ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ

ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶାଳିନୀ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ କରିଥିବା ନିଜର ଆବେଦନରେ ହନିଙ୍କ ବିରୋଧରେ ଅନେକ ଚକିତ କଲାଭଳି ଅଭିଯୋଗ ଆଣିଥିଲେ। ଗାୟକଙ୍କର ଅନେକ ମହିଳାଙ୍କ ସହ ଯୌନ ସମ୍ପର୍କ ରହିଛି। ଏପରିକି ସେ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ମଦ ବୋତଲ ଫିଙ୍ଗିଥିବା ସେ କହିଥିଲେ। ମାମଲା ପଞ୍ଜୀକୃତ ହେବାର ୩ ଦିନ ପରେ ମୁହଁ ଖୋଲିଛନ୍ତି ହନି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରି ନିଜର ପକ୍ଷ ରଖିଛନ୍ତି।

ହନି ଲେଖିଛନ୍ତି, ୨୦ ବର୍ଷର ଜୀବନସାଥୀ ଶାଳିନୀ ମୁଁ ଓ ମୋ ପରିବାର ବିରୋଧରେ ମିଥ୍ୟା ଏବଂ କୁତ୍ସିତ ଅଭିଯୋଗ ଆଣିଛନ୍ତି। ଏହା ମୋତେ ଅତ୍ୟନ୍ତ ଦୁଃଖି ଏବଂ ବ୍ୟଥିତ କରିଛି। ଏହା ବହୁତ ଘୃଣିତ କାର୍ଯ୍ୟ। ମୁଁ ନିଜର ଗୀତ ପାଇଁ କଠୋର ସମାଲୋଚନା, ଅତୀତରେ ମୋ ସ୍ବାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ସାମାନ୍ୟ ଭାବେ ନକରାତ୍ମକ ଗଣମାଧ୍ୟମରେ କଭରେଜ ସତ୍ତ୍ୱେ ମୁଁ ସର୍ବସାଧାରଣରେ ବିବୃତ୍ତି କିମ୍ବା ପ୍ରେସ୍‌ ନୋଟ୍‌ ଜାରି କରିନାହିଁ। ହେଲେ ଏଥର ନୀରବ ରହିବାର କୌଣସି ଲାଭ ନ ଥିଲା। ମୋର ବୃଦ୍ଧ ବାପାମା’ଙ୍କ ସହ ଦୁଃଖରେ ମୋ ସହ ଛିଡ଼ା ହୋଇଥିବା ସାନ ଭଉଣୀଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିଛି। ଏହି ଅଭିଯୋଗ ନିନ୍ଦନୀୟ ଏବଂ ବଦନାମ କରିବାକୁ ପ୍ରୟାସ ବୋଲି ସେ କହିଛନ୍ତି। ଏହାଛଡ଼ା ମୁଁ ଏହି ଫିଲ୍ମଜଗତ ସହ ୧୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ଅଛି। ଦେଶର କଳାକାର ଏବଂ ସଂଗୀତଜ୍ଞମାନଙ୍କ ସହ କାମ କରିଆସୁଛି। ସେମାନେ ମୋ ସ୍ତ୍ରୀଙ୍କ ସହ ମୋର ସମ୍ପର୍କ ବିଷୟରେ ଅବଗତ ଅଛନ୍ତି। ଶେଷଷରେ ହନି ତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅଧିକ ମନ୍ତବ୍ୟ ଦେବି ନାହିଁ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଶୀଘ୍ର ସତ ବାହାରକୁ ଆସିବ ବୋଲି ମୋର ବିଶ୍ୱାସ ରହିଛି। ଉଭୟ ପକ୍ଷଙ୍କ ଶୁଣାଣି ଶେଷ ହେବା ପରେ କୋର୍ଟ ରାୟ ନ ଆସିବା ଯାଏ ମୋର ଏବଂ ମୋର ପରିବାର ବିଷୟରେ କୌଣସି ସିଦ୍ଧାନ୍ତରେ ପହଞ୍ଚନ୍ତୁନାହିଁ ବୋଲି ହନି କହିଛନ୍ତି। ତେବେ ମାମଲା ଆଗକୁ କି ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri