ଡାଉନିଂ ଷ୍ଟ୍ରିଟ୍‌ରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୬।୯: କଞ୍ଜରଭେଟିଭ୍‌ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍‌ ଟ୍ରସ୍‌ ଭାରତ-ବ୍ରିଟେନ୍‌ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ ସପକ୍ଷରେ ଥିବା ବରିଷ୍ଠ ବ୍ରିଟିଶ୍‌ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ। ଟ୍ରସ୍‌ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଥିବାବେଳେ ଗତବର୍ଷ ମେ’ରେ ବୋରିସ୍‌ ଜନ୍‌ସନ ସରକାରଙ୍କ ପକ୍ଷରୁ ଭାରତ ସହ ତ୍ୱରାନ୍ବିତ ବାଣିଜି୍ୟକ ସହଭାଗିତା (ଇଟିପି) ଚୁକ୍ତିରେ ସ୍ବାକ୍ଷର କରିଥିଲେ। ବର୍ତ୍ତମାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଆଲୋଚନାକୁ ଆଗକୁ ବଢ଼ାଇବାରେ ଏଇଠୁ ମୂଳଦୁଆ ପଡ଼ିଥିଲା।
୪୭ ବର୍ଷୀୟା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଟ୍ରସ୍‌ ଭାରତ ଗସ୍ତ କରିବା ସହ ଏକାଧିକ ଥର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଭର୍ଚୁଆଲ ମୋଡ୍‌ରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଟ୍ରସ୍‌ ଭାରତକୁ ‘ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ସୁଯୋଗ’ ବୋଲି ଅଭିହିତ କରିଥିଲେ। ଇଟିପିରେ ସ୍ବାକ୍ଷର କରିବା ପରେ ଟ୍ରସ୍‌ କହିଥିଲେ, ସେ ବାଣିଜ୍ୟ କ୍ଷେତ୍ରରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଏକ ମଧୁର ସମ୍ପର୍କ ପ୍ରତିଷ୍ଠ ହେଉଥିବା ଦେଖୁଛନ୍ତି। ଏହି ବିସ୍ତୃତ ବାଣିଜି୍ୟକ ରାଜିନାମାରେ ଆର୍ଥିକ ସେବାଠୁ ନେଇ ଆଇନଗତ ସେବା, ଡିଜିଟାଲ, ଡାଟା ତଥା ସାମଗ୍ରୀ ଓ କୃଷି କ୍ଷେତ୍ର ଅନ୍ତର୍ଭୁକ୍ତ। ଚୁକ୍ତିନାମା ଫଳରେ ଉଭୟ ପକ୍ଷ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ନିମ୍ନ ଟିକସ ବସାଇବେ ବୋଲି ଟ୍ରସ୍‌ ଆଶାବ୍ୟକ୍ତ କରିଥିଲେ।
ବହିର୍ବ୍ୟାପାର ମନ୍ତ୍ରୀ ରୂପେ ପଦୋନ୍ନତି ପାଇବା ପରେ ଟ୍ରସ୍‌ ଡିପାର୍ଟମେଣ୍ଟ ଫର୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ (ଡିଆଇଟି) ଭାର ଆନ୍ନେ ମାରିଏ-ଟ୍ରେଭେଲ୍ୟାନ୍‌ଙ୍କୁ ଦେଇଥିଲେ, ଯିଏକି ବାଣିଜ୍ୟ ସଚିବ ଭାବେ ଭାରତ ସହ ଏଫ୍‌ଟିଏ ଆଲୋଚନାକୁ ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଛି।
ନିଟକରେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ କ୍ୟାମ୍ପେନ୍‌ ଟ୍ରାଏଲ୍‌ ବେଳେ ଟ୍ରସ୍‌ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ ତାଙ୍କ ଆଭିମୁଖ୍ୟ ଦୋହରାଇଥିଲେ। ବୋରିସ୍‌ ଜନ୍‌ସନ ଚଳିତବର୍ଷ ଶେଷ ସୁଦ୍ଧା ଏଫ୍‌ଟିଏ ଚୂଡ଼ାନ୍ତ ହୋଇଯିବ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଟ୍ରସ୍‌ ଏହାକୁ ଆସନ୍ତା ଦୀପାବଳି ସୁଦ୍ଧା ସମ୍ପନ୍ନ କରାଯିବ ବୋଲି କହିଥିଲେ। ଏପରି କି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତାକୁ ତ୍ୱରାନ୍ବିତ କରାଯିବ ବୋଲି ଟ୍ରସ୍‌ ଏକାଧିକ ଥର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?