Posted inଖେଳ

ଖେଳାଳିଙ୍କୁ ଚୁମ୍ବନ ପରେ କ୍ଷମା ମାଗିଲେ ଲୁଇସ୍‌

ମାଡ୍ରିଡ୍‌୍‌,୨୩ା୮(ପି.ଟି.): ସ୍ପେନ୍‌ ଫୁଟବଲ ମହାସଂଘର ସଭାପତି ଲୁଇସ୍‌ ରୁବେଲ୍ସ ମହିଳା ଖେଳାଳିଙ୍କୁ ଚୁମ୍ବନ ଦେଇ ବିବାଦ ଘେରରେ ରହିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ରୁବେଲ୍ସ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋଙ୍କୁ ଓଠରେ ଚୁମ୍ବନ ଦେଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ରୁବେଲ୍ସ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଥିଲେ। ଚୁମ୍ବନ ଦେବା ପୂର୍ବରୁ ରୁବେଲ୍ସ ଉତ୍ତେଜନାପୂର୍ଣ୍ଣ ସେଲିବ୍ରେଶନ କରିଥିଲେ। ବିଜୟ ଉଲ୍ଲାସରେ ସେ ନିଜ ଯୌନାଙ୍ଗ ନିକଟରେ ହାତ ରଖି କିଛି ଇସାରା ମଧ୍ୟ କରିଥିଲେ। ଏହି ଘଟଣା ସମୟରେ ସ୍ପେନ୍‌ର ୧୬ ବର୍ଷୀୟା ରାଜକୁମାରୀ ଇନ୍‌ଫାଣ୍ଟା ସୋଫିଆ ସେଠାରେ ଉପସ୍ଥିତ ଥିଲେ। ଏହାପରେ ସେ ହର୍ମୋସୋଙ୍କୁ କିସ୍‌ କରିଥିଲେ। ଏହି ଘଟଣାକୁ ନେଇ ସ୍ପେନ୍‌ ସରକାରଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। ସ୍ପେନ୍‌ ସରକାରରେ ମନ୍ତ୍ରୀ ରହିଥିବା ଆଇରିନ୍‌ ମଣ୍ଟେରୋ ଏହାକୁ ସମାଲୋଚନା କରିଛନ୍ତି। ଏଭଳି ଘଟଣାକୁ ସାଧାରଣ କହି ଏଡାଇ ଦିଆଯାଉଥିବାରୁ ମହିଳା ଖେଳାଳିଙ୍କ ପ୍ରତି ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ସ୍ପେନ୍‌ ଫୁଟ୍‌ବଲ ମହାସଂଘ ପକ୍ଷରୁ ଜାରି କରାଯାଇଥିବା ମନ୍ତବ୍ୟ ଅନୁସାରେ ହର୍ମୋସୋ ଏହାକୁ ଠିକ୍‌ ଦର୍ଶାଇଛନ୍ତି। ବିଜୟର ଖୁସିରେ ଆମେ ଏଭଳି କରିଥିବା ବେଳେ ଏଥିରେ ଉଭୟଙ୍କ ସହମତି ରହିଥିଲା। ସଭାପତିଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଭଲ ରହିଛି। ତେବେ ସୋମବାର ରୁବେଲ୍ସଙ୍କ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ସେ କ୍ଷମାପ୍ରାର୍ଥନା କରିଥିବାର ନଜର ଆସିଛନ୍ତି। ସଭାପତି ଭାବରେ ସର୍ବସମକ୍ଷରେ ଏଭଳି କରିବା ଗ୍ରହଣୀୟ ନୁହେଁ। ତେବେ ଏହା ପଛରେ କୌଣସି ଖରାପ ଅଭିସନ୍ଧି ନ ଥିଲା। ନେଦରଲାଣ୍ଡ୍ସର କ୍ରୀଡା ସଂଗଠନ ଫିଫଫ୍ରୋ ଏହାକୁ ନିନ୍ଦା କରିଛି। ସମଗ୍ର ବିଶ୍ୱ ସମ୍ମୁଖରେ ରୁବେଲ୍ସ ସ୍ପେନ୍‌କୁ ନିନ୍ଦିତ କରିଛନ୍ତି ବୋଲି ସଂସ୍ଥା ନିଜ ବକ୍ତବ୍ୟରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri