ନନ୍ଦନକାନନ ବୁଲିଲେ ୩୦ ହଜାର ୮୮୨ ପର୍ଯ୍ୟଟକ

ବାରଙ୍ଗ,୧୮।୧୨(ଡି.ଏନ୍‌.ଏ.)- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ଛୁଟିଦିନ ଥିବାବେଳେ ନନ୍ଦନକାନନକୁ ସର୍ବାଧିକ ୩୦ହଜାର ୮୮୨ ପର୍ଯ୍ୟଟକ ବୁଲିବାକୁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଫଲାଇନ୍‌ରେ ୨୯ହଜାର ୨୯୧ଜଣ ଓ ଅନ୍‌ଲାଇନରେ ୧ହଜାର ୫୯୧ଜଣ ପର୍ଯ୍ୟଟକ ଟିକଟ କରିଥିଲେ। ସେହିପରି ବଟାନିକାଲ ଗାର୍ଡେନକୁ ସର୍ବାଧିକ ୫ ହଜାର ୫୮୮ ଜଣ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥିଲେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ୍‌ କୁମାର କହିଛନ୍ତି। ନନ୍ଦନକାନନରେ ବିଭିନ୍ନ ଏନ୍‌କ୍ଲୋଜରରେ ଥିବା ପ୍ରାଣୀଙ୍କୁ ଦେଖିବା ସହ ସଫାରି ସାଙ୍ଗକୁ ଶିଶୁ ରେଳଗାଡି, ବ୍ୟାଟେରି ଅଟୋରେ ବୁଲିବାର ମଜା ଉଠାଇଥିଲେ। ଅନ୍ୟତମ ଆକର୍ଷଣ ବୋଟିଂ ଓ ଶିଶୁଉଦ୍ୟାନ ବନ୍ଦ ଥିବାରୁ ପର୍ଯ୍ୟଟକ କିଛିଟା ନିରାଶ ହୋଇଥିଲେ। ବଟାନିକାଲ୍‌ ଗାର୍ଡେନରେ ବଣଭୋଜି ସାଙ୍ଗକୁ ବିଭିନ୍ନ ଉଦ୍ୟାନ ଓ ପାର୍କ ଆଦି ବୁଲି ପର୍ଯ୍ୟଟକ ମଜା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?