ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ ଛୁଇଁଛି। ଅମଳ ସମୟରେ ଏହି ସ୍ଥିତି ଥିବାବେଳେ ଆସନ୍ତା ନଭେମ୍ବର, ଡିସେମ୍ବରକୁ କେଜି ପ୍ରତି ୭୦ ଟଙ୍କା ରହିବା ଆଶଙ୍କା ଅଛି। ପୂର୍ବରୁ ଏହି ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ଆଳୁ ୭ରୁ ୧୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏହାକୁ ନେଇ ଖାଉଟିମାନେ ଚିନ୍ତାରେ ପଡ଼ିଛନ୍ତି। କଂସାର ଗଁାର ଆଳୁ ଚାଷୀ ନିରଞ୍ଜନ ପରିଡା କହିଛନ୍ତି, ଚାଷ ଆରମ୍ଭରୁ ସରକାରୀ ବିହନ ମିଳିଲା ନାହିଁ। ସରକାରୀ ଦର କେଜି ପ୍ରତି ୧୧ଟଙ୍କା ୨୫ ପଇସା ବଦଳରେ ୪୫ ଟଙ୍କାରେ ବଜାରରୁ ବିହନ କିଣା ଯାଇଥିଲା। ଏହି ବିହନ ମଧ୍ୟ ଉତ୍ପାଦନ ଠିକ୍‌ ଦେଲାନାହିଁ। କେବଳ ନିରଞ୍ଜନ ନୁହନ୍ତି, ଚାଷୀ, କୃଷକ ନେତା, ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କ ଆଳୁ ମିଶନ ପ୍ରତି ବିଦ୍ରୂପ କରିବା ସହ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୂରଦୃଷ୍ଟିକୁ ସମାଲୋଚନା କରିଛନ୍ତି।
ଏ ସମ୍ପର୍କରେ କୃଷକନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଛି। ଜିଲାରେ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଏହାବାଦ୍‌ ଆଳୁର ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆସିଥାଏ। ଚଳିତ ଆଳୁ ଅମଳ ବର୍ଷରେ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଉପଯୁକ୍ତ ସମୟରେ ଦେଢ଼ କେଜି ଆଳୁ ବିହନ ଜିଲାରେ ପହଞ୍ଚତ୍ ପାରିଲା ନାହିଁ। କେନ୍ଦ୍ରାପଡା ବ୍ଲକ ଜଜାଙ୍ଗ ଗଁାର ହରେକୃଷ୍ଣ ବେହେରା କହିଛନ୍ତି, ଆମିଷ ହେଉ ଅଥବା ନିରାମିଷ, ସବୁଥିରେ ଆଳୁ ଲୋଡା। ଧନୀ, ଗରିବ ଘରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଛି। ଏବେ ସ୍ଥାନୀୟ ଅଞ୍ଚଳରେ ଅମଳ ସମୟ। ଏହାସତ୍ତ୍ୱେ ବଜାର ଦର ହୁ ହୁ ହୋଇ ବଢ଼ୁଛି। ଲେମ୍ବୁ ପରେ ଆଳୁର ଦର ଖାଉଟି ବଜାରରେ ଆତଙ୍କ ସୃଷ୍ଟି କରିଛି। ବୁଦ୍ଧିଜୀବୀ ପଟ୍ଟାମୁଣ୍ଡାଇର ପି.ଏନ୍‌. ଗୌରାଙ୍ଗ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ କିମ୍ବା ଖଣି ନାହିଁ। ତେବେ ଏହି ଜିଲାର ଉର୍ବର ଭୂମି ଓ ନଦୀନାଳ କୃଷିଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରୁଛି। ଏହାସତ୍ତ୍ୱେ ଜିଲା ପ୍ରଶାସକ ଓ ରାଜନେତାଙ୍କ ଦୂରଦୃଷ୍ଟି ନ ଥିବାରୁ ଯୁବବର୍ଗ କୃଷି ଉପତ୍ାଦକୁ ଭରସା କରି ପାରୁନାହାନ୍ତି। ଜଳ ପରିଚାଳନା ଏଠାରେ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳ ନିଷ୍କାସନ ହେଉ ଅଥବା ସେଚନ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ। ଆଳୁ, ନଳିତା, ଆଖୁ, ଚିନାବାଦାମ, ସୋରିଷ, ରାଶି, ବାଇଗଣ ଆଦି ଉତ୍ପାଦନରେ ଏହି ଜିଲାର ପୂର୍ବରୁ ନଁା ଥିଲା। ଏବେ ଯୋଜନାବଦ୍ଧ ଭାବେ ଏହି ଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଶୀତଳ ଭଣ୍ଡାର, ବଜାର ମଣ୍ଡି, ଉନ୍ନତ ବିହନ, ତାଲିମ ଆଦି କ୍ଷେତ୍ରରେ ଅଭାବ ରହିଛି। ରାଜ୍ୟ ସରକାରଙ୍କ ୨୦୧୫ ମସିହାର ଆଳୁ ମିଶନ ଏଠାରେ ଦେଖିବାକୁ ମିଳୁନାହିଁ। ଫଳରେ ବଜାର ଦରବୃଦ୍ଧିକୁ ଜିଲାବାସୀ ବାଧ୍ୟ ହୋଇ ସହୁଛନ୍ତି। ସହରର ଆଳୁ ବ୍ୟବସାୟୀ ପ୍ରଦୀପ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ବଢ଼ୁଛି। ପରିବହନ ଖର୍ଚ୍ଚ ଏବେ କୁଇଣ୍ଟାଲ ପିଛା ୮୦ରୁ ୯୦ ଟଙ୍କା ବଢ଼ିଛି। ଖରାଦିନ ପାଇଁ ବସ୍ତାରୁ ପଚା ଆଳୁ ବାହାରୁ ଥିବାବେଳେ ଗୁଣ୍ଡ ଆଳୁ ପ୍ରତି ଗରାଖଙ୍କ ଆଗ୍ରହ ନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ପ୍ରତିଦିନ ଅଧିକ ଦରରେ କିଣାଯାଉଛି। ସେହିପରି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପ୍ରାୟ ୪ ଦିନ ଲାଗୁଛି। ଶୀତଳଭଣ୍ଡାରରୁ ଆଳୁ ଆଣିଲେ ଅଧିକ ୫୦ ଟଙ୍କା ଦେବାକୁ ପଡୁଛି। ବର୍ଦ୍ଧିତ ଦର ଏପରି ରହିଲେ ଆଗାମୀ ୬ ମାସ ମଧ୍ୟରେ କେଜି ପ୍ରତି ୭୦ରୁ ଊର୍ଦ୍ଧ୍ୱ ଟଙ୍କା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri