ଗତ ଦଶନ୍ଧିରେ ଦାରିଦ୍ର୍ୟ ୨୪% କମିଛି

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ନାବାର୍ଡ ଅଧ୍ୟକ୍ଷ ଜି. ଆର୍‌. ଚିନ୍ତାଲା କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ସରକାର ଏବଂ ନାବାର୍ଡର ମିଳିତ ବୈଠକରେ ସେ ଯୋଗଦେଇ ଏହା କହିଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ବିଭିନ୍ନ ବିଭାଗର ପ୍ରଚେଷ୍ଟା ଏବଂ ତ୍ୱରିତ କାର୍ଯ୍ୟାନ୍ବୟନ ଯୋଗୁ ରାଜ୍ୟରେ ଗତ ଦଶନ୍ଧି ମଧ୍ୟରେ ଦାରିଦ୍ର୍ୟ ହାର ୨୪% କମିଛି, ଏହା ସମଗ୍ର ଦେଶରେ ସର୍ବାଧିକ। ଫଳରେ ପ୍ରାୟ ୮ ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ-ଶୃଙ୍ଖଳରୁ ମୁକ୍ତ କରାଯାଇ ପାରିଛି। ଆସୋଚାମ୍‌ ରିପୋର୍ଟ ୨୦୧୭ ଅନୁସାରେ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହାରରେ ରାଜ୍ୟ ୧ମ ସ୍ଥାନ ପାଇଛି। ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ତିନି ପୁଞ୍ଜିନିବେଶ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଇତି ମଧ୍ୟରେ ରାଜ୍ୟର ଶତ ପ୍ରତିଶତ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଗ୍ରାମୀଣ ରାସ୍ତା, ଆବାସ, କୃଷକ ସଶକ୍ତୀକରଣ, ମହିଳା ସଶକ୍ତୀକରଣ ଏବଂ କୌଶଳ ବିକାଶ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୁବିଧା ସୃଷ୍ଟି, ବ୍ୟବସାୟଭିତ୍ତିକ କୃଷି, ସାମାଜିକ ଭିତ୍ତିଭୂମି, କୃଷି-ବ୍ୟବସାୟ, ଜଳସେଚନ, ଖାଦ୍ୟ ପ୍ରକ୍ରିୟାକରଣ, ଗମନାଗମନ ବିକାଶ ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ଏଥିପାଇଁ ନାବାର୍ଡ ସହାୟତା ଓ ଋଣ ବଢ଼ାଇବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ସେ ଆହୁରି କହିଛନ୍ତି, ନାବାର୍ଡର ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି, ଦୀର୍ଘ ମିଆଦୀ ଜଳସେଚନ ପାଣ୍ଠି, ଗ୍ରାମାଞ୍ଚଳ ଭିତ୍ତିଭୂମି ନିମନ୍ତେ ରାଜ୍ୟକୁ ସହଯୋଗ ଆଦି ପାଣ୍ଠିରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ତ୍ୱରିତ ଗତିରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୂର୍ଣ୍ଣ ପ୍ରସ୍ତୁତ ଅଛି। ନାବାର୍ଡ ଋଣ ସହାୟତା ୧୦ ହଜାର କୋଟିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନାବାର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଏନେଇ ନାବାର୍ଡ ଅଧ୍ୟକ୍ଷ ଚିନ୍ତାଲା କହିଛନ୍ତି, ରାଜ୍ୟରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ନିମନ୍ତେ ଏକ ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଥିବାରୁ ନାବାର୍ଡ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବ। ରାଜ୍ୟକୁ ଅଧିକ ଋଣ ସହାୟତା ଯୋଗାଣ ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଯୋଗଦେଇ କହିଛନ୍ତି, ବିଗତ ବର୍ଷଗୁଡିକରେ ରାଜ୍ୟ ନାବାର୍ଡ ଋଣପ୍ରାପ୍ତ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଛି। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ଏଥିପାଇଁ ବିପର୍ଯ୍ୟୟ ନିରୋଧ ଭିତ୍ତିଭୂମି ରାଜ୍ୟର ଏକ ଜରୁରୀ ଆବଶ୍ୟକତା। ବନ୍ୟା ଓ ସମୁଦ୍ର ଜୁଆର ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିପାରିଲେ ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଭୂତ ବିକାଶ ହେବ ବୋଲି ସେ କହିଛନ୍ତି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟରେ ବ୍ୟାଙ୍କ୍‌ଗୁଡିକର କମ୍‌ ଋଣ ଯୋଗାଣ ହାର, ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା ବା ବ୍ୟାଙ୍କ ପ୍ରତିନିଧି ନିୟୋଜନ ଆଦି ଉପରେ ଗୁରୁତ୍ୱାରୋପ କରି ନାବାର୍ଡ ଆର୍ଥିକ-ସମ୍ପୃକ୍ତୀକରଣ ପାଣ୍ଠି ବିନିଯୋଗ ବଢାଇବା ପାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri