ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର ଦେଖାଯାଇଛି ଯେ, ଡାକ୍ତର କିମ୍ବା ମେଡିକାଲ କର୍ମଚାରୀମାନେ ଏହାକୁ ପିନ୍ଧି ଚେତାଶୂନ୍ୟ ହୋଇଯାଇଛନ୍ତି। ଏହି ପ୍ରକାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟପ୍ରଦେଶର ଜବଲପୁରର ଜଣେ ଯୁବକ ଏସି ବା ଶୀତତାପ ନିୟନ୍ତ୍ରିତ ପିପିଇ କିଟ୍‌ ତିଆରି କରିଛନ୍ତି।


ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କରିଥିବା ଛାତ୍ର ମହମ୍ମଦ ମନ୍‌ସୁରୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି-ଟେକ୍‌ କରୁଛନ୍ତି। ମନସୁରୀ ଏହି ଉଦ୍ଭାବନକୁ ଭେଣ୍ଟିଲେଜ୍‌ ପର୍ଶନାଲ ପ୍ରୋଟେକ୍ଟିଭ୍‌ ଉପକରଣ(ପିପିଇ) ଭାବରେ ନାମିତ କରିଛନ୍ତି। ଏହାକୁ ପିପିଇ କିଟ୍‌ ସହିତ ସଂଯୋଗ କରି ଅଣ୍ଟାରେ ବାନ୍ଧିହେବ। ଏହାର ଓଜନ ବହୁତ ହାଲୁକା। ତେଣୁ, ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।


ଏହି ଉଦ୍ଭାବନକୁ ପ୍ରଶଂସା କରି ଜିଲା ପ୍ରଶାସନ ମେଡିକାଲ ବିଭାଗ ମାଧ୍ୟମରେ ଭାରତୀୟ ଅନୁସନ୍ଧାନ ପରିଷଦକୁ ଏକ ପ୍ରସ୍ତାବ ପଠାଇଛି। ଏହାକୁ ପିଏମ୍‌କୁ ମଧ୍ୟ ପଠାଯିବ। ଏହାର ଓଜନ ୮୦୦ ଗ୍ରାମ, ଏହାକୁ ତିଆରି କରିବାରେ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏରୋଡାଇନାମିକ୍ସ ଟେକ୍ନୋଲୋଜି ଏଥିରେ ବ୍ୟବହୃତ ହୋଇଛି। ଏହି କୌଶଳ ରକେଟ୍‌ ଇଞ୍ଜିନକୁ ଥଣ୍ଡା କରିବା ପାଇଁ ବ୍ୟବହୃତ ହୁଏ। ଥଣ୍ଡା ପବନ ଏକ ପାଇପ୍‌ ମାଧ୍ୟମରେ ପିପିଇ କିଟ୍‌ ଭିତରକୁ ଯିବ। ଚାର୍ଜ କରିବା ପରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଡିଭାଇସ ଚଲାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ,୭।୧୦(ପ୍ରଭୁକଲ୍ୟାଣ ପାଲ୍) ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ…

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?