Posted inଜାତୀୟ

ବିଭିନ୍ନ ରାଜ୍ୟରେ କ୍ରସ୍‌ଭୋଟିଂ: ୮ଏମ୍‌ପି ଦେଇନାହାନ୍ତି ଭୋଟ

ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ଶେଷ ହୋଇଛି। ପୂର୍ବାହ୍ନ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଛି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ୯୯.୧୮% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ପି.ସି. ମୋଦି ସୂଚନା ଦେଇଛନ୍ତି। ଏଥିସହ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା(୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ ବନ୍ଦ ହୋଇଯାଇଛି। ଆସନ୍ତା ୨୧ ତାରିଖ ଅର୍ଥାତ୍‌ ଗୁରୁବାର ଭୋଟ ଗଣତି କରାଯିବ। ଅନ୍ୟପଟେ କେତେକ ରାଜ୍ୟ ବିଧାନସଭାରେ ଅନେକ ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍‌ଭୋଟିଂ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ଓ ଗୁଜରାଟର ଜଣେ ଲେଖାଏ ଏନ୍‌ସିପି ବିଧାୟକ ଏବଂ ଓଡ଼ିଶା ଓ ହରିୟାଣାର ଜଣେ ଲେଖାଏ କଂଗ୍ରେସ ବିଧାୟକ ରହିଛନ୍ତି। ସେହିପରି ପଞ୍ଜାବର ଜଣେ ଅକାଳୀ ଦଳ ବିଧାୟକ ତାଙ୍କ ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ନ ଥିବା ଦର୍ଶାଇ ଭୋଟ ବର୍ଜନ କରିଥିଲେ। ଆସାମରେ ଆଇୟୁଡିଏଫ୍‌ ବିଧାୟକ କରିମୁଦ୍ଦିନ ବଡ଼ଭୂୟଁା କହିଛନ୍ତି, ରାଜ୍ୟର ପ୍ରାୟ ୨୦ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। ଯଶଓ୍ବନ୍ତ ସିହ୍ନା ଏକଦା ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ ଓ ତାଙ୍କ ଦଳକୁ ଆଇଏସ୍‌ଆଇ ଏଜେଣ୍ଟ କହିଥିବାରୁ ତାଙ୍କ ଭାଇ ଶିବପାଳ ଯାଦବ ବିରୋଧୀ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିବା କହିଛନ୍ତି। ଗତମାସରେ ରାଜ୍ୟ ସଭା ନିର୍ବାଚନ ବେଳେ କ୍ରସ୍‌ଭୋଟିଂ କରିଥିବା ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ନିଜ ବିବେକାନୁମୋଦିତ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି। କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଦ୍ରୌପଦୀଙ୍କୁ ‘ଓଡ଼ିଶାର ଝିଅ’ କହି ତାଙ୍କ ସପକ୍ଷରେ ଭୋଟ ଦେଇଥିବା କହିଛନ୍ତି। ଝାଡ଼ଖଣ୍ଡରେ ଏନ୍‌ସିପି ବିଧାୟକ କମଳେଶ ସିଂ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଗୁଜରାଟର ଏନ୍‌ସିପି ବିଧାୟକ କନ୍ଧାଲ ଜାଡେଜା ଗାନ୍ଧୀନଗର ଆସେମ୍ବ୍ଲି କମ୍ପ୍ଲେକ୍ସରେ ମତଦାନ କରିବା ପରେ ତାଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିବା ସୂଚନା ଦେଇଛନ୍ତି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏହାର ବିଧାୟକ ମନପ୍ରୀତ ସିଂ ଆୟାଲି ନିଜ ଅଞ୍ଚଳର ସମସ୍ୟା ସମାଧାନ ହେଉ ନ ଥିବା ଦର୍ଶାଇ ଭୋଟ ବର୍ଜନ କରିଛନ୍ତି। ଅନ୍ୟପଟେ ୮ଜଣ ଏମ୍‌ପି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିପାରିନାହାନ୍ତି। ଏଥିରେ ବିଏସ୍‌ପି ଏମ୍‌ପି ଅତୁଲ କୁମାର ସିଂହ ରହିଥିବା ବେଳେ ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି। ସେହିପରି ଭାଜପା ଏମ୍‌ପି ସନ୍ନି ଦେଓଲ ମଧ୍ୟ ବିଦେଶ ଯାତ୍ରାରେ ଅଛନ୍ତି। ଏତଦ୍‌ ବ୍ୟତୀତ ଶିବସେନା ଏମ୍‌ପି ଗଜାନନ କିର୍ତ୍ତିକର, ହେମନ୍ତ ଗୋଡସେ, ବିଏସ୍‌ପି ଏମ୍‌ପି ଫଜଲୁର ରେହମାନ, ସାଦିକ ରେହମାନ ଓ ସେୟଦ ଇମତିଆଜ ମଧ୍ୟ ଭୋଟ ଦେଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି।...

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫...

ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ

ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ...

ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ...

ଦଲାଇ ଲାମାଙ୍କୁ ଭେଟିଲେ ନୀତୀଶ

ପାଟନା, ୩୧ା୧୨: ଦୁଇବର୍ଷ ପରେ ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଶୁକ୍ରବାର ବିହାରର ମହାବୋଧି ମନ୍ଦିର ଦର୍ଶନ କରିଛନ୍ତି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ...

ବିହାର, ମଧ୍ୟପ୍ରଦେଶ ଭୋଟର ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ଟିପ୍ପଣିକୁ ମନେ ରଖନ୍ତୁ: ଚିଦାମ୍ବରମ

ନୂଆଦିଲ୍ଲୀ,୧୮ ।୧୦: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ବିହାର, ମଧ୍ୟପ୍ରଦେଶ ଓ ଦେଶର ଅନ୍ୟ ରାଜ୍ୟର ଜନତାଙ୍କୁ ଅପିଲ କରି କହିଛନ୍ତି, ଭୋଟ ଦେବା...

ଭାରତରେ ପ୍ରାକ୍ଟିସ୍‌ କରିପାରିବେ ପାକିସ୍ତାନୀ ହିନ୍ଦୁ ଡାକ୍ତର…

ନୂଆଦିଲ୍ଲୀ, ୭।୮ : ପାକିସ୍ତାନର ହିନ୍ଦୁ ଡାକ୍ତରମାନଙ୍କ ପାଇଁ ଭାରତ ଦ୍ୱାର ଖୋଲିଛି। ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପରେ ନିଜ ଦେଶ ଛାଡି ଭାରତରେ...

ବିଷାକ୍ତ ଖାଦ୍ୟ ଖାଇ ୧୫୦ ଛାତ୍ରୀଛାତ୍ର ଅସୁସ୍ଥ

ହାଇଦ୍ରାବାଦ,୧୬।୭: ବିଷାକ୍ତ ଖାଦ୍ୟ ଖାଇ ତେଲଙ୍ଗାନା ନିର୍ମଲ ଜିଲାର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ନଲେଜ୍‌ ଟେକ୍ନୋଲୋଜିର ୧୫୦ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ...

Advertisement
Archives

Model This Week