ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ ଗତ ଏକ ସପ୍ତାହ ଧରି ଅନ୍ଧକାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରି ରାସ୍ତାରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଫଳରେ ସହରରେ ଟ୍ରାଫିକ ଜାମ ହେବା ସହିତ ସାଧାରଣ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏଭଳି ଜାରି ରହିବ ବୋଲି ପ୍ରଦର୍ଶନକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି ଏବଂ ପ୍ରଦର୍ଶନ ସମୟରେ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ଲୋକମାନେ ମଧ୍ୟ ବିରୋଧ କରୁଛନ୍ତି।

ବିରୋଧ କରୁଥିବା ଲୋକମାନେ ମଧ୍ୟ ଗତ କିଛି ମାସ ଧରି ସେନାର ଅବାଧତାକୁ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ସୈନ୍ୟବାହିନୀ ଦ୍ୱାରା ଜମି ଜବତ ଏବଂ ଖଣି ହଡପ ନେଇ ଅଭିଯୋଗ କରିଛନ୍ତି। ଅର୍ଥନୈତିକ କରିଡର ନାମରେ ଚାଇନା ଏବଂ ପାକିସ୍ଥାନର ବ୍ୟବସାୟ ଘର ଏହି ଅଞ୍ଚଳର ସ୍ଥାନୀୟ ସମ୍ବଳ ଲୁଟ କରୁଛି। ଟାଇମ୍ସ ଅଫ ଇସ୍ରାଏଲ ଅନୁଯାୟୀ, ଗିଲଗିଟ ବଲ୍ଟିସ୍ତାନର ଲୋକମାନେ ସେନା ଦ୍ୱାରା ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ ଏବଂ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି।

ଖବର କାଗଜ ଦ ଡନ କହିଛି ଯେ କେନ୍ଦ୍ର ସରକାର ଗିଲଗିଟ-ବଲ୍ଟିସ୍ତାନକୁ ବାର୍ଷିକ ଆର୍ଥିକ ବିକାଶ ଅନୁଦାନ ପ୍ରଦାନ କରିନାହାଁନ୍ତି। ଏହି ଅଞ୍ଚଳ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri