ରାଜକୁମାର, ମହିନ୍ଦ୍ରାକୁ ଫେରାଇ ଆଣିବାକୁ ଦାବି

ବାରିପଦା ଅଫିସ,୧୯ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ କୁମକୀ(ପୋଷା) ହାତୀ ‘ଶୋଭା’ର ବ୍ୟବଚ୍ଛେଦ ପରେ ରବିବାର ବିଭାଗୀୟ ଅଧିକାରୀମାନେ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଭୁବନେଶ୍ୱର ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌)ଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର ଓ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଉପସ୍ଥିତ ରହିଥିଲେ। ଅନୁଗୋଳ ଜିଲା ସାତକୋଶିଆକୁ ସ୍ଥାନାନ୍ତର କରାଯାଇଥିବା ‘ରାଜକୁମାର’ ଓ ‘ମହିନ୍ଦ୍ରା’ ହାତୀଙ୍କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଫେରାଇ ଆଣିବାକୁ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତା ବସା ଦାବି କରିଛନ୍ତି।
ବନ ବିଭାଗର ଅବହେଳା ଯୋଗୁ ଶିମିଳିପାଳରେ ହାତୀମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିମିଳିପାଳ ବ୍ୟାଘ୍ର ଗଣନା, ବଣୁଆ ହାତୀଙ୍କ ଗତିବିଧି ଓ ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଯୋଗାଇବାରେ ନିୟୋଜିତ ଥିବା କୁମକୀ ହାତୀ ‘ଶୋଭା’ର ମୃତ୍ୟୁକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚିକିତ୍ସାରେ ଅବହେଳା କାରଣରୁ ମୃତ ଶୋଭାକୁ ପ୍ରାଣୀ ଚିକିତ୍ସକ ବ୍ୟବଚ୍ଛେଦ କରି ନମୁନା ସଂଗ୍ରହ କରିଛନ୍ତି। ପରେ ବିଭାଗ ତରଫରୁ ସମ୍ମାନ ଜଣାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଶିମିଳିପାଳରେ ହାତୀ ମଡ଼କ ଘଟଣାକୁ ନେଇ ଜିଲାବାସୀ ଉଦ୍‌ବେଗ ପ୍ରକାଶ କରିବା ସହ ବନ ବିଭାଗର କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଶିମିଳିପାଳର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ମରୁଭୂମି ସଦୃଶ ହୋଇପଡ଼ିବ। ଏହାକୁ ସୁରକ୍ଷା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ଶିମିଳିପାଳର ସ୍ଥିତିକୁ ନେଇ ପିସିସିଏଫ୍‌ ଏସ୍‌.କେ. ପୋପଲିଙ୍କୁ ସାକ୍ଷାତ୍‌ କରି ସଂଯୁକ୍ତା ବସା ଆଲୋଚନା କରିବା ସହ ଦାବି ଉପସ୍ଥାପନ କରିଛନ୍ତି। ଅଭୟାରଣ୍ୟ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ ସହ ତଳ କର୍ମଚାରୀ ଓ ସୁରକ୍ଷା ଦିଗରେ ପୂର୍ବରୁ ଜଡ଼ିତ ଥିବା ଲୋକଙ୍କୁ ଏକାଠି କରି ଯୋଜନା ପ୍ରସ୍ତୁତ, ବର୍ଷ ତମାମ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା, ଲୋକଙ୍କ ଫସଲ କ୍ଷତିପୂରଣ ରାଶିକୁ ଦୁଇଗୁଣ କରିବା, ଗଜସାଥୀମାନଙ୍କୁ ଉପଯୁକ୍ତ ତାଲିମ, ବନ ବିଭାଗ, ପୋଲିସ, ବିଦ୍ୟୁତ୍‌, ଜାତୀୟ ରାଜପଥ ଆଦି ବିଭାଗୀୟ ଅଧିକାରୀକୁ ନେଇ ଏକ କୋର୍‌ ଟିମ୍‌ ଗଠନ କରାଯାଇ ପ୍ରତି ତିନିମାସରେ ଶିମିଳିପାଳକୁ ପରିଦର୍ଶନରେ ଆସି ସମସ୍ୟାର ସମାଧାନ କରି ନୂତନ ପ୍ରସ୍ତାବମାନ ଗୃହୀତ କରିବା, ୧୨ବର୍ଷ ପୂର୍ବେ ଶିମିଳିପାଳ ସୁରକ୍ଷା ନିମନ୍ତେ ଯେଉଁ ପ୍ରକାର ଯୋଜନା କରାଯାଇଥିଲା ସେଥିମଧ୍ୟରୁ କିଛି କୌଶଳ ଅବଲମ୍ବନ, ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ‘ରାଜକୁମାର’ ଓ ‘ମହିନ୍ଦ୍ରା’କୁ ସାତକୋଶିଆରୁ ଫେରାଇ ଆଣି ପୁନର୍ବାର କାର୍ଯ୍ୟରେ ନିୟୋଜିତ ଲାଗି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri