ଚାଷକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ): ଚାଷଜମିକୁ କେନାଲ ପାଣି ମାଡ଼ୁନି। ଆଶାନୁରୂପ ବୃଷ୍ଟିପାତ ମଧ୍ୟ ହେଉନାହିଁ। ଏଭଳି ସ୍ଥିତିରେ ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରୁଷୁଡ଼ା, ମହୁଲପାଲି, ମାନପୁର, ଦେଶଭଟଲି ଆଦି ପଞ୍ଚାୟତ ଅଧୀନ ଗ୍ରାମଗୁଡ଼ିକର ଧାନ ଫସଲ ପାଣି ଅଭାବରୁ ନଷ୍ଟ ହେବାରେ ଲାଗିଛି। ଏଭଳି ଅଭିଯୋଗ ନେଇ ଉକ୍ତ ପଞ୍ଚାୟତର ଶତାଧିକ ଚାଷୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ନିବେଦନ କରିଥିଲେ। ଏହି ସମୟରେ ଅରକ୍ଷିତ ବନଛୁର, ସୁରେନ୍ଦ୍ର ଭୁଏ, ସାଗର ଦେହେରୀ, ଗୋବିନ୍ଦ ଭୁଏଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଉକ୍ତ ପଞ୍ଚାୟତର ବହୁ ଗ୍ରାମରେ ଥିବା ଚାଷଜମିକୁ କେନାଲ ପାଣି ମାଡ଼ି ନ ଥାଏ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷ ବର୍ଷା ଏବଂ ଉଠାଜଳସେଚନ ପ୍ରକଳ୍ପ ପାଣି ଉପରେ ନିର୍ଭର କରିଥାଏ। ଆରମ୍ଭରୁ ଭଲବର୍ଷା ହୋଇଥିଲେ ସୁଦ୍ଧା ଗତ ୩ ମାସ ହେଲା ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଏଭଳିସ୍ଥଳେ ଉଠାଜଳସେଚନ ପ୍ରକଳ୍ପରୁ ଜମିରେ ପାଣି ମଡ଼ାଇ ଚାଷୀମାନେ ଫସଲକୁ ବଞ୍ଚାଇ ରଖିଥିଲେ। କିନ୍ତୁ ଦୀର୍ଘଦିନ ହେଲା ସମ୍ପୃକ୍ତ ଅଞ୍ଚଳର ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଭେଡ଼େନ ବ୍ଲକର ଗଣ୍ଡତୁରୁମରୁ ଖୁଣ୍ଟୁଲିପାଲି ପର୍ଯ୍ୟନ୍ତ ୧୧୧ଟି ଉଠାଜଳସେଚନ ପ୍ରକଳ୍ପ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଚାଷୀମାନେ ସେହି ଉଠାଜଳସେଚନ ପ୍ରକଳ୍ପରୁ ପାଣି ଉଠାଇ ଜମିରେ ମଡ଼ାଇଥାନ୍ତି। କିନ୍ତୁ ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଦୀର୍ଘଦିନ ହେଲା ଚାଷୀମାନେ ଫସଲରେ ପାଣି ମଡ଼ାଇ ପାରୁନାହାନ୍ତି। ବିଦ୍ୟୁତ୍‌ ସଂଯୋଗ ପାଇଁ ନିବେଦନ କଲେ ବିଭାଗୀୟ କର୍ମଚାରୀ ବକେୟା ଦେୟ ପ୍ରଦାନ କଲେ ବିଦ୍ୟୁତ୍‌ ସଂଯୋଗ କରିବାକୁ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲେ ସୁଦ୍ଧା ସେମାନଙ୍କ ପାଖକୁ ମାତ୍ରାଧିକ ପରିମାଣର ବିଲ୍‌ ଆସୁଥିବା ଅଭିଯୋଗ ହୋଇଛି। ଫଳରେ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବାରେ ଲାଗିଛି ବୋଲି ଚାଷୀମାନେ କହିଛନ୍ତି।
ଚାଷୀ ଗରୁଡ଼ଧ୍ୱଜ ଭୋସାଗର କହିଛନ୍ତି, ଉଠାଜଳସେଚନ ପ୍ରକଳ୍ପରେ ଆମେ ଚାଷ କରିଥାଉ। କିନ୍ତୁ ବକେୟା ବିଦ୍ୟୁତ୍‌ ଦେୟ ଦାବିକରି ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଫଳରେ ଫସଲ ନଷ୍ଟ ହେଉଛି। ଆମ କଥା କେହି ଶୁଣୁ ନାହାନ୍ତି। ସେଥିପାଇଁ ଜିଲାପାଳଙ୍କୁ ଗୁହାରୀ କରିବାକୁ ଆସିଛୁ ବୋଲି ସେ କହିଥିଲେ। ଲିମଛୋଡ଼ ଗ୍ରାମର ଅରୁଣ ପୋଢ଼ କହିଥିଲେ, ଆମେ ଯେତେ ବିଦ୍ୟୁତ୍‌ ବ୍ୟବହାର କରୁନାହୁଁ, ତାହାଠାରୁ ବହୁ ଅଧିକ ବିଲ୍‌ ଆସୁଛି। ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ମଚାରୀ ଶୁଣୁ ନାହାନ୍ତି ଏବଂ ବକେୟା ଦେୟ ପ୍ରଦାନ ନ କଲେ ବିଦ୍ୟୁତ ସଂଯୋଗ କରିବେ ନାହିଁ ବୋଲି କହୁଛନ୍ତି। ଏଭଳି ହେଲେ ସବୁ ଫସଲ ଉଜୁଡ଼ିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?