Posted inଫୁରସତ

ବିପଦରେ ସବୁଜ ସାଗରୀୟ କଇଁଛ

ଟୋକିଓ: ଜାପାନର ସବୁଜ ସାଗରୀୟ କଇଁଛ ପ୍ରଜାତି ଏବେ ବିପଦରେ। ଜାପାନର ଏକ ଦ୍ୱୀପରେ ପାଖାପାଖି ୩୦ ଗୋଟି କଇଁଛଙ୍କ ମୃତଦେହ ମିଳିଛି। ମୃତ କଇଁଛଙ୍କ ମଧ୍ୟରୁ ଅଧିକାଂଶଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଭୁସାଯାଇଥିବା ଦେଖିବାକୁ ମିଳିଛି। ତେବେ କିଛିଦିନ ପୂର୍ବେ ଜାପାନର କୁମେଜିମା ଦ୍ୱୀପରେ ଏହି କଇଁଛଙ୍କ ମୃତଦେହ ମିଳିଥିବାବେଳେ ସମୁଦ୍ର ଲହରିରେ ଆସି କଇଁଛ ସବୁ କୂଳରେ ଲାଗିଥିବା କୁହାଯାଉଛି। କଇଁଛଙ୍କ ଗୋଡ଼ ଛିଡ଼ିଯାଇଥିବା ମଧ୍ୟ ଦେଖାଯାଇଛି। କଇଁଛଗୁଡ଼ିକ ମାଛ ଜାଲରେ ପଡ଼ିଯିବା କାରଣରୁ ଏମାନଙ୍କୁ ଜାଲରୁ ହଟାଇବା ପାଇଁ ମାଛଧରାଳିମାନେ ମାରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସମୁଦ୍ରରେ କିଛି କଇଁଛ ମୋତେ ଘେରିଯାଇଥିଲେ, ସେମାନଙ୍କୁ ହଟେଇବା ପରେ ଏକ ବିରାଟ କଇଁଛ ରାସ୍ତାରୁ ହଟୁ ନ ଥିବା କାରଣରୁ ତା’ ଦେହରେ ଛୁରି ଭୁସିଥିବା ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ତେବେ ସଂଗ୍ରହାଳୟର ବହୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ...

ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି...

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ...

ଦୋସା ପ୍ରସ୍ତୁତ କରି ପବନରେ ଉଡ଼ାଇଦେଲେ ଦୋକାନୀ, ସିଧା ଯାଇ ପଡ଼ିଲା ଗ୍ରାହକଙ୍କ ଥାଳିରେ

ଦକ୍ଷିଣ ମୁମ୍ବାଇର ମଙ୍ଗଳଦାସ ମାର୍କେଟରେ ଜଣେ ଦୋକାନୀ ଦୋସା ପ୍ରସ୍ତୁତ କରି ପବନରେ ଏମିତି ଉଡ଼ାଇ ଦେଉଛନ୍ତି ଯେ, ସିଧା ଯାଇ ଗ୍ରାହକଙ୍କ ଥାଳିରେ ପଡୁଛି।...

୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି

ରୋମ୍‌: ଇଟାଲୀର ସାନ୍‌ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌। ମୂର୍ତ୍ତି ସାଙ୍ଗକୁ ପାଖାପାଖି...

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି।...

ନୋ କିସିଂ ଜୋନ୍‌, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ଲାଗିଲା ବୋର୍ଡ…

ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍‌, ନୋ ରେସ୍‌ ଡ୍ରାଇଭିଂ ଜୋନ୍‌, ନୋ ଲିଟରିଂ ଜୋନ୍‌ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ...

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

Advertisement
Archives

Model This Week