ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା ମିଳିତ ମଞ୍ଚ ଗଠନ କରାଯାଇଛି। ଆସନ୍ତା ୧୦ ତାରିଖରେ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସହ ବିକ୍ଷୋଭ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ବୁଧବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘଠାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ନାଗରିକ ପୁରନ୍ଦର ଭୋସାଗର ଓ ଅବିନାଶ ବାଗଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଭିନ୍ନ ଜନ ସଙ୍ଗଠନ, କୃଷକ ସଙ୍ଗଠନ ସମେତ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ନେଇ ଚିନ୍ତିତ ନାଗରିକମାନେ ଯୋଗଦେଇଥିଲେ। ବୈଠକରେ ଉଦ୍‌ବୋଧନ ଦେଇ ପୁରନ୍ଦର ଭୋସାଗର କହିଥିଲେ, ସମ୍ବିଧାନର ସୁରକ୍ଷା ପାଇଁ ଗଣତନ୍ତ୍ରର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ ନିଜ ନିଜ ସାମ୍ବିଧାନିକ ନିୟମ ଅନୁସାରେ କାମ କରିବା ଉଚିତ। ଏଥିରେ ବ୍ୟତିକ୍ରମ ହେଲେ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସେ ମତପ୍ରକାଶ କରିଥିଲେ। ବୈଠକରେ ଆସନ୍ତା ୧୦ ତାରିଖର କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା ହୋଇଥିଲା।

ସୂଚନା ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଶୋଭାଯାତ୍ରା ଆରମ୍ଭ ହେବ। ଏହି ଶୋଭାଯାତ୍ରାରେ ବରଗଡ଼ ସହରରେ ରହିଥିବା ମହାତ୍ମା ଗାନ୍ଧୀ, ବାବାସାହେବ ଡ. ବି.ଆର୍‌. ଆମ୍ବେଡକର ଓ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ଏହାପରେ ଗାନ୍ଧୀ ଛକଠାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ। ଆୟୋଜକମାନଙ୍କ କହିବା ଅନୁଯାୟୀ, ଦେଶରେ ନିର୍ବାଚନୀ ବ୍ୟବସ୍ଥା ଓ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନ ଏବେ ଏକ ବଡ଼ ଜନସ୍ବାର୍ଥ ପ୍ରସଙ୍ଗରେ ପରିଣତ ହୋଇଛି।

ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ନିଜ ନିଜ ଭାବରେ ପ୍ରତିବାଦ କରୁଥିବାବେଳେ ବରଗଡ଼ରେ ଏହାକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବିକ୍ଷୋଭ ସମାବେଶରେ ରାଜନୈତିକ ଦଳର ପତାକା କିମ୍ବା ପୋଷ୍ଟର ବ୍ୟବହାର ନ କରି ନେତା ଓ କର୍ମୀମାନେ ମଧ୍ୟ ଯୋଗଦେଇ ନିଜ ମତ ରଖିପାରିବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରଗଡ଼ ସହରରେ ସମ୍ବିଧାନ, ଗଣତନ୍ତ୍ର, ନିର୍ବାଚନୀ ସ୍ବଚ୍ଛତା ଓ ନାଗରିକ ଅଧିକାରର ସୁରକ୍ଷା ନେଇ ଜନଚେତନା ସୃଷ୍ଟି କରିବା ମିଳିତ ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି।

ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, କକ୍‌ରୋଚ ଜନତା ପାର୍ଟି ବରଗଡ଼ର ଜିଲା ପ୍ରତିନିଧି, ମୂଳନିବାସୀ ବହୁଜନ ମିଳିତ ମହାସଂଘର ବିକ୍ରମ ଛତର, ବରଗଡ଼ ନାଗରିକ ମଞ୍ଚର ସମ୍ପାଦକ ଭବାନୀ ସାହୁ, କୋଶଲ ସେନାର ଅଶୋକ ଛତର, ଏଲ୍‌ଆଇସି କର୍ମଚାରୀ ସଂଘ ବରଗଡ଼ର ପ୍ରତିନିଧି, ଆମ୍ବେଡକର ଯୁବାସଂଘ ବରଗଡ଼ର ଅଚ୍ୟୁତ ସର, ଜିଲା ଅଭିଭାବକ ସଂଘର ବିମଳ କୁମାର ଦାଶ, ରବିଦାସ ସମାଜର ରାଜ୍ୟ ସଭାପତି ଆଡ଼ଭୋକେଟ ସୀତାରାମ ମେହେର, ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ନାଗରିକ ବିକାଶ ଅଗ୍ରୱାଲ, ଅଶ୍ୱିନୀ ତ୍ରିପାଠୀ, ଗୁରୁଚରଣ ହରିପାଲ, ଯୁଧିଷ୍ଟିର ବିଭାର, ବିମଳ ନାଗ, ପ୍ରମୋଦ ଛତର ଓ ଭାଗୀରଥି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?