ସଙ୍କଟରେ କୁମ୍ଭକାର ପରିବାର

କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍‌, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା ବୁଡିଯିବାକୁ ବସିଥିଲେ ହେଁ ଅନେକେ ଅଭାବ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ କରୋନା ମହାମାରୀ ସମୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ସେମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ସେମାନଙ୍କ ସମସ୍ୟା କେହି ବୁଝନ୍ତି ନାହିଁ କିମ୍ବା ସହାୟତା ମିଳୁନାହିଁ। ପ୍ରତ୍ୟେକ ରବିବାର ସାପ୍ତାହିକ ହାଟରେ କେନ୍ଦୁଝର ସହରର ରାସ୍ତା କଡ଼ରେ ହାଣ୍ଡି, ମାଠିଆ ଆଦି ଧରି ବିକ୍ରିବଟା ହେଉଥିଲା। ମାତ୍ର ସପ୍ତାହାନ୍ତ ଶଟ୍‌ଡାଉନ ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି।
କେନ୍ଦୁଝର ଜିଲାର ନେଲୁଙ୍ଗ, ହଳଧରପୁର, ବକ୍ସିବାରିଗାଁ, କରଞ୍ଜିଆ, ଟିକରପଡ଼ା, ଜାମୁନାଳିଆ, ଗୋପାଳପୁର, ପଣ୍ଡାପଡ଼ା ଆଦି ଅଞ୍ଚଳରେ ଏକ ହଜାରରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ମାଟି ସାମଗ୍ରୀ ବିକି ଚଳୁଥିଲେ। ହାଣ୍ଡି, ମାଠିଆ, ବଢ଼ା ବ୍ୟତୀତ ମାଟିରେ ଘୋଡା, ଦୀପ ଓ ଝୁଣାଦାନି, ମାଛ, ମୂର୍ତ୍ତି ଆଦି ଗଢୁଛନ୍ତି। କିନ୍ତୁ ସେସବୁର ଚାହିଦା ଆଗଭଳି ନାହିଁ। ବହୁ ପରିବାର ଏହି ବୃତ୍ତିକୁ ଛାଡ଼ି ଅନ୍ୟ କାମ କରୁଥିବା ବେଳେ ଅନେକେ ବାପା ଦାଦା ଅମଳର କୌଳିକ ବୃତ୍ତିକୁ ଛାଡ଼ି ପାରୁ ନ ଥିବାରୁ ଦୁଃଖରେ ରହୁଛନ୍ତି। ପୂଜା ପାର୍ବଣ ଋତୁରେ ଦେବଦେବୀଙ୍କ ମୂର୍ତ୍ତି ଓ ପୂଜାରେ ଲାଗୁଥିବା ମାଟି ସାମଗ୍ରୀ ଆଦି ଗଢି ଓ ବିକ୍ରି କରି ଚଳୁଥିଲେ। ସେମାନେ ମଧ୍ୟ କରୋନା ମହାମାରୀ କଟକଣା ପାଇଁ ଚିନ୍ତାରେ ରହିଛନ୍ତି। କାଠ ଦର ମହଙ୍ଗା ହେଉଥିବାରୁ ହାଣ୍ଡି, ମାଠିଆ ଆଦି ଗଢା ଦରଦାମ ବଢିଲା। ସେହିପରି ପ୍ଲାଷ୍ଟିକ, ସିଲଭର ବାସନ କୁସନ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁ ମାଟି ସାମଗ୍ରୀ ଚାହିଦା କମୁଛି। ଏଣୁ ଏବେ ଏହି ବୃତ୍ତି ସଙ୍କଟରେ ରହିଛି। ସରକାର ସମସ୍ତଙ୍କୁ ଆର୍ଥିକ ସହାୟତା କରିବା ସହ ଋଣ ବ୍ୟବସ୍ଥା କରି ସାମଗ୍ରୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା କଲେ ଉପକୃତ ହୋଇ ପାରିବ ବୋଲି ନେଲୁଙ୍ଗ ଗ୍ରାମର ଦେବେନ୍ଦ୍ର ରଣା କହିଛନ୍ତି। ଖଟିଲେ ପରିବାର ଚଳାଉଛୁ। ତେବେ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁନାହିଁ। ଅନ୍ୟ ଅଞ୍ଚଳ ଭଳି ସେମାନଙ୍କୁ ତାଲିମ ମିଳିଲେ ମାଟିରୁ ଫିଲଟର ବା ଅନ୍ୟାନ୍ୟ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ବୋଲି ସେମାନେ କହିଛନ୍ତି। ହାଟବଜାରରେ ବିକିବାକୁ ନେଲେ ଅଧିକା ଖର୍ଚ୍ଚ ହେଉଛି ଏବଂ ଭାଙ୍ଗିଗଲେ ଅଧିକ କ୍ଷତି ହେଉଛି ବୋଲି ନେଲୁଙ୍ଗ ଗ୍ରାମର ସାମାଜିକକର୍ମୀ ସଞ୍ଜୟ କୁମାର ପଣ୍ଡା କହିଛନ୍ତି। ଆଗରୁ କମ୍‌ ଦାମରେ ଦେଉଥିଲୁ। ଏବେ ଗଢ଼ା ମୂଲ୍ୟ ବଢ଼ିଗଲା। ଯେତିକିରେ ଲାଭ ରଖି ବିକୁଛୁ କେହି ନେଉନାହାନ୍ତି। ଏଣୁ ଅନେକ ସମୟରେ କମ୍‌ ଦାମରେ ବିକିବାକୁ ବାଧ୍ୟ ହେଉଛୁ। ଲାଭ ମିଳୁ ନ ଥିବାରୁ ଆଗଭଳି ଗାଁ ଗଣ୍ଡା, ହାଟ ବଜାର ବୁଲି ବିକିପାରୁନାହୁଁ। କିଣିବା ପାଇଁ ମଧ୍ୟ କେହି ଆଗ୍ରହୀ ନୁହନ୍ତି। କେବଳ ରବିବାର ହାଟରେ କେନ୍ଦୁଝର ସହରକୁ ଆଣି ବିକି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ। ଏବେ ସପ୍ତାହାନ୍ତ ଶଟ୍‌ଡାଉନ ସେମାନଙ୍କ ଜୀବିକା ଉପରେ କୁଠାରାଘାତ ସଦୃଶ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri