ବିଦ୍ୟୁତ୍‌ ଅଫିସ ଘେରିଲେ ଅଞ୍ଚଳବାସୀ

ମୋରଡା,୧।୬(ଡି.ଏନ୍‌.ଏ.): ଅସହ୍ୟ ତାତିରେ ସାରା ରାଜ୍ୟ ସିଝୁଥିବା ବେଳେ ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ପାନୀୟ ଜଳ ଯୋଗାଣ, ଚିକିତ୍ସା ସେବା ଆଦି ଅଞ୍ଚଳରେ ବାଧାପ୍ରାପ୍ତ ହେଉଛି। ତେବେ ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠୁ ଲୋକଙ୍କୁ ଉପଯୁକ୍ତ ବିଦ୍ୟୁତ୍‌ ସେବା ଯୋଗାଇବା ପରିବର୍ତ୍ତେ ଟଙ୍କା ଆଦାୟ କରିବାରେ ବ୍ୟସ୍ତ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ବିଗତ କିଛି ମାସ ହେବ ଦୈନିକ ୮ରୁ ୧୦ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବା ବେଳେ ବୁଧବାର ୧୪ ଘଣ୍ଟା ବିଦ୍ୟୁତ୍‌ କାଟ ହୋଇଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।

ଏନେଇ ଗୁରୁବାର ଚିତ୍ରଡା, ମୋରଡ଼ା, ହଳଦୀପାଳ, ବରକନ୍ଦ ଅଞ୍ଚଳରୁ ଲୋକେ ଆସି ବରକନ୍ଦ ସ୍ଥିତ ବିଦ୍ୟୁତ୍‌ ଅଫିସ ଘେରାଉ କରିଥିଲେ। ଏପରିକି କନିଷ୍ଠ ଯନ୍ତ୍ରୀ ମୃତ୍ୟଞ୍ଜୟ ମିଶ୍ର,ଏସ୍‌ଡ଼ିଓ ବୀର କିଶୋର ଦାସଙ୍କୁ ଅଟକ ରଖିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଭଳି ପରିସ୍ଥିତି ଦେଖାଦେଇଥିଲା।

ଅନ୍ୟପକ୍ଷେ ଅଞ୍ଚଳରେ ଦୈନିକ ୨୨ଘଣ୍ଟା ବିଦ୍ୟୁତ୍‌ ସେବା ଯୋଗାଇବା, କନିଷ୍ଠ ଯନ୍ତ୍ରୀଙ୍କ ବରକନ୍ଦ ଷ୍ଟ୍ରକଚର ଏବଂ ଏସ୍‌ଡିଓଙ୍କ ମୋରଡ଼ା ସ୍ଥିତ ଅଫିସରେ ରହଣି, ଜଙ୍ଗଲ ମଧ୍ୟରେ ୧୭ କି.ମି. ଥିବା ୩୩ କେଭି ବିଦ୍ୟୁତ୍‌ ତାରକୁ କେବୁଲିଂ କରିବା, ଆଣୁଆସ୍ଥିତ ବରକନ୍ଦ ଷ୍ଟ୍ରକଚରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଇବା ଏବଂ ଚିତ୍ରଡା ଗ୍ରୀଡ଼ ଅଲଗା କାର୍ଯ୍ୟକ୍ଷମ କରାଇବା ନେଇ ଅଞ୍ଚଳବାସୀ ଦାବି ରଖିଥିଲେ। ବିଦ୍ୟୁତ୍‌ ବିଭାଗୀୟ ସୁପେରିଟେଣ୍ଡେଟ ଇଞ୍ଜିନିୟରଙ୍କ ସହିତ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ଦାବି ପୂରଣ କରାଯିବା ନେଇ ଏସ୍‌ଡିଓ ପ୍ରତିଶ୍ରୁତି ଦେଇଥିଲେ। ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଘଟଣାକୁ ଶାନ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?