ବିଦ୍ୟୁତ୍‌ ଅଫିସ ଘେରିଲେ ଅଞ୍ଚଳବାସୀ

ମୋରଡା,୧।୬(ଡି.ଏନ୍‌.ଏ.): ଅସହ୍ୟ ତାତିରେ ସାରା ରାଜ୍ୟ ସିଝୁଥିବା ବେଳେ ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ପାନୀୟ ଜଳ ଯୋଗାଣ, ଚିକିତ୍ସା ସେବା ଆଦି ଅଞ୍ଚଳରେ ବାଧାପ୍ରାପ୍ତ ହେଉଛି। ତେବେ ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠୁ ଲୋକଙ୍କୁ ଉପଯୁକ୍ତ ବିଦ୍ୟୁତ୍‌ ସେବା ଯୋଗାଇବା ପରିବର୍ତ୍ତେ ଟଙ୍କା ଆଦାୟ କରିବାରେ ବ୍ୟସ୍ତ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ବିଗତ କିଛି ମାସ ହେବ ଦୈନିକ ୮ରୁ ୧୦ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବା ବେଳେ ବୁଧବାର ୧୪ ଘଣ୍ଟା ବିଦ୍ୟୁତ୍‌ କାଟ ହୋଇଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।

ଏନେଇ ଗୁରୁବାର ଚିତ୍ରଡା, ମୋରଡ଼ା, ହଳଦୀପାଳ, ବରକନ୍ଦ ଅଞ୍ଚଳରୁ ଲୋକେ ଆସି ବରକନ୍ଦ ସ୍ଥିତ ବିଦ୍ୟୁତ୍‌ ଅଫିସ ଘେରାଉ କରିଥିଲେ। ଏପରିକି କନିଷ୍ଠ ଯନ୍ତ୍ରୀ ମୃତ୍ୟଞ୍ଜୟ ମିଶ୍ର,ଏସ୍‌ଡ଼ିଓ ବୀର କିଶୋର ଦାସଙ୍କୁ ଅଟକ ରଖିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଭଳି ପରିସ୍ଥିତି ଦେଖାଦେଇଥିଲା।

ଅନ୍ୟପକ୍ଷେ ଅଞ୍ଚଳରେ ଦୈନିକ ୨୨ଘଣ୍ଟା ବିଦ୍ୟୁତ୍‌ ସେବା ଯୋଗାଇବା, କନିଷ୍ଠ ଯନ୍ତ୍ରୀଙ୍କ ବରକନ୍ଦ ଷ୍ଟ୍ରକଚର ଏବଂ ଏସ୍‌ଡିଓଙ୍କ ମୋରଡ଼ା ସ୍ଥିତ ଅଫିସରେ ରହଣି, ଜଙ୍ଗଲ ମଧ୍ୟରେ ୧୭ କି.ମି. ଥିବା ୩୩ କେଭି ବିଦ୍ୟୁତ୍‌ ତାରକୁ କେବୁଲିଂ କରିବା, ଆଣୁଆସ୍ଥିତ ବରକନ୍ଦ ଷ୍ଟ୍ରକଚରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଇବା ଏବଂ ଚିତ୍ରଡା ଗ୍ରୀଡ଼ ଅଲଗା କାର୍ଯ୍ୟକ୍ଷମ କରାଇବା ନେଇ ଅଞ୍ଚଳବାସୀ ଦାବି ରଖିଥିଲେ। ବିଦ୍ୟୁତ୍‌ ବିଭାଗୀୟ ସୁପେରିଟେଣ୍ଡେଟ ଇଞ୍ଜିନିୟରଙ୍କ ସହିତ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ଦାବି ପୂରଣ କରାଯିବା ନେଇ ଏସ୍‌ଡିଓ ପ୍ରତିଶ୍ରୁତି ଦେଇଥିଲେ। ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଘଟଣାକୁ ଶାନ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri