ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି: ଏବେ କହୁଛନ୍ତି କଥା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ବର୍ତ୍ତମାନ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଭୁବନେଶ୍ୱର ଏମ୍ସର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ପ୍ରଦୀପ୍ତଙ୍କ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରେ ରଖି ଚିକିତ୍ସା କରାଯାଉଛି। ତାଙ୍କୁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ।
ଏପ୍ରିଲ ୧୯ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ । ପରେ କ୍ୱାରାଣ୍ଟାଇନରେ ମଧ୍ୟ ରହିଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ୨୦ ଦିନରୁ ଅଧିକ ଦିନ ହେବ ଭେଣ୍ଟିଲେଟରରେ ଥିଲେ । ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର

ଅନୁଗୋଳ ଅଫିସ, ୧୬ା୯: ଗତ ଲଘୁଚାପ ବର୍ଷା ଅନୁଗୋଳ ଜିଲାରେ ବହୁ କ୍ଷୟକ୍ଷତି ଘଟାଇଛି। ବୁଧବାରଠାରୁ ବର୍ଷା ଥମିଯାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାର ଶେଷ ହେଉନାହିଁ।...

କୋଣାର୍କ ହେବ ‘ସୂର୍ଯ୍ୟ ନଗରୀ’: ସ୍ଥାପନ ହେବ ୧୦ ମେଗାଓ୍ବାଟର ସୌର ଶକ୍ତି ପ୍ଲାଣ୍ଟ 

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପୁରୀ ଜିଲାର କୋଣାର୍କ ଅଞ୍ଚଳକୁ ସୂର୍ଯ୍ୟ ନଗରୀରେ ପରିଣତ କରାଯିବ। କୋଣାର୍କ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ଏବଂ ଏଠାରେ ଗଢି ଉଠିଥିବା ସହର...

ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି...

ଯୁକ୍ତ୨ ଲାଗି ହୋଇପାରେ ପ୍ରବେଶିକା

ଭୁବନେଶ୍ୱର,୯।୫(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ ହେବା ପରେ ଏବେ ଯୁକ୍ତ୨ ନାମଲେଖାକୁ ନେଇ ପ୍ରଶ୍ନ ଉଠିଲାଣି। କେମିତି ଓ କେଉଁ ଆଧାରରେ...

ଭୁବନେଶ୍ୱରୁ ଆଜି ପୁଣି ୨୭୧ ପଜିିଟିଭ୍‌ ଚିହ୍ନଟ: ଲୋକାଲ କେସ୍‌ ସଂଖ୍ୟା ଅଧିକ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୨୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୮ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ସୋମବାରଠୁ ଲାଗି ରହିବ ବର୍ଷା

ଭୁବନେଶ୍ବର,୬।୬: କାଳବୈଶାଖି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।...

ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା...

ଗୋଟିଏ ଗ୍ରାମରୁ ୨୯ କରୋନା ପଜିଟିଭ

ନୂଆପଡ଼ା,୨୪।୩: ରାଜ୍ୟରେ ପୁଣି ଚିନ୍ତା ବଢାଉଛି କରୋନା। ନୂଆପଡ଼ା ଜିଲା ସିନାପାଲି ବ୍ଲକର ଗୋଟିଏ ଗ୍ରାମରୁ ୨୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସିନାପାଲି ବ୍ଲକ ପ୍ରଶାସନ...

Advertisement


Archives

Model This Week