କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଉଛି । ବ୍ରିଟେରେ କମ୍ପାନୀର ଅଶିଂଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପି ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ପାଉଡର ଯୋଗୁ ପ୍ରାୟ ୩୪ ହଜାର ମହିଳା କ୍ୟାନସରର ଶିକାର ହୋଇଥିବା ମାମଲା ଚାଲୁ ରହିଛି ।
ଆମେରିକାରେ ଏହି ପାଉଡରରେ ଆଜବେସଟସର ଏକ ପ୍ରକାର କ୍ରେସୋଟାଇଲ ଫାଇବର ମିଳିଥିଲା, ଯାହା କ୍ୟାନସର ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା । ଏହା ଚର୍ମ କର୍କଟ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଇଥିଲା । ତେବେ ଏହି ପାଉଡର ଯୋଗୁ ହଜାର ହଜାର ମହିଳା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିବା ନେଇ ମାମଲା ଦାୟର କରିଛନ୍ତି । ତେବେ ବିକ୍ରି କମ୍ ଦର୍ଶାଇ କମ୍ପାନୀ ୨୦୨୦ରେ ଆମେରିକା ଓ କାନାଡାରେ ଏହାର ବିକ୍ରି ବନ୍ଦ କରି ଦେଇଥିଲା । ହେଲେ ଏହା ଆଜି ବ୍ରିଟେନ ସମେତ ଆହୁରି କିଛି ଦେଶରେ ବିକ୍ରି କରାଯାଉଛି । ଏବେ ବ୍ରିଟେନର ଏକ ନିବେଶ ପ୍ଲାଟଫର୍ମ ଟ୍ୟୁଲିପ ଶେୟାର କମ୍ପାନୀର ଅଶିଂଦାରମାନଙ୍କୁ ପାଉଡର ବିକ୍ରି ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅଫର ପାଇଁ ଆବଶ୍ୟକ ସଂଖ୍ୟକ ଅଶୀଂଦାରମାନେ ସେମାନଙ୍କର ଅଂଶଧନକୁ ଏକାଠି କରୁଛନ୍ତି । ଏହି ପ୍ରସ୍ତାବକୁ ଆମେରିକାର ଷ୍ଟକ ମାର୍କେଟ ନିୟାମକ ଏଜେନ୍ସି ଏସଇସିକୁ ପଠାଯାଇଛି । ଏପ୍ରିଲରେ କମ୍ପାନୀର ବାର୍ଷିକ ବୈଠକ ଥିବା ବେଳେ ସେହି ସମୟରେ ଏହି ପ୍ରସ୍ତାବକୁ ଆଣିବାକୁ ପ୍ରୟାସ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?