ଡାଉନିଂ ଷ୍ଟ୍ରିଟ୍‌ରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୬।୯: କଞ୍ଜରଭେଟିଭ୍‌ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍‌ ଟ୍ରସ୍‌ ଭାରତ-ବ୍ରିଟେନ୍‌ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ ସପକ୍ଷରେ ଥିବା ବରିଷ୍ଠ ବ୍ରିଟିଶ୍‌ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ। ଟ୍ରସ୍‌ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଥିବାବେଳେ ଗତବର୍ଷ ମେ’ରେ ବୋରିସ୍‌ ଜନ୍‌ସନ ସରକାରଙ୍କ ପକ୍ଷରୁ ଭାରତ ସହ ତ୍ୱରାନ୍ବିତ ବାଣିଜି୍ୟକ ସହଭାଗିତା (ଇଟିପି) ଚୁକ୍ତିରେ ସ୍ବାକ୍ଷର କରିଥିଲେ। ବର୍ତ୍ତମାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଆଲୋଚନାକୁ ଆଗକୁ ବଢ଼ାଇବାରେ ଏଇଠୁ ମୂଳଦୁଆ ପଡ଼ିଥିଲା।
୪୭ ବର୍ଷୀୟା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଟ୍ରସ୍‌ ଭାରତ ଗସ୍ତ କରିବା ସହ ଏକାଧିକ ଥର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଭର୍ଚୁଆଲ ମୋଡ୍‌ରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଟ୍ରସ୍‌ ଭାରତକୁ ‘ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ସୁଯୋଗ’ ବୋଲି ଅଭିହିତ କରିଥିଲେ। ଇଟିପିରେ ସ୍ବାକ୍ଷର କରିବା ପରେ ଟ୍ରସ୍‌ କହିଥିଲେ, ସେ ବାଣିଜ୍ୟ କ୍ଷେତ୍ରରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଏକ ମଧୁର ସମ୍ପର୍କ ପ୍ରତିଷ୍ଠ ହେଉଥିବା ଦେଖୁଛନ୍ତି। ଏହି ବିସ୍ତୃତ ବାଣିଜି୍ୟକ ରାଜିନାମାରେ ଆର୍ଥିକ ସେବାଠୁ ନେଇ ଆଇନଗତ ସେବା, ଡିଜିଟାଲ, ଡାଟା ତଥା ସାମଗ୍ରୀ ଓ କୃଷି କ୍ଷେତ୍ର ଅନ୍ତର୍ଭୁକ୍ତ। ଚୁକ୍ତିନାମା ଫଳରେ ଉଭୟ ପକ୍ଷ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ନିମ୍ନ ଟିକସ ବସାଇବେ ବୋଲି ଟ୍ରସ୍‌ ଆଶାବ୍ୟକ୍ତ କରିଥିଲେ।
ବହିର୍ବ୍ୟାପାର ମନ୍ତ୍ରୀ ରୂପେ ପଦୋନ୍ନତି ପାଇବା ପରେ ଟ୍ରସ୍‌ ଡିପାର୍ଟମେଣ୍ଟ ଫର୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ (ଡିଆଇଟି) ଭାର ଆନ୍ନେ ମାରିଏ-ଟ୍ରେଭେଲ୍ୟାନ୍‌ଙ୍କୁ ଦେଇଥିଲେ, ଯିଏକି ବାଣିଜ୍ୟ ସଚିବ ଭାବେ ଭାରତ ସହ ଏଫ୍‌ଟିଏ ଆଲୋଚନାକୁ ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଛି।
ନିଟକରେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ କ୍ୟାମ୍ପେନ୍‌ ଟ୍ରାଏଲ୍‌ ବେଳେ ଟ୍ରସ୍‌ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ ତାଙ୍କ ଆଭିମୁଖ୍ୟ ଦୋହରାଇଥିଲେ। ବୋରିସ୍‌ ଜନ୍‌ସନ ଚଳିତବର୍ଷ ଶେଷ ସୁଦ୍ଧା ଏଫ୍‌ଟିଏ ଚୂଡ଼ାନ୍ତ ହୋଇଯିବ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଟ୍ରସ୍‌ ଏହାକୁ ଆସନ୍ତା ଦୀପାବଳି ସୁଦ୍ଧା ସମ୍ପନ୍ନ କରାଯିବ ବୋଲି କହିଥିଲେ। ଏପରି କି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତାକୁ ତ୍ୱରାନ୍ବିତ କରାଯିବ ବୋଲି ଟ୍ରସ୍‌ ଏକାଧିକ ଥର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର...

ମଙ୍ଗଳବାର ଭୋର ୪ଟା ୪୪ରେ ଉଲ୍‌କା ପିଣ୍ଡ ଡିର୍ମୋଫୋସକୁ ଧକ୍କାଦେବ ଡାର୍ଟ…

ଓ୍ବାଶିଂଟନ, ୨୬।୯ : ଏବେ ଆଉ ପୃଥିବୀକୁ ଉଲ୍‌କା ପିଣ୍ଡ ଧକ୍କା ଦେବାର ଭୟ ରହିବ ନାହିଁ। ନାସାର ଡାର୍ଟ ମିଶନ ପୃଥିବୀ ପାଇଁ ପାଲଟିବ...

ପାକିସ୍ତାନରେ ସୁରକ୍ଷିତ ନୁହେଁ ଚତୁର୍ଥ ସ୍ତମ୍ଭ: ୬ବର୍ଷରେ କାର୍ଯ୍ୟରତ ୩୩ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା

ଇସଲାମାବାଦ୍‌,୨୪।୧୧: ପାକିସ୍ତାନର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ସୁରକ୍ଷିତ ନୁହେଁ। ଗତ ୬ ବର୍ଷରେ ଏଠାରେ କାର୍ଯ୍ୟରତ ୩୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା...

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ...

ମୁଣ୍ଡରେ ଭୁଲ୍‌ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…

କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ...

ସିଗାରେଟ୍‌ ପାଇଁ ଉଲଗ୍ନ

ମସ୍କୋ, ୧୭ା୨:ବିମାନରେ ଧୂମପାନ କରିବା ଲାଗି ମନା କରିବାରୁ ରୁଷିଆର ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ବିମାନ ଯାତ୍ରା କରୁଥିବା ଜଣେ ମହିଳା ଉଲଗ୍ନ ହୋଇପଡ଼ିଛନ୍ତି। ମହିଳାଙ୍କ...

ପାକିସ୍ତାନରେ ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ ଚାଇନା

ଇସଲାମାବାଦ୍‌/ବେଜିଂ,୨୮।୧୦: ପାକିସ୍ତାନରେ ଚାଇନା ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ। ପାକିସ୍ତାନର ଖାଇବର ପସ୍ତୁତଖ୍ବା ପ୍ରଦେଶରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ।...

ମୁସରତ ହିଲାଲି ହେବେ ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌

ଇସ୍‌ଲାମାବାଦ, ୩୦।୩: ପାକିସ୍ତାନର ଜଷ୍ଟିସ୍‌ ମୁସରତ ହିଲାଲି ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌ ହେବେ। ମୁସରତି ଏପ୍ରିଲ୍‌ ୧ରେ ଏହି ଦାୟିତ୍ୱ ଗ୍ରହଣ...

Advertisement
Archives

Model This Week