ଡାକ୍ତର ଜଣେ ସୈନିକ: ରାଜ୍ୟପାଳ

ବଲାଙ୍ଗୀର ଅଫିସ, ୧୧ା୪: ଯେତେବେଳେ ଶରୀର କଥା ଉଠେ ସେତେବେଳେ ଡାକ୍ତର ଜଣେ ସୈନିକ। ଯେତେବେଳେ ମନ କଥା ଉଠେ ସେତେବେଳେ ଡାକ୍ତର ଜଣେ ମନୋବିଜ୍ଞାନୀ। ଆଉ ଯେତେବେଳେ ଆମତ୍ା କଥା ଉଠେ ଡାକ୍ତର ସେତେବେଳେ ଜଣେ ପୂଜକ ବୋଲି ଓଡ଼ିିଶା ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ସୋମବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ କହିଛନ୍ତି। ରାଜ୍ୟପାଳ ଲାଲ ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ସନ୍ଥକବି ଭୀମ ଭୋଇଙ୍କ ବାଣୀ ଉଦ୍ଧାର କରି କହିଥିଲେ ଯେ, ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ। ଏହି ବାଣୀର ମର୍ମ ବୁଝିବାକୁ ହେବ। ଏହାହିଁ ତ ଅତିମାନସ ସଚେତନତା। ଭୀମ ଭୋଇ ଓ ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଅଜାତିବାଦ୍‌ ତତ୍ତ୍ୱକୁ ବୁଝିବାକୁ ହେବ। ଶ୍ରୀଅରବିନ୍ଦଙ୍କ ଅତିମାନସ ଚିନ୍ତନକୁ ହୃଦୟଙ୍ଗମ କରିବାକୁ ହେବ। ରାଜ୍ୟପାଳ ପ୍ରଫେସର ଲାଲ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ କରିଥିଲେ କେବେ ଶୁଣିଛ କି, ମନ୍‌ୱାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ। ଆମେ ଶୁଣିଛୁ, ମନ୍ଦିର, ମସଜିଦ୍‌ ସବୁ ଭାଙ୍ଗିଦିଅ ହେଲେ କାହାର ହୃଦୟ ଭାଙ୍ଗନାହିଁ। ଏଣୁ ସବୁବେଳେ, ସବୁଠି ହୃଦୟର କଥା ଶୁଣ ବୋଲି ରାଜ୍ୟପାଳ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ।
ସମ୍ମାନୀତ ଅତିଥିଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଓଡିଶା ସ୍ବାସ୍ଥ୍ୟ ଓ ବିଜ୍ଞନ ବିଶ୍ୱବିଦ୍ୟାଳୟ କୁଳପତି ଡ. ଦତ୍ତେଶ୍ୱର ହୋତା, ଜିଲାପାଳ ଚଞ୍ଚଳ ରାଣା, ଭୀମ ଭୋଇ ମେଡିକାଲ କଲେଜ ଡିନ୍‌ ଡା. ସବିତା ମହାପାତ୍ର, କଲେଜ ଛାତ୍ର ସଂସଦ ସଭାପତି ବିଶାଳ ପଣ୍ଡା ଓ ଅଭିଷେକ ପାଣି ମଞ୍ଚାସୀନ ହୋଇଥିଲେ। ସମ୍ମାନିତ ଅତିଥି ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୧୯୯୯ ମସିହାରେ ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ ଗଠନ ହେବା ପରେ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା। ନାନା ପ୍ରତିବନ୍ଧକ ସତ୍ତ୍ୱେ ଆଜି ଏହି କଲେଜରୁ ପ୍ରଥମ ବ୍ୟାଚ୍‌ ଡାକ୍ତରୀ ଛାତ୍ର ପାସ୍‌ କରିଛନ୍ତି। ଆଜି ସ୍ବପ୍ନ ପୂରଣ ହୋଇଛି। ଏଠାରେ ଶୀଘ୍ର ପିଜି ଶ୍ରେଣୀ ଏବଂ ସୁପରସ୍ପେଶାଲିଟି ବିଭାଗ ଖୋଲାଯାଉ ଏହା ହିଁ ତାଙ୍କର ସ୍ବପ୍ନ ବୋଲି ବିଧାୟକ ମିଶ୍ର କହିଥିଲେ। ସମ୍ମାନିତ ଅତିଥି କୁଳପତି ଡ. ହୋତା ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଓଡିଶାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା, ତାଲିମ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ଭୀମ ଭୋଇ ମେଡିକାଲ କଲେଜର ମୁଖପତ୍ର ଜେନିସିସ୍‌କୁ ରାଜ୍ୟପାଳ ଲାଲ ଓ ଅନ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର, ପ୍ରଫେସର ମଧୁସୂଦନ ପତି, ଅଧ୍ୟାପକ, ଷ୍ଟାଫ୍‌, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।
ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିବା ରାଜ୍ୟପାଳ ଲାଲ ଏହାପରେ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ସ୍ବାଧୀନତା ସଂଗ୍ରାମୀ, ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ଯାଇ ରାଜ୍ୟପାଳ ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ନୋଡାଲ ହାଇସ୍କୁଲର ୫୬ତମ ବାର୍ଷିକ ଉସତ୍ବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri