ରାଜକୁମାର, ମହିନ୍ଦ୍ରାକୁ ଫେରାଇ ଆଣିବାକୁ ଦାବି

ବାରିପଦା ଅଫିସ,୧୯ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ କୁମକୀ(ପୋଷା) ହାତୀ ‘ଶୋଭା’ର ବ୍ୟବଚ୍ଛେଦ ପରେ ରବିବାର ବିଭାଗୀୟ ଅଧିକାରୀମାନେ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଭୁବନେଶ୍ୱର ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌)ଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର ଓ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଉପସ୍ଥିତ ରହିଥିଲେ। ଅନୁଗୋଳ ଜିଲା ସାତକୋଶିଆକୁ ସ୍ଥାନାନ୍ତର କରାଯାଇଥିବା ‘ରାଜକୁମାର’ ଓ ‘ମହିନ୍ଦ୍ରା’ ହାତୀଙ୍କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଫେରାଇ ଆଣିବାକୁ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତା ବସା ଦାବି କରିଛନ୍ତି।
ବନ ବିଭାଗର ଅବହେଳା ଯୋଗୁ ଶିମିଳିପାଳରେ ହାତୀମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିମିଳିପାଳ ବ୍ୟାଘ୍ର ଗଣନା, ବଣୁଆ ହାତୀଙ୍କ ଗତିବିଧି ଓ ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଯୋଗାଇବାରେ ନିୟୋଜିତ ଥିବା କୁମକୀ ହାତୀ ‘ଶୋଭା’ର ମୃତ୍ୟୁକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚିକିତ୍ସାରେ ଅବହେଳା କାରଣରୁ ମୃତ ଶୋଭାକୁ ପ୍ରାଣୀ ଚିକିତ୍ସକ ବ୍ୟବଚ୍ଛେଦ କରି ନମୁନା ସଂଗ୍ରହ କରିଛନ୍ତି। ପରେ ବିଭାଗ ତରଫରୁ ସମ୍ମାନ ଜଣାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଶିମିଳିପାଳରେ ହାତୀ ମଡ଼କ ଘଟଣାକୁ ନେଇ ଜିଲାବାସୀ ଉଦ୍‌ବେଗ ପ୍ରକାଶ କରିବା ସହ ବନ ବିଭାଗର କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଶିମିଳିପାଳର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ମରୁଭୂମି ସଦୃଶ ହୋଇପଡ଼ିବ। ଏହାକୁ ସୁରକ୍ଷା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ଶିମିଳିପାଳର ସ୍ଥିତିକୁ ନେଇ ପିସିସିଏଫ୍‌ ଏସ୍‌.କେ. ପୋପଲିଙ୍କୁ ସାକ୍ଷାତ୍‌ କରି ସଂଯୁକ୍ତା ବସା ଆଲୋଚନା କରିବା ସହ ଦାବି ଉପସ୍ଥାପନ କରିଛନ୍ତି। ଅଭୟାରଣ୍ୟ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ ସହ ତଳ କର୍ମଚାରୀ ଓ ସୁରକ୍ଷା ଦିଗରେ ପୂର୍ବରୁ ଜଡ଼ିତ ଥିବା ଲୋକଙ୍କୁ ଏକାଠି କରି ଯୋଜନା ପ୍ରସ୍ତୁତ, ବର୍ଷ ତମାମ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା, ଲୋକଙ୍କ ଫସଲ କ୍ଷତିପୂରଣ ରାଶିକୁ ଦୁଇଗୁଣ କରିବା, ଗଜସାଥୀମାନଙ୍କୁ ଉପଯୁକ୍ତ ତାଲିମ, ବନ ବିଭାଗ, ପୋଲିସ, ବିଦ୍ୟୁତ୍‌, ଜାତୀୟ ରାଜପଥ ଆଦି ବିଭାଗୀୟ ଅଧିକାରୀକୁ ନେଇ ଏକ କୋର୍‌ ଟିମ୍‌ ଗଠନ କରାଯାଇ ପ୍ରତି ତିନିମାସରେ ଶିମିଳିପାଳକୁ ପରିଦର୍ଶନରେ ଆସି ସମସ୍ୟାର ସମାଧାନ କରି ନୂତନ ପ୍ରସ୍ତାବମାନ ଗୃହୀତ କରିବା, ୧୨ବର୍ଷ ପୂର୍ବେ ଶିମିଳିପାଳ ସୁରକ୍ଷା ନିମନ୍ତେ ଯେଉଁ ପ୍ରକାର ଯୋଜନା କରାଯାଇଥିଲା ସେଥିମଧ୍ୟରୁ କିଛି କୌଶଳ ଅବଲମ୍ବନ, ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ‘ରାଜକୁମାର’ ଓ ‘ମହିନ୍ଦ୍ରା’କୁ ସାତକୋଶିଆରୁ ଫେରାଇ ଆଣି ପୁନର୍ବାର କାର୍ଯ୍ୟରେ ନିୟୋଜିତ ଲାଗି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri