ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଭ୍ୟାକ୍ସିନ୍‌ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭।୮: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଟିକା କ୍ଷେତ୍ରରେ ବିସ୍ତାର କରି ଚାଲିଛି। ତେଣୁ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ଅନୁମତି ପ୍ରଦାନ କରିଛି। ଆମେରିକାର ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗଲ ଡୋଜ କୋଭିଡ-୧୯ ଟିକା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ଏହା ପଞ୍ଚମ ଟିକା ଭାବେ ପରିଣତ ହୋଇଛି। ବର୍ତ୍ତମାନ ଭାରତରେ ୫ଟି ଇୟୁଏ ଟିକା ଉପଲବ୍ଧ ହେବ। ଯଥା କୋଭିଶିଲ୍ଡ, କୋଭାକ୍ସିନ, ସ୍ଫୁଟନିକ-ଭି ଓ ମର୍ଡନା ପରେ ଅନୁମୋଦନ ପାଇଥିବା ଏହା ପଞ୍ଚମ କୋଭିଡ-୧୯ ଟିକା ହେବ। ଏହା କରୋନା ବିରୋଧରେ ଲଢ଼େଇକୁ ଆହୁରି ଦ୍ୱିଗୁଣିତ କରିଦେବ। ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗଲ ଡୋଜ ଟିକା ଭାରତରେ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୫ରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପ୍ରାଇଭେଟ ଲିମିଟେଡ ଭାରତ ସରକାରଙ୍କୁ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ(ଇୟୁଏ) ପାଇଁ ଆବେଦନ କରିଥିଲା। ତେବେ ଶୁକ୍ରବାର କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମତି ଲାଗି ଆବେଦନ କରାଯାଇଥିଲା। ସୂଚନା ମୁତାବକ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଟିକାର ୩ଟି କ୍ଲିନିକାଲ ଟ୍ରାଏଲ୍‌ ସରିଛି। ଏଥିରେ ୮୫ପ୍ରତିଶତ ସଫଳତା ମିଳିଛି। ଏହି ସିଙ୍ଗଲ ଡୋଜ ଟିକା ନେବାର ୨୮ଦିନ ମଧ୍ୟରେ ଏହା ବେଶ୍‌ ଫଳପ୍ରଦ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି।...

ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍‌ଆଇଏମ୍‌

ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ...

କମଲ ହାସନଙ୍କୁ ଝଟ୍‌କା

ଚେନ୍ନାଇ,୨୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କୁ ବଡ ଝଟ୍‌କା ଲାଗିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭଡେକରଙ୍କ...

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ...

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି...

ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍‌: ୬୮ ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ...

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ରାଜ୍ୟରେ ସୁସ୍ଥ ହେଲେ ପୁଣି ୧୯୨୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ପୁଣି ୧୯୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୧୯୦, ନୟାଗଡରୁ ୧୫୧,...

Advertisement
Archives

Model This Week