Posted inଜାତୀୟ

ପାଓ୍ବାର ଦେଖାଇଲେ ପାଓ୍ବାର

ନୂଆଦିଲ୍ଲୀ,୭ା୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ଅଫିସରେ ଦୁଇ ନେତାଙ୍କ ମଧ୍ୟରେ ୨୦ ମିନିଟ ଧରି ଆଲୋଚନା ହୋଇଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଶିବସେନା ଏମ୍‌ପି ତଥା ‘ସାମ୍ନା’ ସମ୍ପାଦକ ସଞ୍ଜୟ ରାଉତଙ୍କ ସ୍ତ୍ରୀ ଓ ଅନ୍ୟ ୨ ସହଯୋଗୀଙ୍କ ବିରୋଧରେ ଜମି କାରବାର ସମ୍ପର୍କିତ ଏକ ମନିଲଣ୍ଡରିଂ ମାମଲାରେ ୧୧.୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। କେଉଁ ଆଧାରରେ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଏହା ଅନ୍ୟାୟ। ସଞ୍ଜୟ ଭାଜପା ଏବଂ କେନ୍ଦ୍ର ବିରୋଧୀ ମନ୍ତବ୍ୟ ଦେଉଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦୁର୍ଭାଗ୍ୟଜନକ ବୋଲି ପାଓ୍ବାର ମୋଦିଙ୍କୁ କହିଥିବା ଖବରଦାତାଙ୍କ ଆଗରେ ସ୍ପଷ୍ଟ କରିଛନ୍ତି।
ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ନିଜ ପାଓ୍ବାର ଦେଖାଇଥିବା କୁହାଯାଉଛି। କାରଣ ପାଓ୍ବାରଙ୍କ ଦଳର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରି ମୁମ୍ବାଇର ଆର୍ଥର ରୋଡ୍‌ ଜେଲକୁ ନେଇଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ଦେଶମୁଖଙ୍କ ବ୍ୟକ୍ତିଗତ ସହକାରୀ କୁନ୍ଦଲ ସିନ୍ଧେ, ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ହାଜତକୁ ନେଇଥିଲା। ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଦେଶମୁଖ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ। ସେହିପରି ସିବିଆଇ ମାମଲାରେ ଦୁଇ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏନ୍‌ସିପି ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ମଧ୍ୟ ଅନ୍ୟ ଏକ ମାମଲାରେ ଜେଲରେ ଅଛନ୍ତି। ଏହି ପ୍ରସଙ୍ଗ ଉପରେ ମଧ୍ୟ ପାଓ୍ବାର ମୋଦିଙ୍କ ସହ କଥା ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ରାଜ୍ୟପାଳ ଭଗତ ସିଂ କୋଶିୟାରିଙ୍କୁ ରାଜ୍ୟ ବିଧାନ ପରିଷଦ ସଦସ୍ୟତା ପାଇଁ ୧୨ ନାମ ସୁପାରିସ କରିଥିଲେ। ହେଲେ ଅଢ଼େଇ ବର୍ଷ ପରେ ବି ଆର୍‌ଏସ୍‌ଏସ୍‌ ଭେଟେରାନ୍‌ କୋଶିୟାରୀ ସେମାନଙ୍କ ନାମ ଉପରେ ମୋହର ମାରୁନାହାନ୍ତି। ଏହି ପ୍ରସଙ୍ଗରେ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିବା କହିଛନ୍ତି। ଶିବସେନା ନେତୃତ୍ୱାଧୀନ ଶାସକ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ସ୍ଥିରତା ପ୍ରଭାବିତ ହେବ କି ବୋଲି ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପାଓ୍ବାର ଦୃଢ଼ତାର ସହ କହିଥିଲେ, ସରକାର ପୂରା ୫ ବର୍ଷ ଚାଲିବ ଏବଂ ୨୦୨୪ ନିର୍ବାଚନରେ ଏମ୍‌ଭିଏ ପୁନର୍ବାର କ୍ଷମତାକୁ ଫେରିବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri