Posted inଜାତୀୟ

ବିଭିନ୍ନ ରାଜ୍ୟରେ କ୍ରସ୍‌ଭୋଟିଂ: ୮ଏମ୍‌ପି ଦେଇନାହାନ୍ତି ଭୋଟ

ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ଶେଷ ହୋଇଛି। ପୂର୍ବାହ୍ନ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଛି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ୯୯.୧୮% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ପି.ସି. ମୋଦି ସୂଚନା ଦେଇଛନ୍ତି। ଏଥିସହ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା(୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ ବନ୍ଦ ହୋଇଯାଇଛି। ଆସନ୍ତା ୨୧ ତାରିଖ ଅର୍ଥାତ୍‌ ଗୁରୁବାର ଭୋଟ ଗଣତି କରାଯିବ। ଅନ୍ୟପଟେ କେତେକ ରାଜ୍ୟ ବିଧାନସଭାରେ ଅନେକ ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍‌ଭୋଟିଂ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ଓ ଗୁଜରାଟର ଜଣେ ଲେଖାଏ ଏନ୍‌ସିପି ବିଧାୟକ ଏବଂ ଓଡ଼ିଶା ଓ ହରିୟାଣାର ଜଣେ ଲେଖାଏ କଂଗ୍ରେସ ବିଧାୟକ ରହିଛନ୍ତି। ସେହିପରି ପଞ୍ଜାବର ଜଣେ ଅକାଳୀ ଦଳ ବିଧାୟକ ତାଙ୍କ ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ନ ଥିବା ଦର୍ଶାଇ ଭୋଟ ବର୍ଜନ କରିଥିଲେ। ଆସାମରେ ଆଇୟୁଡିଏଫ୍‌ ବିଧାୟକ କରିମୁଦ୍ଦିନ ବଡ଼ଭୂୟଁା କହିଛନ୍ତି, ରାଜ୍ୟର ପ୍ରାୟ ୨୦ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। ଯଶଓ୍ବନ୍ତ ସିହ୍ନା ଏକଦା ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ ଓ ତାଙ୍କ ଦଳକୁ ଆଇଏସ୍‌ଆଇ ଏଜେଣ୍ଟ କହିଥିବାରୁ ତାଙ୍କ ଭାଇ ଶିବପାଳ ଯାଦବ ବିରୋଧୀ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିବା କହିଛନ୍ତି। ଗତମାସରେ ରାଜ୍ୟ ସଭା ନିର୍ବାଚନ ବେଳେ କ୍ରସ୍‌ଭୋଟିଂ କରିଥିବା ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ନିଜ ବିବେକାନୁମୋଦିତ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି। କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଦ୍ରୌପଦୀଙ୍କୁ ‘ଓଡ଼ିଶାର ଝିଅ’ କହି ତାଙ୍କ ସପକ୍ଷରେ ଭୋଟ ଦେଇଥିବା କହିଛନ୍ତି। ଝାଡ଼ଖଣ୍ଡରେ ଏନ୍‌ସିପି ବିଧାୟକ କମଳେଶ ସିଂ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଗୁଜରାଟର ଏନ୍‌ସିପି ବିଧାୟକ କନ୍ଧାଲ ଜାଡେଜା ଗାନ୍ଧୀନଗର ଆସେମ୍ବ୍ଲି କମ୍ପ୍ଲେକ୍ସରେ ମତଦାନ କରିବା ପରେ ତାଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିବା ସୂଚନା ଦେଇଛନ୍ତି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏହାର ବିଧାୟକ ମନପ୍ରୀତ ସିଂ ଆୟାଲି ନିଜ ଅଞ୍ଚଳର ସମସ୍ୟା ସମାଧାନ ହେଉ ନ ଥିବା ଦର୍ଶାଇ ଭୋଟ ବର୍ଜନ କରିଛନ୍ତି। ଅନ୍ୟପଟେ ୮ଜଣ ଏମ୍‌ପି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିପାରିନାହାନ୍ତି। ଏଥିରେ ବିଏସ୍‌ପି ଏମ୍‌ପି ଅତୁଲ କୁମାର ସିଂହ ରହିଥିବା ବେଳେ ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି। ସେହିପରି ଭାଜପା ଏମ୍‌ପି ସନ୍ନି ଦେଓଲ ମଧ୍ୟ ବିଦେଶ ଯାତ୍ରାରେ ଅଛନ୍ତି। ଏତଦ୍‌ ବ୍ୟତୀତ ଶିବସେନା ଏମ୍‌ପି ଗଜାନନ କିର୍ତ୍ତିକର, ହେମନ୍ତ ଗୋଡସେ, ବିଏସ୍‌ପି ଏମ୍‌ପି ଫଜଲୁର ରେହମାନ, ସାଦିକ ରେହମାନ ଓ ସେୟଦ ଇମତିଆଜ ମଧ୍ୟ ଭୋଟ ଦେଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?