ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର ଦୃଢ଼ ଗଡ଼ ଭାବେ ପରିଚିତ ଥିଲା, ତାହା ଦଳ ହାତରୁ ଖସିଯାଇଛି।

ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଭାଜପାର ନୀରଜ କୁମାର ୪୪,୨୫୦ ଭୋଟ ପାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ପ୍ରାର୍ଥୀ ହୋଇଥିବା ରେଖା କୁମାରୀ ୧୪,୦୮୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ପାଟନା ସହରାଞ୍ଚଳରେ ଥିବା ବାଙ୍କିପୁର ବିଧାନସଭା ଆସନକୁ ଦୀର୍ଘ ଦିନ ଧରି ଭାଜପାର ଏକ ମଜବୁତ ଗଡ଼ ଭାବେ ଦେଖାଯାଉଥିଲା। ଏହି ଆସନରୁ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ବିଧାୟକ ଥିଲେ। ପରେ ସେ ଭାଜପାର ଜାତୀୟ ଅଧ୍ୟକ୍ଷ ହେବା ସହ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ବାଙ୍କିପୁର ଆସନ ଛାଡ଼ିଥିବାରୁ ସେଠାରେ ଉପନନିର୍ବାଚନ ଆୟୋଜିତ ହୋଇଥିଲା।

ବାଙ୍କିପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରାୟ ୩୫ ପ୍ରତିଶତ ମତଦାନ ହୋଇଥିଲା। ଅନ୍ୟପକ୍ଷରେ, ୨୦୨୫ ବିଧାନସଭା ନିର୍ବାଚନରେ ଏହି ଆସନରେ ୪୧.୩୫ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିଲା।

୨୦୨୫ ବିଧାନସଭା ନିର୍ବାଚନରେ ଭାଜପାର ନିତିନ ନବୀନ ୯୮,୨୯୯ ଭୋଟ ପାଇ ବିଜୟୀ ହୋଇଥିଲେ। ସେହି ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ରେଖା କୁମାରୀ ୪୬,୩୬୩ ଭୋଟ ପାଇଥିଲେ।
ସେହିପରି, ୨୦୨୫ ନିର୍ବାଚନରେରେ ଜନ ସୁରାଜ ପକ୍ଷରୁ ବନ୍ଦନା କୁମାରୀଙ୍କୁ ବାଙ୍କିପୁରରୁ ପ୍ରାର୍ଥୀ କରାଯାଇଥିଲା। ସେ ସେତେବେଳେ ମାତ୍ର ୭,୭୧୭ ଭୋଟ ପାଇଥିଲେ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କେନ୍ଦ୍ର ଓ ବିହାର ଉଭୟ ସ୍ଥାନରେ ଭାଜପାର ସରକାର ଥିବା ସତ୍ତ୍ୱେ ଦଳ ନିଜର ଦୀର୍ଘଦିନର ଗଡ଼ ବାଙ୍କିପୁର ଆସନକୁ କାହିଁକି ବଞ୍ଚାଇ ପାରିଲା ନାହିଁ?

ସେହିପରି, ୨୦୨୫ ବିଧାନସଭା ନିର୍ବାଚନରେ ଯେଉଁ ଜନ ସୁରାଜ ପାର୍ଟିକୁ ମାତ୍ର ୭,୭୧୭ ଭୋଟ ମିଳିଥିଲା, ସେହି ଦଳ ଏଥର କିପରି ଭାଜପାକୁ ପରାସ୍ତ କରି ବାଙ୍କିପୁର ଆସନ ଦଖଲ କରିବାରେ ସଫଳ ହେଲା, ତାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ୫ କାରଣ ବାଙ୍କିପୁର ଆସନକୁ କାହିଁକି ବଞ୍ଚାଇ ପାରିଲା ନାହିଁ ଭାଜପା…

ବାଙ୍କିପୁର ଉପନିର୍ବାଚନରେ ନିଟ (NEET-UG) ଛାତ୍ର ଆନ୍ଦୋଳନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ନିଟ ୟୁଜି ପ୍ରଶ୍ନପତ୍ର ଲିକକୁ ନେଇ ଛାତ୍ରୀଛାତ୍ରମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଓ ବିକ୍ଷୋଭ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଅନ୍ୟ ରାଜ୍ୟ ସହ ବିହାରରେ ମଧ୍ୟ ବ୍ୟାପିଥିଲା।

ଦିଲ୍ଲୀ ସମେତ ବିହାରରେ ମଧ୍ୟ ପୋଲିସ ଛାତ୍ରୀଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା। ତେବେ ଶେଷରେ ସରକାର ଛାତ୍ରମାନଙ୍କ କିଛି ଦାବିକୁ ମାନିବାକୁ ବାଧ୍ୟ ହୋଇଥିଲେ। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏହି ନିର୍ବାଚନରେ ବିହାରରେ ସମ୍ପ୍ରତି ଘଟିଥିବା ଭରତ ତିୱାରୀ ଏନକାଉଣ୍ଟର ଘଟଣା ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା। ୧୭ ଜୁନ ୨୦୨୬ରେ ବିହାରର ଭୋଜପୁର ଜିଲାରେ ଭରତ ଭୂଷଣ ତିୱାରୀଙ୍କୁ କଥିତ ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ବିହାରର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିଲା। ପରେ କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିଲା। ଉପନିର୍ବାଚନ ସମୟରେ ମଧ୍ୟ ଏହି ଏନକାଉଣ୍ଟରକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ଦେଖିବାକୁ ମିଳିଥିଲା।

ବାଙ୍କିପୁର ଆସନକୁ ନେଇ ଭାଜପା ଅତ୍ୟଧିକ ଆତ୍ମବିଶ୍ୱାସରେ ଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନେକ ବିଶ୍ଳେଷକଙ୍କ ମତରେ, ଏହି ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ଏବଂ ବାଙ୍କିପୁର ପରି ଦୀର୍ଘଦିନର ଗଡ଼ ଦଳ ହାତରୁ ଖସିଯାଇଛି।

ଉପନିର୍ବାଚନ ସମୟରେ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ, ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଅନେକ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିହାର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବାଙ୍କିପୁରରେ ବ୍ୟାପକ ପ୍ରଚାର କରିଥିଲେ। ଏତେ ବଡ଼ ପ୍ରଚାର ଅଭିଯାନ ସତ୍ତ୍ୱେ ମଧ୍ୟ ଭାଜପା ନିଜର ଏହି ପାରମ୍ପରିକ ଆସନକୁ ବଞ୍ଚାଇ ପାରିଲା ନାହିଁ ଏବଂ ନିତିନ ନବୀନ ନିଜର ରାଜନୈତିକ ଗଡ଼କୁ ସୁରକ୍ଷିତ ରଖିବାରେ ବିଫଳ ହେଲେ।

ଏହି ଉପନିର୍ବାଚନରେ କଂଗ୍ରେସ ପ୍ରତିଯୋଗିତାରେ ନଥିଲା। ସେହିପରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ୱର ସହ ଲଢ଼ିନଥିଲା ବୋଲି ରାଜନୈତିକ ବିଶ୍ଳେଷକମାନଙ୍କ ମତ। ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନରେ ହିଁ ଆରଜେଡିର ନେତାମାନେ ପ୍ରଚାର ପାଇଁ ପହଞ୍ଚିଥିଲେ। ଏହାର ପ୍ରଭାବରେ ବିରୋଧୀ ଦଳର ଅନେକ ଭୋଟ ପ୍ରଶାନ୍ତ କିଶୋରଙ୍କ ସପକ୍ଷରେ ଯାଇଥିବା ଚର୍ଚ୍ଚା ହେଉଛି।

ରାଜନୈତିକ ବିଶ୍ଳେଷଣ ଅନୁଯାୟୀ, ବିହାରରେ ପ୍ରଥମ ଥର ପାଇଁ କୌଣସି ବଡ଼ ନିର୍ବାଚନରେ ଜାତି ସମୀକରଣର ପ୍ରଭାବ ଅପେକ୍ଷାକୃତ କମ ଦେଖିବାକୁ ମିଳିଛି। ଜାତି-ପାତିରୁ ଊର୍ଦ୍ଧ୍ୱକୁ ଉଠି ଅନେକ ଭୋଟର ପ୍ରଶାନ୍ତ କିଶୋରଙ୍କୁ ସମର୍ଥନ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ, ବିଜେପି ଏବଂ ନିତିନ ନବୀନ ଅତ୍ୟଧିକ ଆତ୍ମବିଶ୍ୱାସରେ ଥିବାରୁ ଦଳ କ୍ଷତିର ସମ୍ମୁଖୀନ ହୋଇଥିବା ମତ ମଧ୍ୟ ପ୍ରକାଶ ପାଉଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?