ପରିବର୍ତ୍ତନର ପ୍ରସ୍ତୁତି

Dillip Cherian

ଦିଲ୍ଲୀର ପ୍ରମୁଖ ସରକାରୀ ବିଭାଗଗୁଡ଼ିକରେ ଆମୂଳଚୂଳ ପରିବର୍ତ୍ତନ କରିବାକୁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ସହ ପ୍ରଶାସନର ପୁନର୍ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ସରକାର ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଅଫ୍‌ ଦିଲ୍ଲୀ (ଏମ୍‌ସିଡି) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ନେଇ ଏକ ପରିବର୍ତ୍ତନକାରୀ ପୁନର୍ଗଠନ ବିଷୟରେ ବିଭାଗୀୟ ବ୍ୟକ୍ତିମାନେ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ(ସିଏସ୍‌)ଙ୍କ ତୃତୀୟ ନ୍ୟାଶନାଲ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଆଗାମୀ ଅଦଳବଦଳର ଉତ୍ସୁକତାକୁ ଆହୁରି ବଢ଼ାଇଦେଇଛି। ଗୁଜବ ହେଉଛି ଯେ ଏହି ଅଦଳବଦଳରେ ଏଜିଏମ୍‌ୟୁଟି କିମ୍ବା କେନ୍ଦ୍ରୀୟ କ୍ୟାଡର ମଧ୍ୟରେ ଥିବା ଅନେକ ଆଇଏଏସ୍‌ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପଦୋନ୍ନତି ସାମିଲ ରହିବ। ସୂତ୍ରରୁ ଜଣାଯାଇଛି, ଅଦଳବଦଳର ଝଟକା ଦିଲ୍ଲୀ ସୀମା ଟପି ପୁଡୁଚେରୀ ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଯିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ଶେଷ ସୁଦ୍ଧା ୧୯୮୮ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଧରମପାଲଙ୍କ ଅବସର ପରଠାରୁ ବିନା ପରାମର୍ଶଦାତାରେ ଚଣ୍ଡିଗଡ଼ର ପ୍ରଶାସନ ଚାଲିଆସୁଛି। ଏହି ଅଦଳବଦଳରେ ସମାନ ବ୍ୟାଚ୍‌ ଓ କ୍ୟାଡରର ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଏବଂ ଜମ୍ମୁ-କଶ୍ମୀର ମୁଖ୍ୟ ସଚିବ ଅରୁଣ କୁମାର ମେହେଟାଙ୍କ ଆସନ୍ନ ଅବସରକୁ ସମାଧାନ କରାଯାଇପାରିବ। ୬ ମାସ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ କୁମାର ସୁପ୍ରିମକୋର୍ଟରେ ନ୍ୟାୟିକ ସଙ୍କଟର ସମ୍ମୁଖୀନ ହୋଇଥିଲାବେଳେ ଜମ୍ମୁ-କଶ୍ମୀରରେ ୧୯୮୯ ବ୍ୟାଚ ଏଜିଏମ୍‌ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀ ଅତୁଲ ଦୁଲ୍ଲୋଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କିନ୍ତୁ ଚଣ୍ଡିଗଡ଼ ପରାମର୍ଶଦାତାଙ୍କ ପଦବୀରେ ବର୍ତ୍ତମାନ ୨୦୦୦ ବ୍ୟାଚ୍‌ ହରିୟାଣା କ୍ୟାଡର ଆଇଏଏସ୍‌ ଅଧିକାରୀ ନୀତିନ ଯାଦବ ଅବସ୍ଥାପିତ ହେବା ଘଟଣାକୁ ବୁଝିବା କଷ୍ଟକର, ଯାହା ନିଶ୍ଚିତ ଭାବରେ ପରିବର୍ତ୍ତନର ଅନିଶ୍ଚିତତା ବଢ଼ାଇଦେବ।
ନିଯୁକ୍ତିରେ ଶିଥିଳତା
ହାଇଦ୍ରାବାଦ ପୋଲିସ କମିଶନ ସୀମା ମଧ୍ୟରେ ମହିଳାମାନଙ୍କୁ ଷ୍ଟେଶନ ହାଉସ ଅଫିସର (ଏସ୍‌ଏଚ୍‌ଓ) ଭାବେ ନିଯୁକ୍ତି ଦେବା ଭଳି ପ୍ରଶଂସିତ ପଦକ୍ଷେପରୁ ତେଲଙ୍ଗାନା ପୋଲିସ ବିଭାଗ ହଟିଯାଇଥିବା ଜଣାପଡ଼ିଛି, କାରଣ ଏସ୍‌ଏଚ୍‌ଓଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ହାଇଦ୍ରାବାଦର ପୂର୍ବତନ ପୋଲିସ କମିଶନର ସି.ଭି. ଆନନ୍ଦ ପ୍ରଥମ ମହିଳା ଏସ୍‌ଏଚ୍‌ଓଙ୍କୁ ନିଯୁକ୍ତ କରିଥିଲେ। ୨୦୨୨ ଅନ୍ତର୍ଜାତୀୟ ମହିଳା ଦିବସରେ କମିଶନର ଆନନ୍ଦଙ୍କ ଉପସ୍ଥିତିରେ ମଧୁଲଥା ଲାଲାଗୁଡ଼ା ପୋଲିସ ଷ୍ଟେଶନର ଦାୟିତ୍ୱ ଗ୍ରହଣ କରି ପ୍ରଥମ ମହିଳା ଏସ୍‌ଏଚ୍‌ଓ ଭାବରେ ଇତିହାସ ସୃଷ୍ଟି କରିଥିଲେ। ପରେ ମହିଳା ଏସ୍‌ଏଚ୍‌ଓଗୁଡ଼ିକର ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା। ହାଇଦ୍ରାବାଦ ସିଟି ପୋଲିସର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ବିତରଣ ହୋଇଥିବା ବୁକ୍‌ଲେଟ ଏପର୍ଯ୍ୟନ୍ତ ସମସ୍ତ ୫ଜଣଙ୍କୁ ଏସ୍‌ଏଚଓ ଭାବରେ ତାଲିକାଭୁକ୍ତ କରିଥିଲେ ବି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବଦଳି କରାଯାଇଛି। ବୋଲାରମ ପୋଲିସ ଷ୍ଟେଶନରେ ଅବସ୍ଥାପିତ ଲକ୍ଷ୍ମୀ ମାଧବୀଙ୍କୁ ପରେ ସେଣ୍ଟ୍ରାଲ କ୍ରାଇମ ଷ୍ଟେଶନ (ସିସିଏସ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ଲାଙ୍ଗର ହାଉସର ଏସ୍‌ଏଚ୍‌ଓ ମାଧବୀଲଥାଙ୍କୁ ସଚିବାଳୟରେ ସୁରକ୍ଷା ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିବାବେଳେ ଆଫଜଲଗୁଞ୍ଜର ପୂର୍ବତନ ଏସ୍‌ଏଚ୍‌ଓ ଚିତ୍ତି ବୁରା ନଗର ପୋଲିସର ଟାସ୍କଫୋର୍ସକୁ ବଦଳି ହୋଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମତ ଯେ, ଅନେକ ଗ୍ରାମୀଣ ପୋଲିସ ଷ୍ଟେଶନ ବର୍ତ୍ତମାନ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ତେବେ ମହିଳା ଏସ୍‌ଏଚ୍‌ଓଙ୍କ ବଦଳିକୁ ରାଜନୈତିକ ଚାପ, କ୍ୟାରିୟର ରେକର୍ଡ ଯାଞ୍ଚ କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ ଚାପରୁ ଆସିଥିବା ଅନୁରୋଧ କାରଣରୁ କରାଯାଇଥିବା ସେ କହିଛନ୍ତି।
କେନ୍ଦ୍ରୀୟ ସୁରକ୍ଷାବଳରେ ନୂଆ ନେତୃତ୍ୱ
ଗତ ସପ୍ତାହରେ ଏହି ସ୍ତମ୍ଭରେ ପ୍ରମୁଖ କେନ୍ଦ୍ରୀୟ ପୋଲିସ ସଂଗଠନରେ ଶୀର୍ଷ ପଦବୀ ପାଇଁ ନିଯୁକ୍ତି ଘୋଷଣାରେ ବିଳମ୍ବକୁ ନେଇ ବାବୁମାନଙ୍କ ଚିନ୍ତା ବଢୁଥିବା ଦର୍ଶାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ୨୦୨୩ ବର୍ଷର ଶେଷଦିନଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ରାଜସ୍ଥାନ କ୍ୟାଡରର ଆଇପିଏସ୍‌ ଅଧିକାରୀ ନୀନା ସିଂଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ(ଡିଜି) ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଡିଜି ପଦବୀ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା ଆଇପିଏସ୍‌। ସେହିଭଳି ଅନିଶ ଦୟାଲ ସିଂଙ୍କୁ ସିଆର୍‌ପିଏଫ୍‌ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିବାବେଳେ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ରାହୁଲ ରାସଗୋତ୍ରା ଭାରତ-ତିବ୍ଦତୀୟ ସୀମା ପୋଲିସ ଫୋର୍ସ (ଆଇଟିବିପି)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ଏଥିସହ ଆଇବି ଅଧିକାରୀ ବିବେକ ଶ୍ରୀବାସ୍ତବଙ୍କୁ ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଡିଜି ଭାବରେ ନିଯୁକ୍ତି ଦିଆଯାଇଛି । ଯଦିଓ ବିଳମ୍ବ ହୋଇଛି, ଏହି ନିଯୁକ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାବାହିନୀ ମଧ୍ୟରେ ନେତୃତ୍ୱର ଏକ ରଣନୈତିକ ପୁନର୍ଗଠନର ସଂକେତ ଦେଇଛି। ଏହି ଅଭିଜ୍ଞ ଅଧିକାରୀଙ୍କ ନିଯୁକ୍ତିରୁ ବୁଝାପଡ଼ୁଛି ଯେ, ଜାତୀୟ ସୁରକ୍ଷା ଦାବିଗୁଡ଼ିକ ପୂରଣ କରିବା ପାଇଁ ଉକ୍ତ ସୁରକ୍ଷାବାହିନୀଗୁଡ଼ିକୁ ଦୃଢ଼ କରିବା ଉପରେ କେନ୍ଦ୍ର ଧ୍ୟାନ ଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?