Posted inଖେଳ

ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଜାପାନର ଟୋକିଓରେ ପାରାଅଲିମ୍ପିକ୍ସ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ବ୍ୟତୀତ ଅନ୍ୟତମ ଦୁଇ ଭାରତୀୟ ତରୁଣ ତରୁଣ ଏବଂ ନାଗର କ୍ରିଷ୍ଣା ମଧ୍ୟ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇଥିବା ଜଣାଯାଇଛି। ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୩ (ଏମଏସ ଏସ୍‌ଏଲ୍‌ ୩), ତରୁଣ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୪ (ଏମ୍‌ଏସ୍‌ ଏସ୍‌ଏଲ୍‌ ୪) ଏବଂ କ୍ରିଷ୍ଣା ପୁରୁଷ ସିଙ୍ଗଲ୍ସ ଶର୍ଟ ଷ୍ଟାଟୁରେ ୬ (ଏମ୍‌ଏସ୍‌ ଏସ୍‌ଏଚ୍‌ ୬) ପ୍ରତିଯୋଗୀଭାବେ ଆଗାମୀ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।
ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ ପକ୍ଷରୁ ଆମନ୍ତ୍ରଣ ପାଇବାପରେ ପ୍ରମୋଦଙ୍କ ଖୁସି କହିଲେ ନ ସରେ। ”ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପ୍ରତି ଆଥଲେଟ୍‌ଙ୍କର ସ୍ବପ୍ନ, ଏହା ମୋ ପାଇଁ ମଧ୍ୟ ସମାନ। ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ମୋର ସ୍ବପ୍ନ ରହିଛି। ଏହା ଉପରେ ମୁଁ ଫୋକସ କରି କଷ୍ଟସାଧ୍ୟ ଟ୍ରେନିଂ କରିବି“ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରମୋଦ। ପ୍ରକାଶ ଯୋଗ୍ୟ ଯେ, ପାରାଲିମ୍ପିକ୍ସରେ ପ୍ରଥମଥରପାଇଁ ବ୍ୟାଡ୍‌ମିଣ୍ଟନକୁ ସାମିଲ କରାଯାଇଛି। ନିକଟରେ ଶେଷ ହୋଇଥିବା ଦୁବାଇ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପ୍ରମୋଦ ୨ ସ୍ବର୍ଣ୍ଣ ଏବଂ ୧ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବରଗଡ଼ ଜିଲା ଅତିବିରାଠାରେ ପ୍ରମୋଦ ୧୯୮୮ ଜୁନ ୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ହେଉଛନ୍ତି କୁସୁମ ଦେବୀ ଏବଂ ବାପା କୈଳାସ ଭଗତ। ଏପର୍ଯ୍ୟନ୍ତ କ୍ୟାରିୟରରେ ସେ ୪୮ଟି ଜାତୀୟ ଓ ୫୩ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୨୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୫ ବ୍ରୋଞ୍ଜ ସାମିଲ। ୨୦୧୯ରେ କ୍ୟାରିୟର ଶ୍ରେଷ୍ଠ ୨୧ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ପ୍ରମୋଦ ୨୦୨୦ ଓ ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଯୋଗୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରି ନାହାନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ୨୦୧୯ରେ ସେ ରାଜ୍ୟର ସର୍ବଶ୍ରେଷ୍ଠ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ଭାରତ ସରକାରଙ୍କଠାରୁ ଅର୍ଜୁନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ୪୦୦ ମିଟର ଧାବିକା ଓଡ଼ିଶାର ଜୟନ୍ତି ବେହେରା ପୂର୍ବରୁ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri