ଅଡୁଆରେ ପ୍ରଦୀପ: ଫ୍ରିଜ୍‌ ହେବ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ ଅଫିସ,୧୮।୧୦: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମର ସୁନା ଓ ୨୪.୨୫ ଲକ୍ଷ ଟଙ୍କାର ଏକ ହାର ଜବତ କରିଛି। ଏଥିସହ ପ୍ରଦୀପଙ୍କ ଘରୁ ବହୁ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ର ଜବତ କରାଯାଇଛି। ସେହିପରି ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ଲାଗି ଭିଜିଲାନ୍ସ ପଦକ୍ଷେପ ନେଉଛି। ସର୍ଚ୍ଚ ବେଳେ ଜବତ ହୋଇଥିବା କାଗଜପତ୍ରକୁ ଭିଜିଲାନ୍ସର ବିତ୍ତ ବିଭାଗ ଅଧିକାରୀ, ଚାର୍ଟାଜ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କ କନ୍‌ସଲଣ୍ଟାଣ୍ଟ ଯାଞ୍ଚ କରୁଛନ୍ତି। ଅନ୍ୟପଟେ, ଭିଜିଲାନ୍ସର ସାଇବର ସେଲ୍‌ ଜବତ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ପରୀକ୍ଷା ନୀରିକ୍ଷା କରିବ। ପରବର୍ତ୍ତୀ ସମୟରେ ସମସ୍ତ ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ହେବେ। ଏହାର ତଦନ୍ତ ଚାଲୁ ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର କଟକ ଭିଜିଲାନ୍ସ ସେଲ ମାମଲା(ନଂ. ୬/୨୧) ଭିତ୍ତିରେ ପ୍ରଦୀପଙ୍କ ବାସଭବନ ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ଚଢାଉ କରିଥିଲା। ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ଜମି କିଣାବିକାର କାଗଜପତ୍ର, ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କର ଜମାଖାତା, ଡେବିଟ ଓ କ୍ରେଡିଟ କାର୍ଡ, ଲାପଟପ, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଏଥିସହ ଚଢାଉ ବେଳେ ପ୍ରଦୀପଙ୍କ ସମ୍ପର୍କୀୟ ଘରୁ ୨୦ ଲକ୍ଷ ଟଙ୍କା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍‌ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ...

ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗର୍ଲଫ୍ରେଣ୍ଡ

କଟକ ଅଫିସ୍‌,୨୫।୧୦: ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ସକିଲଙ୍କ ଗାର୍ଲଫ୍ରେଣ୍ଡ ମାନସୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।...

ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ...

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୭(ଡି.ଏନ୍‌.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍‌ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର...

‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’:ରାଜେଶ ପ୍ରଥମ ଓଡ଼ିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର,୪-୯(ବ୍ୟୁରୋ):ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ୩ୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ...

ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.) ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର...

ସ୍ବଚ୍ଛ ହୋଇପାରିନି ଗୋଛାୟତସାହି

ବଅଁରପାଳ,୨୩ା୬(ଡି.ଏନ.ଏ.) ସ୍ବଚ୍ଛ ଭାରତ ଅଭିଯାନରେ ଅନୁଗୋଳ ଜିଲାର ଅନେକ ଗଁ। ବାହ୍ୟ ମଳମୁକ୍ତ ହୋଇପାରିଛି। ହେଲେ ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତର ୧୫ ନମ୍ବର ୱାର୍ଡ...

Advertisement
Archives

Model This Week