Posted inଖେଳ

ଚେସ୍‌ ଚ୍ୟାଲେଞ୍ଜର, ରେକର୍ଡ ବ୍ରେକର

ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଚେସ୍‌ ତାରକା ଆର୍‌. ପ୍ରଜ୍ଞାନନ୍ଦ ହେଉଛନ୍ତି ପ୍ରଚଣ୍ଡ ପ୍ରତିଭାବାନ। ୨୦୦୫ ଅଗଷ୍ଟ ୧୦ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରମେଶବାବୁ ଟିଏନ୍‌ଏସ୍‌ସି ବ୍ୟାଙ୍କରେ ବ୍ରାଞ୍ଚ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ। ମା’ ନାଗାଲକ୍ଷ୍ମୀ ଜଣେ ଗୃହିଣୀ। ପ୍ରଜ୍ଞାନନ୍ଦଙ୍କୁ ଜଣେ ସଫଳ ଚେସ୍‌ ଖେଳାଳି ଭାବେ ଗଢ଼ି ତୋଳିବାରେ ମା’ ନାଗଲକ୍ଷ୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ତର୍ଜାତୀୟ ମାଷ୍ଟର ଆର. ବୈଶାଳୀ ତାଙ୍କ ଭଉଣୀ। ମାତ୍ର ୧୦ ବର୍ଷ ବୟସରେ ପ୍ରଜ୍ଞାନନ୍ଦ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିଥିଲେ। ସେତେବେଳେ ଏହି ଟାଇଟଲ ହାସଲ କରିବାରେ ସେ ସର୍ବକନିଷ୍ଠ ଖେଳାଳି ଥିଲେ। ୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ହୋଇ ଯାଇଥିଲେ। ସେତେବେଳେ ଏହି ଟାଇଟଲ ହାସଲରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଥିଲେ। ୨୦୨୨ ଫେବୃୟାରୀ ୨୨ରେ ମାତ୍ର ୧୬ ବର୍ଷ ବୟସରେ ସେ ସର୍ବକନିଷ୍ଠ ଖେଳାଳିଭାବେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଥିଲେ। ଏୟାରଥିଙ୍ଗ୍ସ ମାଷ୍ଟର୍ସ ର଼୍ୟାପିଡ୍‌ ଚେସ୍‌ ଟୁର୍ନାମେଣ୍ଟରେ ସେ କାର୍ଲସେନଙ୍କୁ ହରାଇ ଏହି ସଫଳତା ପାଇଥିଲେ। ୨୦୨୨ ଅକ୍ଟୋବର ୧୬ରେ ଅନ୍ୟତମ ଭାରତୀୟ ଚେସ୍‌ ପ୍ରତିଭା ଡି. ଗୁକେଶ ଏହି ରେକର୍ଡ ଭାଙ୍ଗିଥିଲେ।
କ୍ୟାରିୟର
ପ୍ରଜ୍ଞାନନ୍ଦ ୨୦୧୩ରେ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ର ୮ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ସେ ଫିଡେ ମାଷ୍ଟର ଟାଇଟଲ ମଧ୍ୟ ହାସଲ କରିଥିଲେ। ୨୦୧୫ରେ ସେ ୧୦ ବର୍ଷରୁ କମ୍‌ ବର୍ଗରେ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ବିଜେତା ହୋଇଥିଲେ। ୨୦୧୬ରେ ସେ ଚେସ୍‌ ଇତିହାସରେ ସର୍ବକନିଷ୍ଠ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିଥିଲେ। ତାଙ୍କୁ ସେତେବେଳେ ୧୦ ବର୍ଷ, ୧୦ ମାସ ୧୯ ଦିନ ହୋଇଥିଲା। ୨୦୧୭ ନଭେମ୍ବରରେ ସେ ଓ୍ବାଲର୍‌ଡ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରଥମ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ନର୍ମ ହାସଲ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୮ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ। ୨୦୧୮ ଏପ୍ରିଲ ୧୭ରେ ଗ୍ରୀସ୍‌ରେ ଅନୁଷ୍ଠିତ ହେରାକ୍ଲିନ୍‌ ଫିସର ମେମୋରିଆଲ ଜିଏମ୍‌ ନର୍ମ ଟୁର୍ନାମେଣ୍ଟରେ ସେ ଦ୍ୱିତୀୟ ନର୍ମ ପାଇଥିଲେ। ୨୦୧୮ ଜୁନ୍‌ ୨୩ରେ ଇଟାଲୀର ଉର୍ଟିଜେଠାରେ ଆୟୋଜିତ ଗ୍ରେଡିନେ ଓପନ ଟୁର୍ନାମେଣ୍ଟରେ ସେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ। ୧୨ ବର୍ଷ, ୧୦ ମାସ ୧୩ ଦିନର ହୋଇଥିବାବେଳେ ସେ ଗ୍ରାଣ୍ଡମାଷ୍ଟର ଟାଇଟଲଧାରୀ ବନିଥିଲେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲରେ ସେ ସେତେବେଳେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହୋଇଥିଲେ (ରୁଷିଆର ସର୍ଗି କାର୍ଜାକିନ୍‌ ୧୨ ବର୍ଷ ୭ ମାସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ସେତେବେଳେ ସର୍ବକନିଷ୍ଠ ଖେଳାଳିର ମାନ୍ୟତା ବହନ କରୁଥିଲେ)। ଏବେ ଅଭିମନ୍ୟୁ ମିଶ୍ର, ସର୍ଗି କାର୍ଜାକିନ୍‌, ଡି. ଗୁକେଶ ଓ ଜାକୋଖିର ସିଣ୍ଡାରୋଭଙ୍କ ପରେ ପ୍ରଜ୍ଞାନନ୍ଦ ୫ମ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଟାଇଟଲଧାରୀ ଅଛନ୍ତି।
୨୦୧୮ରେ ପ୍ରଜ୍ଞାନନ୍ଦଙ୍କୁ ସ୍ପେନ୍‌ରେ ମାଗିଷ୍ଟ୍ରାଲ ଡି ଲିଅନ ମାଷ୍ଟର୍ସ ଖେଳିବାକୁ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ସେ ଫିଲିପିନୋ-ଆମେରିକାନ ଗ୍ରାଣ୍ଡମାଷ୍ଟର ଓ୍ବେସଲି ସୋ’ଙ୍କ ବିପକ୍ଷରେ ୪ ଗେମ୍‌ ବିଶିଷ୍ଟ ର଼୍ୟାପିଡ୍‌ ମ୍ୟାଚ ଖେଳିଥିଲେ। ପ୍ରଥମ ଗେମ୍‌ରେ ସୋ’ଙ୍କୁ ପ୍ରଜ୍ଞାନନ୍ଦ ହରାଇ ଦେଇଥିଲେ। ୩ ଗେମ୍‌ ଶେଷରେ ସ୍କୋର ୧.୫-୧.୫ ରହିଥିଲା। ଶେଷ ଗେମ୍‌କୁ ଜିତି ସୋ’ ମ୍ୟାଚ ଜିତିଥିଲେ। ୨୦୧୮ ଜାନୁୟାରୀରେ ପ୍ରଜ୍ଞାନନ୍ଦ ନର୍ଥ କାରୋଲିନାରେ ଅନୁଷ୍ଠିତ ଚାର୍ଲୋଟେ ଚେସ୍‌ ସେଣ୍ଟର୍ସ ଓ୍ବିଣ୍ଟର ୨୦୧୮ ଜିଏମ୍‌ ନର୍ମ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟରେ ଗ୍ରାଣ୍ଡମାଷ୍ଟର ଆଲଡର ଇସ୍କୋବାର ଫୋରେରୋ ଓ ଅନ୍ତର୍ଜାତୀୟ ମାଷ୍ଟର ଡେନିସ ଶିମେଲୋଭଙ୍କ ସହ ମିଳିତଭାବେ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ଜୁଲାଇରେ ଡେନ୍‌ମାର୍କରେ ଅନୁଷ୍ଠିତ ଏକ୍ସଟ୍ରାକନ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲେ। ୨୦୧୯ ଅକ୍ଟୋବର ୧୨ରେ ସେ ଓ୍ବାଲର୍‌ଡ ୟୁଥ୍‌ ଚାମ୍ପିୟନଶିପ୍‌ର ୧୮ ବର୍ଷରୁ କମ୍‌ ବର୍ଗ ଟାଇଟଲ ଜିତିଥିଲେ। ୨୦୧୯ ଡିସେମ୍ବରରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ୨୬୦୦ ରେଟିଂ ସ୍ପର୍ଶ କରିଥିଲେ। ମାତ୍ର ୧୪ ବର୍ଷ, ୩ ମାସ ୨୪ ଦିନର ହୋଇଥିବାବେଳେ ସେ ଏହି ମ୍ୟାଜିକ ସଂଖ୍ୟାକୁ ଛୁଇଁଥିଲେ।
୨୦୨୧ ଚେସ୍‌ ବିଶ୍ୱକପ୍‌ରେ ସେ ୯୦ତମ ସିଡ୍‌ ଖେଳାଳିଭାବେ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଗ୍ରାଣ୍ଡମାଷ୍ଟର ଗାବ୍ରିଏଲ ସର୍ଗିସିଆନଙ୍କୁ ୨-୦ରେ ହରାଇଥିଲେ। ଏହାପରେ ୩ୟ ରାଉଣ୍ଡରେ ଜିଏମ୍‌ ମାଇକେଲ କ୍ରାସେଙ୍କୋଙ୍କୁ ର଼୍ୟାପିଡ୍‌ ଟାଇବ୍ରେକ୍‌ରେ ହରାଇ ରାଉଣ୍ଡ-୪କୁ ଉନ୍ନୀତ ହୋଇଥିଲେ। ତେବେ ୪ର୍ଥ ରାଉଣ୍ଡରେ ମାକ୍ସିମେ ଭାଚିଏର-ଲାଗ୍ରାଭେଙ୍କଠାରୁ ହାରି ଏଲିମିନେଟ ହୋଇ ଯାଇଥିଲେ। ୨୦୨୨ରେ ସେ ଟାଟା ଷ୍ଟିଲ୍‌ ଚେସ୍‌ ଟୁର୍ନାମେଣ୍ଟର ମାଷ୍ଟର୍ସ ସେକ୍ସନରେ ଖେଳିଥିଲେ। ସେଥିରେ ସେ ଆନ୍ଦ୍ରେ ଇସିପେଙ୍କୋ, ଭିଦିତ ଗୁଜୁରାଟି ଓ ନିଲ୍ସ ଗ୍ରାଣ୍ଡେଲିଅସଙ୍କ ପରି ନାମୀ ଖେଳାଳିଙ୍କୁ ପରାସ୍ତ କରିଥିଲେ।
୨୦୨୨ ଫେବୃୟାରୀ ୨୦ରେ ସେ ତୃତୀୟ ଭାରତୀୟ ଖେଳାଳିଭାବେ ବିଶ୍ୱ ଚାମ୍ପିୟନ୍‌ ମାଗ୍ନସ କାର୍ଲସେନଙ୍କୁ ଚେସ୍‌ର କୌଣସି ଏକ ଟାଇମ୍‌ ଫର୍ମାଟରେ ପରାସ୍ତ କରିଥିଲେ। ୨୦୨୨ ଚାମ୍ପିୟନ୍ସ ଚେସ୍‌ ଟୁର୍‌ର ଅନ୍‌ଲାଇନ୍‌ ଏୟାରଥିଙ୍ଗ୍ସ ମାଷ୍ଟର୍ସ ର଼୍ୟାପିଡ୍‌ ଟୁର୍ନାମେଣ୍ଟରେ ସେ ମାଗ୍ନସଙ୍କୁ ମାତ୍‌ ଦେଇଥିଲେ। ତାଙ୍କ ପୂର୍ବରୁ ଭାରତର ବିଶ୍ୱନାଥନ ଆନନ୍ଦ ଓ ପି. ହରିକ୍ରିଷ୍ଣା ଏହି ସଫଳତା ପାଇଥିଲେ। ୨୦୨୨ ମେ’ରେ ଚେସାବ୍ଲ ମାଷ୍ଟର୍ସ ଅନ୍‌ଲାଇନ୍‌ ର଼୍ୟାପିଡ୍‌ ଚେସ୍‌ରେ ସେ ପୁଣିଥରେ କାର୍ଲସେନଙ୍କୁ ହରାଇବାର ସୌଭାଗ୍ୟ ପାଇଥିଲେ। ୩ ମାସରେ ସେ ଦ୍ୱିତୀୟ ଥର ପାଇଁ କାର୍ଲସେନଙ୍କୁ ହରାଇଥିଲେ। ୨୦୨୨ ଏଫ୍‌ଟିଏକ୍ସ କ୍ରିପ୍‌ଟୋ କପ୍‌ରେ ପ୍ରଜ୍ଞାନନ୍ଦ ୩ ଥର କାର୍ଲସେନଙ୍କୁ ପରାସ୍ତ କରିଥିଲେ।
୨୦୨୩ ଜାନୁୟାରୀରେ ପ୍ରଜ୍ଞାନନ୍ଦ ଟାଟା ଷ୍ଟିଲ୍‌ ଚେସ୍‌ ମାଷ୍ଟର୍ସ ଖେଳି ୨୮୦୦ ରେଟେଡ ଗ୍ରାଣ୍ଡମାଷ୍ଟର ଚାଇନାର ଡିଙ୍ଗ୍‌ ଲିରେନଙ୍କୁ ପରାସ୍ତ କରିଥିଲେ। ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ୨୦୨୩ ଚେସ୍‌ ବିଶ୍ୱକପ୍‌ ଫାଇନାଲରେ କାର୍ଲସେନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପ୍ରଜ୍ଞାନନ୍ଦ। ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଭାରତର ସର୍ବକନିଷ୍ଠ ଖେଳାଳିଭାବେ ଚେସ୍‌ ବିଶ୍ୱକପ୍‌ର ଫାଇନାଲରେ ଖେଳୁଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କାର୍ଲସେନ ୨୦୦୪ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ। ଏହାର ୧୬ ମାସପରେ ପ୍ରଜ୍ଞାନନ୍ଦ ଜନ୍ମ ହୋଇଥିଲେ।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?