Posted inଜାତୀୟ

ମାତୃଭାଷାରେ ଶିକ୍ଷା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୯:ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୭ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କୃତ ଶିକ୍ଷକଙ୍କ ମଧ୍ୟରେ ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ ଅଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା ଗ୍ରାମରେ ଶିକ୍ଷକ ନାୟକଙ୍କ ଜନ୍ମ। ସମ୍ପ୍ରତି ସେ ନିମାପଡ଼ା ବ୍ଲକ ଶଗଡ଼ା ପଞ୍ଚାୟତ ଅଧୀନ କାନପୁର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ୨୦୧୭ରେ ସେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଥିଲେ। ସେ ବହୁ ପୁସ୍ତକ ରଚନା କରିଥିବାବେଳେ ଅନେକ ପୁରସ୍କାର ଲାଭ କରିଛନ୍ତି। ତାଙ୍କ ରଚିତ ‘ଅଳିଆରୁ ଅ ଆ’ ପୁସ୍ତକ ପୁରସ୍କୃତ ଓ ପ୍ରଶଂସିତ ହୋଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ନାୟକଙ୍କୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବହୁ ଶିକ୍ଷାବିତ୍‌ ଅଭିନନ୍ଦନ ଜଣାଇଛନ୍ତି।
ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ବିଜ୍ଞାନ, ସାହିତ୍ୟ ଓ ସାମାଜିକ ବିଜ୍ଞାନରେ ମେଧା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ଏହା ଅଧିକ ପ୍ରଭାବୀ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେଥିପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍କୁଲ୍‌ ଶିକ୍ଷା ଏବଂ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ପିଲାମାନଙ୍କଠାରେ ପ୍ରଶ୍ନ ପଚାରିବାର ଅଭ୍ୟାସ ବଢ଼ାଇବାକୁ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ଅଧିକ ପ୍ରଶ୍ନ ପଚାରିବା ଓ ଉତ୍ତର ଦେବା ଦ୍ୱାରା ସେମାନଙ୍କ ସମସ୍ୟା ସମାଧାନ ହେବା ସହ ଜ୍ଞାନ ବୃଦ୍ଧି ହୋଇପାରିବ। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଜାତୀୟ ଶିକ୍ଷକ ପୁରସ୍କାର ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ରାଷ୍ଟ୍ରପତି ତାଙ୍କ ସ୍କୁଲ୍‌ ଶିକ୍ଷକମାନଙ୍କ ଅବଦାନକୁ ମନେପକାଇଥିଲେ। ସେହି ଶିକ୍ଷକମାନଙ୍କ ପାଇଁ ସେ ତାଙ୍କ ଗ୍ରାମର ପ୍ରଥମ ଝିଅ ଭାବରେ କଲେଜ ଯାଇପାରିଥିଲେ। ଭାରତର ବିଦ୍ୟାଳୟ ଶିକ୍ଷା ବିଶ୍ୱର ସର୍ବବୃହତ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଗଣାଯାଉଥିବା ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?