ଭାଲେଣ୍ଟାଇନ୍ସ ଡେ’ ଆଉଟ୍‌ଫିଟ୍‌

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌। ଏହି ସ୍ପେଶାଲ ଅବସରରେ ଯୁବତୀ ଏବଂ ମହିଳା କିପରି ଗେଟ୍‌ଅପ୍‌ ନେଲେ ସୁନ୍ଦର ଲାଗିବେ ଜାଣିରଖନ୍ତୁ ଟିପ୍ସ…
କ୍ରପ୍‌ ଟପ୍ସ ଏବଂ ହାଇ ଓ୍ବେଷ୍ଟ ଜିନ୍ସ-ଆଜିକାଲି ଏହି ପ୍ରକାର ଡ୍ରେସ୍‌ର ଚାହିଦା ଅଧିକ। ନିଜକୁ ଯଦି ଆପଣ ଷ୍ଟାଇଲିଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ। ବ୍ଳାକ୍‌ କିମ୍ବା ବ୍ଲୁ ଜିନ୍ସ ସହ ଯେକୌଣସି କଲରର କ୍ରପ୍‌ ଟପ୍ସ ଏଥିରେ ମାନିବ।
ଲେସ୍‌ ଡ୍ରେସ୍‌-ଏହି ପ୍ରକାର ଡ୍ରେସ୍‌କୁ ଆପଣ ସବୁ ସମୟରେ ପିନ୍ଧିପାରିବେ। ହେଲେ ଭାଲେଣ୍ଟାଇନ୍ସରେ ଲେସ୍‌ ଥିବା ଡ୍ରେସ୍‌ ସହ ମ୍ୟାଚିଂ ଶୁ ଏବଂ ଭ୍ୟାନିଟ୍‌ ଆପଣଙ୍କୁ ଆହୁରି ଗର୍ଜିୟସ୍‌ ଲୁକ୍‌ ଦେବ।
ଫିଦର ଟେକ୍ସଡ୍‌ ଡ୍ରେସ୍‌-ଏହି ଡ୍ରେସ୍‌ ଦେଖିବାକୁ ପକ୍ଷୀର ପର ପରି। ଏହାର ନନ୍‌-ପ୍ରିଣ୍ଟେଡ୍‌ ଡ୍ରେସ୍‌ ପିନ୍ଧିବାକୁ ବେଶି ଭଲ ଲାଗିଥାଏ। ବଜାରରେ ଏହା ଏବେ ବହୁଳ ମାତ୍ରାରେ ଉପଲବ୍ଧ। ଏହି ଡ୍ରେସ୍‌ ସହ ସିମ୍ପଲ ଇଅରିଂ ଏବଂ ନେକ୍‌ଲେସ୍‌ ପେୟାର ଅପ୍‌ କଲେ ଆପଣ ଷ୍ଟାଇଲିଶ୍‌ ଦେଖାଯିବେ।
ନର୍ମା ଡ୍ରେସ୍‌-କଟନରେ ତିଆରି ଏହି ଡ୍ରେସ୍‌ ପିନ୍ଧିବାକୁ ଯେତିକି ସଫ୍ଟ ଦେଖିବାକୁ ମଧ୍ୟ ସିମ୍ପଲ କିନ୍ତୁ ଷ୍ଟାଇଲିଶ୍‌। ଏହି ଡ୍ରେସ୍‌ର ରେଡ୍‌ ଏବଂ ପିଙ୍କ୍‌ କଲର ଏବେ ଲାଟେଷ୍ଟ ଟ୍ରେଣ୍ଡରେ ଥିବାରୁ ଏହା ଭାଲେଣ୍ଟାଇନ୍ସ ଡେ’ କୁ ବେଶି ସ୍ପେଶିଆଲ କରିଦେବ। ଏହାକୁ ପିନ୍ଧି ଆପଣ ନିଜ ପାର୍ଟନରଙ୍କ ସହ ଆରାମରେ ବୁଲିପାରିବେ।
ଜୋର୍‌ଡାନ ଡ୍ରେସ୍‌-ଏହାକୁ ବେବି ଡଲ୍‌ ଡ୍ରେସ୍‌ ମଧ୍ୟ କୁହାଯାଏ। ଏହାକୁ ସମସ୍ତେ ଚାହିଁଲେ ପିନ୍ଧିପାରିବେ। ଆପଣ ନିଜର ଇଚ୍ଛା ମୁତାବକ ଯେକୌଣସି କଲର ଟ୍ରାଏ କରିପାରିବେ। ଏହାର ପ୍ରିଣ୍ଟ ଡ୍ରେସ୍‌ ସବୁଠୁ ସୁନ୍ଦର ଲାଗୁଥିବାରୁ ଏଥିରେ ଆପଣ ଗ୍ଲାମର୍ସ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ କଦଳୀ: ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ…

ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା...

ପନିର୍‌ ଡ୍ରାଗନ୍‌

ସମ୍ପ୍ରତି ସମ୍ବଲପୁର ସହରରେ ନୂଆ ରେସ୍ତୋରାଁ ଖୋଲିବାରେ ଲାଗିଛି। ଯୁବପିଢ଼ିକୁ ଆକୃଷ୍ଟ କଲାଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ସହରର ବହୁ ପୁରୁଣା ରେସ୍ତୋରଁ।ଗୁଡିକ ମଧ୍ୟ...

ଅଏଲି ସ୍କିନ୍‌ ହୋଇଥିଲେ..

ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ତ୍ୱଚା ଅଧିକ ଅଏଲି ହୋଇଯାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ। ଦିନକୁ ଅତିକମ୍‌ରେ ଦୁଇଥର...

ଡାଇବେଟିସ୍‌ ସମସ୍ୟାର ଆୟୁର୍ବେଦ ଚିକିତ୍ସା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅସୁବିଧା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ଶରୀରରେ ରକ୍ତ ଶର୍କରା ମାତ୍ରା ଖାଲିପେଟରେ ଶତକଡା଼ ୧୦୦ ମିଲିଗ୍ରାମରୁ କମ...

ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ...

ଜୀବନରେ ଧନୀ ହେବାକୁ ଚାହାନ୍ତି କି? କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

ଆୟଠାରୁ ଅଧିକ ବ୍ୟୟ କରୁଛନ୍ତି କି? ଅସୁବିଧାରେ ପଡ଼ିପାରନ୍ତି; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିଙ୍କୁ ଧନକୁ ନେଇ ବହୁତ ସତର୍କ ରହିବା ଉଚିତ। କାରଣ ବିପଦ ବେଳେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ...

କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ...

Advertisement
Archives

Model This Week