ସଂଗରୋଧ ସରିବା ପରେ ଭୁଲିଗଲା ଗଞ୍ଜାମ ପ୍ରଶାସନ: ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ସ୍କୁଲ-କଲେଜ କୋଠା

ବ୍ରହ୍ମପୁର,୧୫।୮- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ସଂଗରୋଧ ଗୃହରେ ରଖାଯାଇଥିଲା। ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦ୍ୱାରା ମହାମାରୀ କରୋନାର ମୁକାବିଲା କରାଯାଇପାରିବ ବୋଲି ସରକାର ଓ ପ୍ରଶାସନ ଏକ ଆକଳନ କରିଥିଲେ । ସରକାର ଏଭଳି ଏକ ରୁପରେଖ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ବ୍ୟୟରେ ଯୁଦ୍ଧ କାଳୀନ ଭିତ୍ତିରେ ସରକାର ବିଦ୍ୟାଳୟ ଗୁଡିକର ଚିତ୍ର ବଦଳାଇ ଦେଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରକ୍ଷଣା ବେକ୍ଷଣ ଅଭାବରୁ କେଉଁ ବିଦ୍ୟାଳୟର ସାମଗ୍ରୀ ଚୋରି ହେଉଛି ତ କେଉଁଠି ବିଦ୍ୟାଳୟ କୋଠରୀଗୁଡ଼ିକ କିଛି ଅସାଧୁ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ଅର୍ଥାତ ଜୁଆଡି ଓ ମଦ୍ୟପମାନଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି।

ବିଶେଷକରି ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦିନଠାରୁ କୁକୁଡାଖଣ୍ଡି ବ୍ଲକର ପ୍ରାୟ ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ତାଲା ପଡ଼ିନାହିଁ । ପ୍ରବାସୀ ଓଡ଼ିଆମାନେ ଯେଉଁ ସାମଗ୍ରୀ ବ୍ୟବହାର କରୁଥିଲେ ତାହା ବିଦ୍ୟାଳୟ ପରିସ କ୍ରମରେ ବାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର ହୋଇଥିଲା । ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ଶ୍ରେଣୀ ଗୃହ ମୁକୁଳା ହୋଇ ପଡିରହିବା ପରେ ସେଥି ମଧ୍ୟରେ ଥିବା ହଜାର ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଯଥା ପାଣି ମୋଟର,ବିଦ୍ୟୁତ ପଙ୍ଖା ଇତ୍ୟାଦି ଅସାଧୁ ବ୍ୟକ୍ତିମାନେ ଚୋରି କରି ନେଇଯାଇଛନ୍ତି। ଏ ନେଇ ସରପଞ୍ଚ ଥାନାରେ ଏତଲା ଦେଇଛନ୍ତି । କେଉଁ କାରଣରୁ ବିଦ୍ୟାଳୟ ପରିସରରୁ ପ୍ରବାସୀ ବ୍ୟବହାର କରିଥିବା ସାମଗ୍ରୀ ହଟାଯାଇ ପାରିଲା ନାହିଁ କିମ୍ବା ଦାୟିତ୍ୱରେ ଥିବା ତଥା ଜିଲାପାଳ କ୍ଷମତା ସମ୍ପର୍ଣ ସରପଞ୍ଚ ଉକ୍ତ ବିଦ୍ୟାଳୟ ରେ ତାଲା ପକାଇଲେ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାଫଳରେ ସ୍କୁଲ ଭିତରୁ ଦୁର୍ବୃତ୍ତମାନେ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଯାଇଥିଲେ। ସେହିପରି ଶୌଚାଳୟ ଗୁଡ଼ିକରେ ଲାଗିଥିବା ବିଭିନ୍ନ ସରଞ୍ଜାମ ଗୁଡିକ ମଧ୍ୟ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ବିଶେଷ ଅସୁବିଧା ହେବ ବୋଲି ଚର୍ଚ୍ଚା ହେଉଛି। ଶତାଧିକ ସଂଖ୍ୟାରେ ପ୍ରବାସୀ ବ୍ୟବହାର କରୁଥିବା ବାଲ୍ଟି ଓ ମଗ ଗୁଡ଼ିକ ଏବେ କିଛିଲୋକ ନିଜ ଘରକୁ ନେଇ ବ୍ୟବହାର କରୁଛନ୍ତି ତ ଆଉ କିଛି ଯୁବଗୋଷ୍ଠୀ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।

ସଂଗରୋଧ ପାଇଁ ବ୍ୟବହାର କରାଯାଇଥିବା ସ୍କୁଲରେ ଏଭଳି ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନ ନିରବ ରହିଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଏବେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଘାଟିପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତି କୁମାରୀ ପଣ୍ଡା କୁହନ୍ତି, ପ୍ରବାସୀ ମାନେ ସ୍କୁଲରେ ରହିବେ ବୋଲି ସ୍ଥାନୀୟ ସରପଞ୍ଚ କହିବା ପରେ ବିଦ୍ୟାଳୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ସଂଘରୋଧ ସମାପ୍ତି ପରେ ମଧ୍ୟ ସରପଞ୍ଚ ବର୍ତ୍ତମାନ ସୁଦ୍ଧା ସ୍କୁଲ ଆମକୁ ହସ୍ତାନ୍ତର କରିନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ବାଲିପଡା ସରପଞ୍ଚ ଉମାଶଙ୍କର ସାମଲ କୁହନ୍ତି ,ପ୍ରବାସୀ ମାନେ ସୁସ୍ଥ ହୋଇ ନିଜ ନିଜର ଘରକୁ ଚାଲିଯାଇଛନ୍ତି । ତେବେ ସ୍କୁଲ ରୁ କିଛି ଆସବାବପତ୍ର ଚୋରି ହୋଇଯାଇଛି । ଏଣୁ ସେ ଏନେଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି । ଏଣୁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?