RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ତାଙ୍କ ବିଜୟ ଭାରତୀୟ ଜନତା ପାର୍ଟି (ଭାଜପା), କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଭଳି ଦଳଗୁଡ଼ିକର ଅସନ୍ତୁଷ୍ଟ ସମର୍ଥକଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି। ଭାଜପା ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରିବା ପରେ ପ୍ରଶାନ୍ତ କିଶୋର ଖବରଦାତାମାନଙ୍କ ସହ ଆଲୋଚନା ବେଳେ ଏହି କଥା କହିଥିଲେ।

୧୯୯୫ରୁ ବାଙ୍କିପୁର ବିଧାନସଭା ଆସନରେ ଭାଜପା କ୍ରମାଗତ ଭାବେ ବିଜୟ ହାସଲ କରିଆସୁଥିଲା। ସେ ଏବେ ଏକାକୀ ନିର୍ବାଚନ ଲଢ଼ିବାର ନୀତି ଉପରେ ପୁନର୍ବିଚାର କରିବେ କି ନାହିଁ ବୋଲି ପଚରାଯିବାରୁ ପ୍ରଶାନ୍ତ କିଶୋର କହିଥିଲେ,
“ଆମେ କାହା ସହ ମେଣ୍ଟ କରିବୁ ନାହିଁ। ଆମର ମେଣ୍ଟ କେବଳ ବିହାରର ଜନତାଙ୍କ ସହ ହେବ। ଆପଣମାନେ ଦେଖିଛନ୍ତି, ବାଙ୍କିପୁରର ଜନତା ପାରମ୍ପରିକ ରାଜନୈତିକ ଦଳଗୁଡ଼ିକୁ ଛାଡ଼ି ଆମକୁ ସମର୍ଥନ କରିଛନ୍ତି।”

ପ୍ରଶାନ୍ତ କିଶୋର କହିଛନ୍ତି, “ମୁଁ ସାଧାରଣ ନାଗରିକଙ୍କ ସହ ସେହି ଲୋକମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଯେଉଁମାନେ ଜନ ସୁରାଜର ସଦସ୍ୟ ନ ହୋଇ ମଧ୍ୟ ଆମକୁ ସହଯୋଗ କରିଛନ୍ତି। ଏଭଳି ଲୋକ ଭାଜପା, ଆରଜେଡି ଏବଂ କଂଗ୍ରେସ ସମେତ ସମସ୍ତ ଦଳରେ ଥିଲେ।”

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଜନ ସୁରାଜ ପାର୍ଟି ଗୋଟିଏ ମଧ୍ୟ ଆସନ ଜିତିପାରି ନଥିଲା। ଏପରି ସ୍ଥିତିରେ ବାଙ୍କିପୁର ଉପନିର୍ବାଚନରେ ମିଳିଥିବା ଏହି ବିଜୟକୁ ନବଗଠିତ ଦଳ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଉଛି। ପ୍ରଶାନ୍ତ କିଶୋର ଲଗାତାର ଏହି ଉପନିର୍ବାଚନକୁ ଭାଜପା ନେତୃତ୍ୱାଧୀନ ବିହାର ସରକାର ବିରୋଧରେ ଏକ ‘ଜନମତ ସଂଗ୍ରହ’ ବୋଲି କହିଆସୁଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?