୬ବର୍ଷ ୩ମାସ ହୋଇଥିଲା ପ୍ରସ୍ତୁତି କାର୍ଯ୍ୟ

ପଣ୍ଡିତ ବନ୍ଧୁ ରଥେ ନିକଟସ୍ଥ ବେଦପୁର ଶାସନର ବାସିନ୍ଦା ଥିଲେ। ଆମେ ତେଣୁ ସକ୍ଷମ ଥିଲୁ ଶାସ୍ତ୍ର ଆଲୋଚନା ଦିଗରେ। ବାହାର ପଣ୍ଡିତଙ୍କୁ ଆମଦାନୀ କରାଯାଇ ନ ଥିଲା। ପଣ୍ଡିତେ ରହିଲେ, ସୂତ୍ରଧର ରହିଲେ, ଗଙ୍ଗା ମହାପାତ୍ରେ ଓ ଗଦେଇ ମହାପାତ୍ରେ ଅଙ୍କ କଷିଲେ। ଚଉବନ ହାତ ଗଭୀର ପର୍ଯ୍ୟନ୍ତ ବାଲି ଖୋଳାହେଲା। ଅଠରଟି ଦଳରେ ବିଭକ୍ତ ହୋଇ ପାଇଟିଆଳ କାମ କଲେ।
ଆମର ବିଶ୍ୱାସ ଅଛି ଚନ୍ଦ୍ରଭାଗା ନଦୀର ଗଣ୍ଡସ୍ଥଳରେ ଅର୍ଥାତ୍‌ ପଦ୍ମତୋଳା ଗଣ୍ଡରେ ମନ୍ଦିର ନିର୍ମାଣ ହୋଇଥିଲା। ଗଣ୍ଡରେ ଯଦି ହେଲା, ତେବେ ବାଲି ଖୋଳାଗଲା କିପରି? ବାସ୍ତବିକ ଗଣ୍ଡ ପୋତା ହୋଇଥିଲା। ମୂଳଦୁଆ ଖୋଳା ଆରମ୍ଭ ପୂର୍ବରୁ ଛଅ ବର୍ଷ ତିନି ମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିଲା। ପୋଥି ଲେଖକ ଲେଖିଛନ୍ତି ‘ମୁଁ ଏହି କାମ ଅର୍ଥାତ୍‌ ପୋଥିରେ ଯାହା ଯାହା ଲେଖିଛି, ତାହାକୁ ନିର୍ବାହ କରିବା ପାଇଁ ସତ୍ୟତା ଓ ସଚେତନତା ସହିତ କରିଛି। ସତ୍ୟ ଓ ଧର୍ମ ସହିତ କାର୍ଯ୍ୟ କରିଛି। ମୁଁ ନିଯୁକ୍ତି ପାଇଛି ବର୍ତ୍ତମାନ ଶ୍ରୀପଦ୍ମକେଶର ମନ୍ଦିରର ‘ସାନ-ପରିଚ୍ଛା’ ଭାବରେ। ପ୍ରଥମରୁ ୬ ବର୍ଷ ୩ ମାସ ପ୍ରସ୍ତୁତି ଚାଲିଥିବାବେଳେ ମୁଁ ଦାୟିତ୍ୱରେ ନ ଥିଲି, ଥିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ପରିଦର୍ଶକ। ମୋର ସେ ସମୟରେ କାମ ସମ୍ବନ୍ଧରେ କୌଣସି ଜ୍ଞାନ ନାହିଁ।
ଆମେ ଏହାକୁ ଲେଖିବାର କାରଣ: ସେଇ ୬ ବର୍ଷ ୩ ମାସ ମଧ୍ୟରେ ପୋତା ହୋଇଥିବା ପଦ୍ମତୋଳା ଗଣ୍ଡ ଉପରେ ହିଁ ମାପଚୁପ ହୋଇ ଚଉବନ ହାତ (ହାରାହାରି ୮୦ଫୁଟ) ମୂଳଦୁଆ ହୋଇଥିଲା। ମନେହୁଏ ହାତୀ ଟାଣୁଥିବା ଶଗଡ଼ ପୋତାବେଳେ ବ୍ୟବହାର ହୋଇଥିଲା। ପୋଥିରେ ୧୩ଟି ହାତୀ ଶଗଡ଼ ଓ ଶଗଡ଼ିଆଙ୍କ କଥା ଆମକୁ ମିଳେ। ମୂଳଦୁଆ ଗୋଡ଼ି କଙ୍କରରେ ପୂର୍ଣ୍ଣ କରିଥିଲେ ରଘୁ ଓଝା। ଭୂମି ତଳେ ‘ଗର୍ଭ ରେଖା ବସାଣ’ ରାଜଗୁରୁଙ୍କ ଦ୍ୱାରା ପୂଜା ହୋଇ ଆରମ୍ଭ ହୋଇଥିଲା। କାମ ଆରମ୍ଭ ପରେ ପ୍ରଥମେ କାମ ତଦାରଖ କରିବାକୁ ଆସିଥିଲେ ବଳଶ୍ରୀ ଜଳନ୍ଧର ଦେବରାଜା। ‘ବୀରଶ୍ରୀ’ ଉପାଧି ଭଳି ୟାଙ୍କର ‘ବଳଶ୍ରୀ’ ଉପାଧି ବ୍ୟବହାର ହେଉଥିଲା। କାମ ଦେଖି ସେ ଖୁସି ହୋଇ ୧୦୩ ମାଢ଼ ସୁନା ଶିଳ୍ପୀମାନଙ୍କୁ ଉପହାର ଦେଇଥିଲେ।
ବର୍ଣ୍ଣନାରୁ ଜଣାପଡ଼ୁଛି- ବଳଶ୍ରୀ କୋଣାର୍କରେ ଅବସ୍ଥାନ ପାଇଁ ଶିବିର ନିର୍ମାଣ ହୋଇଥିଲା। ସେ କୋଣାର୍କରେ ଥିବାବେଳେ – ୧) ଶିବେଇ ସାମନ୍ତରା ପୀଠର ସୀମା ଚିହ୍ନିତ କରି ରେଖା ବସାଣ କାର୍ଯ୍ୟ କରିଥିଲେ।
୨) ଗଦା ମହାପାତ୍ର ରଥାକୃତି ମନ୍ଦିରର ‘ଚକ’ ଗୁଡ଼ିକର ନକ୍ସା କରି ଦାଖଲ କରିଥିଲେ। ଆମେ ଯେଉଁ ମନ୍ଦିର ଚକାଗୁଡ଼ିକ ଦେଖୁଛେ, ତାହା ଗଦା ମହାପାତ୍ରଙ୍କ ପରିକଳ୍ପନା।
୩) ଦାମ ମହାରଣାଙ୍କୁ ଦାୟିତ୍ୱ ଦିଆଗଲା ୪୦ଜଣ ଶିଳ୍ପୀଙ୍କ ସହାୟତାରେ ପୀଠର ସୂକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ।
୪) ଗଜପତିଙ୍କ ପରାମର୍ଶ ଅନୁଯାୟୀ ଖୋର୍ଦ୍ଧା ହଳଦିଆ ଗ୍ରାମର ବୈଦ୍ୟ ରାମଚନ୍ଦ୍ର ସାମନ୍ତଙ୍କୁ କୋଣାର୍କ ଅଣାଯାଇଥିଲା। ପ୍ରଥମେ ଔଷଧ ଗୋଦାମ ନିର୍ମାଣ ହୋଇ ଚିକିତ୍ସା ପାଇଁ ଶିବିର ବ୍ୟବସ୍ଥା ହୋଇଥିଲା। ତାଙ୍କୁ ସହଯୋଗ କରିବା ପାଇଁ ତେଲୁଗୁଭାଷୀ ‘ବୈଦ୍ୟ ବୁଦ୍ଧଧର’ଙ୍କୁ ନିଯୁକ୍ତ କରାଗଲା। ସେମାନଙ୍କ ମାସିକ ପାଉଣା ଅଗ୍ରୀମ ୩୦ ମାଢ଼ ସୁନା ଦିଆଯାଇଥିଲା।
ଶିଳ୍ପୀ, ବଢ଼େଇ ଓ ପାଇଟିଆଳଙ୍କ ପାଇଁ ପ୍ରଥମରୁ ହିଁ ଚିକିତ୍ସା ସୁଯୋଗ ସୃଷ୍ଟି କରାଯାଇଥିଲା। ବଳଶ୍ରୀ ପ୍ରାଥମିକ ଭାବେ କିଛି କରିବା ପରେ କୋଣାର୍କରୁ ଫେରି ଯାଇଥିଲେ। ଏଥିସହ ତତ୍କାଳ ୨୦୦ ଶଗଡ଼ ଧାନ ନିଜ ଦୁର୍ଗରୁ କୋଣାର୍କକୁ ପଠାଇଥିଲେ।
ଗଜପତିଙ୍କ ଉଦ୍ଦେଶ୍ୟରେ ‘ମହାଶ୍ରୀ’ ଶବ୍ଦ ବ୍ୟବହାର ହୋଇଛି ପୋଥିରେ। ‘ବଳଶ୍ରୀ’ ଶବ୍ଦ ମଧ୍ୟ ଉପାଧି। ଶ୍ରେଷ୍ଠ ବୀରଙ୍କୁ ଦିଆଯାଉଥିଲା। ବଳଶ୍ରୀ ଜଳନ୍ଧର ଦେବ ଥିଲେ ବିଶାଳ କଳିଙ୍ଗ ସାମ୍ରାଜ୍ୟର ମହାମାତ୍ୟ ବା ମହାମନ୍ତ୍ରୀ। ସାମରିକ ବିଭାଗର ଅନ୍ୟତମ ମୁଖ୍ୟ ବିନ୍ଧାଣୀ।
ଆଲୋଚନାରୁ ଆମେ ଜାଣୁଛେ ସାମ୍ରାଜ୍ୟର ବିଭିନ୍ନ ପଦାଧିକାରୀମାନେ ମନ୍ଦିର ନିର୍ମାଣରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। କାର୍ଯ୍ୟ ସଫଳ ପାଇଁ କେତେକ ପଦକ୍ଷେପ ବି ନେଇପାରୁଥିଲେ। ଦ୍ୱିତୀୟ କଥାଟିଏ ଲକ୍ଷ୍ୟ କରିବା କଥା ଚିକିତ୍ସା ଶାସ୍ତ୍ର ଅଧ୍ୟୟନର ବ୍ୟବସ୍ଥା ଥିଲା। ଆୟୁର୍ବେଦ ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ପରେ ‘ବୈଦ୍ୟ’ ବା ବୈଦ୍ୟରାଜ ରୂପେ ରାଜ ପୃଷ୍ଠପୋଷକତାରେ ସମାଜର ସେବା କରୁଥିଲେ। ଆମକୁ ପଛୁଆ ରାଜ୍ୟ, ଅଶିକ୍ଷିତ ଓ ଅପାଠୁଆ ରାଜ୍ୟ ଭାବରେ ଯେଉଁ ଲେଖକମାନେ ଉପସ୍ଥାପନ କରିଛନ୍ତି, ସେମାନେ ଭାବିବା ଉଚିତ ଥିଲା ବହୁ ପ୍ରାଚୀନ କାଳରୁ ଏ ଜାତି ସବୁ ଦିଗରୁ ସମ୍ମୁନ୍ନତ ଥିଲା। ଘରେ ଖାଇବାକୁ ନ ଥିଲେ ଭୋକ ଉପାସରେ କେହି କଳା-ସଂସ୍କୃତିର ବିଭବଟିଏ ଗଢ଼ିବା ପାଇଁ ଚିନ୍ତା କରିପାରିବ କି?
ଶିକ୍ଷା କ୍ଷେତ୍ରରେ ଆମେ ସେତିକି ଉନ୍ନତ ନ ଥିଲେ କୋଣାର୍କଠାରେ ମନ୍ଦିର ନିର୍ମାଣର ଶହ ଶହ ବର୍ଷ ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟ କୁଳପତି ଓ ଧର୍ମାଧ୍ୟକ୍ଷ ପଦବୀ ଓଡ଼ିଆ ମଣ୍ଡନ କରିଥାନ୍ତେ କି?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri