Posted inଖେଳ

ପ୍ରଜ୍ଞାନନ୍ଦ-କାର୍ଲସେନ୍‌ ପ୍ରଥମ ଗେମ୍‌ ଡ୍ର

ବାକୁ (ଆଜରବୈଜାନ),୨୩ା୮ (ପି.ଟି.): ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନଙ୍କ ବିପକ୍ଷ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ନାମେଣ୍ଟ ଫାଇନାଲର ପ୍ରଥମ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ। ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଧଳା ଦାନରେ ଏହି ଗେମ୍‌ ଖେଳିଥିଲେ। ସେ ତାଙ୍କଠାରୁ ଉଚ୍ଚ ରେଟିଂପ୍ରାପ୍ତ କାର୍ଲସେନଙ୍କ ବିପକ୍ଷ ଗେମ୍‌କୁ ୩୫ଟି ମୁଭରେ ଡ୍ର ରଖିଥିଲେ। ଫଳତଃ ନରଓ୍ବେ ଚେସ୍‌ ଖେଳାଳି ବୁଧବାର ଖେଳାଯିବାକୁଥିବା ଦୁଇ ମ୍ୟାଚ ବିଶିଷ୍ଟ କ୍ଲାସିକାଲ ସିରିଜର ଦ୍ୱିତୀୟ ଗେମ୍‌ ଧଳାଦାନରେ ଖେଳିବେ। ସୋମବାର ବିଶ୍ୱର ୩ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୩.୫-୨.୫ରେ ଚମକପ୍ରଦ ବିଜୟ ହାସଲ କରି ପ୍ରଜ୍ଞାନନ୍ଦ ଫାଇନାଲରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କ ପରେ ବିଶ୍ୱକପ୍‌ ଫାଇନାଲ ଖେଳିବାରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହି ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଇତିମଧ୍ୟରେ ୨୦୨୪ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ...

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ...

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ...

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର...

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି।...

ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା

ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା...

ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ସ୍ବପ୍ନ ଭାଙ୍ଗିଲା

ନୂଆଦିଲ୍ଲୀ,୧୪।୬: ଟି -୨୦ ବିଶ୍ୱକପ ୨୦୨୪ର ୨୭ତମ ମ୍ୟାଚରେ ବାଂଲାଦେଶ ନେଦରଲାଣ୍ଡକୁ ପରାସ୍ତ କରିଛି। ବାଂଲାଦେଶର ବିଜୟ ଯୋଗୁ ଶ୍ରୀଲଙ୍କାକୁ କ୍ଷତି ସହିବାକୁ ପଡ଼ିଛି। ଶ୍ରୀଲଙ୍କା...

ହାଇସ୍କୁଲରୁ ହଟିବ ୫ଟି ଚାର୍ଟର୍‌

ଭୁବନେଶ୍ୱର,୧୩।୬: ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍‌। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri