ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ

କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍‌ ପାଇପ ଲାଇନ ପାଇଁ ଖୋଳାଯାଇଥିବା ଏହି ରାସ୍ତାର କାମ ୨ମାସ ପରେ ବି ଶେଷ ହୋଇପାରିନାହିଁ। ଫଳରେ ଏହି ଗର୍ତ୍ତ ପଥଚାରୀଙ୍କ ନିମନ୍ତେ ବିପଦକୁ ହାତଠାରି ଡାକିବା ସଦୃଶ ପରିଲକ୍ଷିତ ହେଉଛି।
ସୂଚନା ମୁତାବକ, ଖାନନଗର ଆଡୁ ସରକାରୀ ଛାପାଖାନାକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି। ଏପରିକି ବିରାଟ ଗର୍ତ୍ତଠାରୁ ସ୍କୁଲର ଦୂରତା ପ୍ରାୟ ୧୦୦ ମିଟର। ସ୍କୁଲକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟରୁ ଏହା ଅନ୍ୟତମ। ପ୍ରତିଦିନ ଶହ ଶହ ଛାତ୍ରୀଛାତ୍ର ଏହି ବାଟ ଦେଇ ଯା’ଆସ କରୁଛନ୍ତି। ରାସ୍ତାର ଏଭଳି ଅବସ୍ଥତ୍। ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାୟ ୧୦ରୁ ୧୫ ଫୁଟ ଓସାରର ଗାତ ଖୋଳା ହୋଇଛି। ହେଲେ ସେଠାରେ ସୁରକ୍ଷା ପାଇଁ ବାଡ଼ କିମ୍ବା କୌଣସି ବ୍ୟବସ୍ଥା ନାହିଁ। ଏପରିକି ସୂଚନା ଫଳକ ଲଗାଯାଇନାହିଁ। ଏଭଳି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତେବେ ଏଥିପାଇଁ କିଏ ଦାୟୀ ହେବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ସୂଚନା ଥାଉକି, ବିଗତ ଦିନରେ ରାସ୍ତାରେ ଅନେକ ଅଘଟଣ ଘଟିଥିବାର ନଜିର ରହିଛି। କେଉଁଠି କେନାଲରେ ପଡ଼ି ଜୀବନ ଯାଇଛି ତ ଆଉ କେଉଁଠାରେ ରାସ୍ତା ପାରିହେବା ପାଇଁ ପାଇପଲାଇନ ତଳେ ଚାପିହୋଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏତେ ସବୁ ପରେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ। ଅଘଟଣ ଘଟିଲେ ସବୁ ବିଭାଗ ପକ୍ଷରୁ ତପତ୍ରତା ଦେଖାଦେଉଛି। କିନ୍ତୁ ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନ ନେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏ ନେଇ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri