ବିଦ୍ୟୁତ୍‌ ବିଭ୍ରାଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଦ୍ୟୁତ୍‌ ବିଭ୍ରାଟ ବଢ଼ିଚାଲିଛି। ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ୍‌ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଦର୍ଶାଇ ନିୟମିତ ବ୍ୟବଧାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସରବରାହକୁ ବନ୍ଦ କରି ଦିଆଯାଉଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଶୁକ୍ରବ୍ରାର ୱେସ୍କୋ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଭେଟି ବିଦ୍ୟୁତ୍‌ ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ବରଗଡ଼ ସହରର ବିଭିନ୍ନ ୱାର୍ଡରେ ପୁରୁଣା ମିଟର ହଟାଇ ନୂତନ ସ୍ମାର୍ଟ ମିଟର ସ୍ଥାପନ କରାଯାଉଛି। ତେବେ ବିଭାଗୀୟ କର୍ମଚାରୀମାନେ ବିନା ପରିଚୟପତ୍ରରେ ଘରକୁ ପ୍ରବେଶ କରୁଥିବାବେଳେ ସ୍ମାର୍ଟ ମିଟର ସ୍ଥାପନର ଉପାଦେୟତା ନେଇ ଲୋକଙ୍କୁ ଠିକ୍‌ଭାବେ ବୁଝାଇ ପାରୁନାହାନ୍ତି। ସେହିପରି ବିଦ୍ୟୁତ୍‌ ଦେୟ ଅସୁଲି ପାଇଁ ଉପଭୋକ୍ତାଙ୍କ ଘରକୁ ଯାଉଥିବା କର୍ମଚାରୀମାନେ ବିଦ୍ୟୁତ୍‌ ବିଲ୍‌ ପୁରୁଣା କି ନୂଆ, ତାହା ମଧ୍ୟ ଠିକ୍‌ଭାବେ ଜଣାଉ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟୁତ କାଟ୍‌ ଅନବରତ ଚାଲୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ମଧ୍ୟ ସଂଘ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ପୁରୁଣା କେବୁଲ ହଟାଇ ନୂଆ କେବୁଲ ଲଗାଯାଉଛି ଏବଂ ଆସନ୍ତା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ନେଇ ସଶକ୍ତ ଭିତ୍ତିଭୂମି ପ୍ରସ୍ତୁତ ହେବ। ଗ୍ରୀଷ୍ମଦିନରେ ଆଉ ପୂର୍ବଭଳି ବିଦ୍ୟୁତ୍‌ ସମସ୍ୟା ରହିବ ନାହିଁ ବୋଲି ନିର୍ବାହୀ ଯନ୍ତ୍ରୀ ଶତପଥୀ କହିଥିଲେ।
ସେହିପରି ସହରର ବିଭିନ୍ନ ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର ରହିଥିବା ଯୋଗୁ ବିଭିନ୍ନ ସମୟରେ ବିପଦ ଆଶଙ୍କା ରହିଛି। ଫଳରେ ସେଭଳି ସ୍ଥାନରେ ପାଚେରି ଦେବାକୁ ସଂଘ ଦାବି କରିଛି। ସେ ଦିଗରେ ମଧ୍ୟ ବିହିତ ପଦକ୍ଷେପ ନିଆଯିବ ଏବଂ ରୁହୁନିଆଁରେ ନିର୍ମାଣାଧୀନ ଗ୍ରୀଡ୍‌ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଶତପଥୀ କହିଥିଲେ। ଆଲୋଚନାବେଳେ ୱେସ୍କୋ ଏସ୍‌ଡ଼ିଓ ନଳିନୀକାନ୍ତ ପଟେଲ ଉପସ୍ଥିତ ଥିଲେ। ବିଦ୍ୟୁତ୍‌ ଉପଭୋକ୍ତା ସଂଘର ଉପସଭାପତି ବିଷ୍ଣୁଚରଣ ଦାଶ, ସମ୍ପାଦକ ସର୍ଦ୍ଦାର ପ୍ରୀତମ ସିଂହ, କୋଷାଧ୍ୟକ୍ଷ କମଳ ଯୋଶୀ, କୃଷ୍ଣଚନ୍ଦ୍ର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଦାଶ, ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ରାଧାରାଣୀ ମିଶ୍ର, ପ୍ରୀତି ଗୁରୁ, ମନ୍ଦାକିନୀ ପତି, ଇନ୍ଦ୍ରାଣୀ ଶତପଥି, ଅଞ୍ଜନା ଦାଶ, ଜୟନ୍ତୀ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?