ପୂଜାରୀ ଜଣେ ମହିଳାଙ୍କୁ ଧରି ପିଟିଥିଲେ। କେହି ଜଣେ ଭିଡିଓଟିକୁ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି। ଦୁଇଦିନ ପୂର୍ବରୁ ଏହି ଘଟଣା ଘଟିଛି। ମହିଳା ଜଣକ ମନ୍ଦିର ଭିତରକୁ ଯାଇ ଶ୍ୟାମା ମାଇଙ୍କୁ ପୂଜା କରିବା ପାଇଁ ଅଡ଼ି ବସିଥିଲେ। ମାତ୍ର କରୋନା କଟକଣା ଗାଇଡ୍‌ଲାଇନ୍‌ ଯୋଗୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ପ୍ରବେଶ ମନା ରହିଛି। ମହିଳା ବନ୍ଦ ଦ୍ୱାର ଖୋଲିବା ପାଇଁ ପୂଜକଙ୍କୁ ବାରମ୍ବାର କହିଥିଲେ। ଏହି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ପୂଜକ ଜଣକ ମହିଳାଙ୍କ ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୂଜକଙ୍କୁ ସ୍ପଷ୍ଟୀକରଣ ମଗା ଯାଇଥିବାବେଳେ ମହିଳାଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ। ଏହି ଘଟଣାର ଏବେ ଅଧିକ ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିହାର ଜେଲ୍‌ରୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ଜଣଙ୍କ ବଦଳରେ ୪ଙ୍କୁ ହତ୍ୟା କରିବି…

ତିହାର,୧୧।୮: ପଞ୍ଜାବର ମୋହାଲିରେ ଅକାଳୀ ଦଳ ନେତା ବିକ୍ରମଜିତ୍‌ ଓରଫ୍‌ ବିକିଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଆଉ ଦୁଇଟି ଫେସବୁକ ପୋଷ୍ଟ ଏବେ ସାମ୍ନାକୁ...

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି...

ଦେଶରେ ଚାଲିଛି ମୋଦି-ପୋଲିସଙ୍କ ରାଜୁତି…

ନୂଆଦିଲ୍ଲୀ, ୨୬।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସରକାରଙ୍କ ବିଭିନ୍ନ ନିୀତିର ବିରୋଧ କରି ଏକ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତାରେ...

ବୁଲେଟ୍ ଫ୍ରୁଫ୍ ଗାଡି ଯୋଗୁ ବଞ୍ଚିଗଲି: ନଡ୍ଡା

କୋଲକାତା,୧୦ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମ ବଙ୍ଗ ଗସ୍ତର ଶେଷ ଦିନରେ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା ।...

କଟାଗଲା ୧୩୧ କେଜିର କେକ

ମୁମ୍ବାଇ,୧୪ ।୪: ମହାରାଷ୍ଟ୍ରର ଭୋଇୱାଡାରେ ବୁଧବାର ୧୩୧ କିଲୋଗ୍ରମାର ଏକ କେକ୍ କଟାଟାଇଛି । ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ...

ଟ୍ରେନ୍‌ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୩।୬: ଓଡିଶାର ବାଲେଶ୍ୱରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ରେଲଓ୍ବେ ପ୍ରବକ୍ତା ଅମିତାଭ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ସେହି ସ୍ଥାନ ପରିଦର୍ଶନ କରିବେ।...

ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି...

ବାବ୍ରି ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉ: ଇକବାଲ୍‌ ଅନସାରୀ

ନୂଆଦିଲ୍ଲୀ, ୧୭।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ ପକ୍ଷରୁ ଅଭିଯୁକ୍ତ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ...

Advertisement
Archives

Model This Week