ସଙ୍କଟରେ କୁମ୍ଭକାର ପରିବାର

କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍‌, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା ବୁଡିଯିବାକୁ ବସିଥିଲେ ହେଁ ଅନେକେ ଅଭାବ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ କରୋନା ମହାମାରୀ ସମୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ସେମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ସେମାନଙ୍କ ସମସ୍ୟା କେହି ବୁଝନ୍ତି ନାହିଁ କିମ୍ବା ସହାୟତା ମିଳୁନାହିଁ। ପ୍ରତ୍ୟେକ ରବିବାର ସାପ୍ତାହିକ ହାଟରେ କେନ୍ଦୁଝର ସହରର ରାସ୍ତା କଡ଼ରେ ହାଣ୍ଡି, ମାଠିଆ ଆଦି ଧରି ବିକ୍ରିବଟା ହେଉଥିଲା। ମାତ୍ର ସପ୍ତାହାନ୍ତ ଶଟ୍‌ଡାଉନ ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି।
କେନ୍ଦୁଝର ଜିଲାର ନେଲୁଙ୍ଗ, ହଳଧରପୁର, ବକ୍ସିବାରିଗାଁ, କରଞ୍ଜିଆ, ଟିକରପଡ଼ା, ଜାମୁନାଳିଆ, ଗୋପାଳପୁର, ପଣ୍ଡାପଡ଼ା ଆଦି ଅଞ୍ଚଳରେ ଏକ ହଜାରରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ମାଟି ସାମଗ୍ରୀ ବିକି ଚଳୁଥିଲେ। ହାଣ୍ଡି, ମାଠିଆ, ବଢ଼ା ବ୍ୟତୀତ ମାଟିରେ ଘୋଡା, ଦୀପ ଓ ଝୁଣାଦାନି, ମାଛ, ମୂର୍ତ୍ତି ଆଦି ଗଢୁଛନ୍ତି। କିନ୍ତୁ ସେସବୁର ଚାହିଦା ଆଗଭଳି ନାହିଁ। ବହୁ ପରିବାର ଏହି ବୃତ୍ତିକୁ ଛାଡ଼ି ଅନ୍ୟ କାମ କରୁଥିବା ବେଳେ ଅନେକେ ବାପା ଦାଦା ଅମଳର କୌଳିକ ବୃତ୍ତିକୁ ଛାଡ଼ି ପାରୁ ନ ଥିବାରୁ ଦୁଃଖରେ ରହୁଛନ୍ତି। ପୂଜା ପାର୍ବଣ ଋତୁରେ ଦେବଦେବୀଙ୍କ ମୂର୍ତ୍ତି ଓ ପୂଜାରେ ଲାଗୁଥିବା ମାଟି ସାମଗ୍ରୀ ଆଦି ଗଢି ଓ ବିକ୍ରି କରି ଚଳୁଥିଲେ। ସେମାନେ ମଧ୍ୟ କରୋନା ମହାମାରୀ କଟକଣା ପାଇଁ ଚିନ୍ତାରେ ରହିଛନ୍ତି। କାଠ ଦର ମହଙ୍ଗା ହେଉଥିବାରୁ ହାଣ୍ଡି, ମାଠିଆ ଆଦି ଗଢା ଦରଦାମ ବଢିଲା। ସେହିପରି ପ୍ଲାଷ୍ଟିକ, ସିଲଭର ବାସନ କୁସନ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁ ମାଟି ସାମଗ୍ରୀ ଚାହିଦା କମୁଛି। ଏଣୁ ଏବେ ଏହି ବୃତ୍ତି ସଙ୍କଟରେ ରହିଛି। ସରକାର ସମସ୍ତଙ୍କୁ ଆର୍ଥିକ ସହାୟତା କରିବା ସହ ଋଣ ବ୍ୟବସ୍ଥା କରି ସାମଗ୍ରୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା କଲେ ଉପକୃତ ହୋଇ ପାରିବ ବୋଲି ନେଲୁଙ୍ଗ ଗ୍ରାମର ଦେବେନ୍ଦ୍ର ରଣା କହିଛନ୍ତି। ଖଟିଲେ ପରିବାର ଚଳାଉଛୁ। ତେବେ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁନାହିଁ। ଅନ୍ୟ ଅଞ୍ଚଳ ଭଳି ସେମାନଙ୍କୁ ତାଲିମ ମିଳିଲେ ମାଟିରୁ ଫିଲଟର ବା ଅନ୍ୟାନ୍ୟ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ବୋଲି ସେମାନେ କହିଛନ୍ତି। ହାଟବଜାରରେ ବିକିବାକୁ ନେଲେ ଅଧିକା ଖର୍ଚ୍ଚ ହେଉଛି ଏବଂ ଭାଙ୍ଗିଗଲେ ଅଧିକ କ୍ଷତି ହେଉଛି ବୋଲି ନେଲୁଙ୍ଗ ଗ୍ରାମର ସାମାଜିକକର୍ମୀ ସଞ୍ଜୟ କୁମାର ପଣ୍ଡା କହିଛନ୍ତି। ଆଗରୁ କମ୍‌ ଦାମରେ ଦେଉଥିଲୁ। ଏବେ ଗଢ଼ା ମୂଲ୍ୟ ବଢ଼ିଗଲା। ଯେତିକିରେ ଲାଭ ରଖି ବିକୁଛୁ କେହି ନେଉନାହାନ୍ତି। ଏଣୁ ଅନେକ ସମୟରେ କମ୍‌ ଦାମରେ ବିକିବାକୁ ବାଧ୍ୟ ହେଉଛୁ। ଲାଭ ମିଳୁ ନ ଥିବାରୁ ଆଗଭଳି ଗାଁ ଗଣ୍ଡା, ହାଟ ବଜାର ବୁଲି ବିକିପାରୁନାହୁଁ। କିଣିବା ପାଇଁ ମଧ୍ୟ କେହି ଆଗ୍ରହୀ ନୁହନ୍ତି। କେବଳ ରବିବାର ହାଟରେ କେନ୍ଦୁଝର ସହରକୁ ଆଣି ବିକି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ। ଏବେ ସପ୍ତାହାନ୍ତ ଶଟ୍‌ଡାଉନ ସେମାନଙ୍କ ଜୀବିକା ଉପରେ କୁଠାରାଘାତ ସଦୃଶ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?