‘ଚୁଲି ଭାଙ୍ଗିଛି, କହିଲେ ଗଢ଼ିଦେବି’

ପୁରୀ ଅଫିସ,୭।୪: ‘ଶ୍ରୀମନ୍ଦିର ରୋଷଘରେ ମୁଁ ଚୁଲି ଭାଙ୍ଗିଛି। ଯଦି କହିବେ ତାହାହେଲେ ତିଆରି କରିଦେବି।’ ଏଭଳି ସ୍ବୀକାରୋକ୍ତି କରିଛନ୍ତି ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ ମହାପାତ୍ର (୩୦)। ପୋଲିସ ତାଙ୍କୁ ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରୁ ଗିରଫ କରିବା ପରେ ବୁଧବାର ସେ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଜଗନ କହିଛନ୍ତି, ଗତ ରବିବାର ରାତିରେ ସେ ଶ୍ରୀମନ୍ଦିର ଭିତରେ ଥିଲେ। ମହାପ୍ରସାଦ ଏଣେତେଣେ ପଡ଼ିଥିଲା। ତେଣୁ ରାଗରେ ରୋଷଘରେ ପଶିଥିଲେ। ରୋଷଘର ଖୋଲା ଥିଲା, ଭିତରେ ଲାଇଟ୍‌ ଜଳୁଥିଲା। ପ୍ରଥମେ ରୋଷଘରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ପରେ ହଠାତ୍‌ ଗୋଟିକ ପରେ ଗୋଟିଏ ଚୁଲି ଭାଙ୍ଗିଥିଲେ। ତେବେ କେତେ ଚୁଲି ଭାଙ୍ଗିଥିଲେ ଓ କାହିଁକି ତାହା ସେ ଜାଣିନାହାନ୍ତି। ସେ ବିଷୟରେ ତାଙ୍କର କିଛି ସ୍ପଷ୍ଟ ଭାବେ ମନେ ନାହିଁ। ସବୁ ଚୁଲିକୁ ହାତରେ ଭାଙ୍ଗିଥିଲେ। ମହାପ୍ରଭୁଙ୍କର ସେ ଜଣେ ଭକ୍ତ। ଜଗନ୍ନାଥଙ୍କୁ ସେ ବହୁତ ଭଲ ପାଆନ୍ତି, ଭକ୍ତି କରନ୍ତି। କିଛି ଲୋକ ଖାଇବାକୁ ପାଉ ନ ଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ଢେର ଖାଦ୍ୟ ରହିଛି। ଏହାକୁ ନେଇ ମନରେ ଅଭିମାନ ଥିଲା। ତେବେ କାହା ଚାପରେ କିମ୍ବା କାହା ପ୍ରରୋଚନାରେ ସେ ଚୁଲି ଭାଙ୍ଗିନାହାନ୍ତି ବୋଲି ଜଗନ କହିଛନ୍ତି। ସେ ଆହୁରି କହିଛନ୍ତି, ଚୁଲି ଭାଙ୍ଗି ଫେରିବା ବେଳେ ତାଙ୍କୁ ୩/୪ଜଣ ଜେଟିପି ଦେଖିଥିଲେ। ସେମାନେ କହିଲେ ବାହାରକୁ ପଳାଅ, ତେଣୁ ପଳାଇ ଆସିଲି। ଚୁଲି ଭାଙ୍ଗିଥିବା ମାନୁଛି। ଭୁଲ୍‌ ହୋଇଛି। ଯଦି ମୋତେ କହିବେ ତାହାହେଲେ ଗଢିଦେବି ବୋଲି ଜଗନ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତ ଜଗନଙ୍କୁ ପୋଲିସ ଚିହ୍ନଟ କରିବା ପରେ ଖୋଜାଖୋଜି କରିଥିଲା। ମଙ୍ଗଳବାର ତାଙ୍କୁ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରୁ ଧରି ପୁରୀକୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେ ନିଜ ଭୁଲ୍‌ ସ୍ବୀକାର କରିଥିଲେ। ଏହାପରେ ବୁଧବାର ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ଅଭିଯୁକ୍ତ ଜଗନ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ଘଟଣାଦିନ ସେ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ପରିସରରେ ଲୁଚି ରହି ରାତିରେ ରୋଷଘରକୁ ଯାଇ ଏଭଳି ଅଘଟଣ ଘଟାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ତାଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିଲା। ସିସିଟିଭ୍‌ ଫୁଟେଜ୍‌ରୁ ଚିହ୍ନଟ ବେଳେ ଶହେରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହଯୋଗ ନେଲୁ। ପୁରୀର ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ଫଟୋ ଦେଖାଇଲୁ। ପ୍ରଥମେ ପୁରୀ ରେଳଷ୍ଟେଶନରୁ ସୂଚନା ମିଳିଲା। ଜଣେ ବ୍ୟକ୍ତି ତାଙ୍କୁ ରେଳଷ୍ଟେଶନ ପାଖରେ ଦେଖିଥିଲେ। ପୁରୀ ରେଲୱେ ପ୍ଲାନିଂ କରାଯିବା ସହ ପ୍ରଥମ ୧୦ଟି ଷ୍ଟେଶନ ଉପରେ ନଜର ରଖାଗଲା। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଧରାଯିବା ପରେ ଅଟକ ରଖାଯାଇଥିଲା। ପରେ ପୁରୀ ଅଣାଗଲା। ବୁଧବାର ପ୍ରାଥମିକ ପର୍ଯ୍ୟାୟର ପଚରାଉଚରା ଶେଷ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଆବଶ୍ୟକ ପଡ଼ିଲେ ପୁଣି ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯାଇପାରେ। ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ଅଭିମାନରେ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ କହିଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଅଭିଯୁକ୍ତ ଜଗନ ଶ୍ରୀମନ୍ଦିରରୁ ବାହାରିବା ପରେ ପ୍ରଥମେ ବେଳାଭୂମି ଓ ପରେ ରେଳଷ୍ଟେଶନକୁ ଯାଇଥିଲେ। ସେଠାରୁ ଟ୍ରେନ ଯୋଗେ ଜଟଣୀ ଅଭିମୁଖେ ଯାଇଥିଲେ ବୋଲି ଜଣାପଡ଼ିଛି। ଏହି ଚୁଲିଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?