ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ ବଢ଼ାଇବା ପାଇଁ ଏକ ରୂପରେଖ ଉପରେ ସହମତ ହୋଇଛନ୍ତି। ଜୁନ୍‌ ୧୯ ସୁଦ୍ଧା ଆନୁଷ୍ଠାନିକ ଚୁକ୍ତି ସ୍ବାକ୍ଷର ହେବା ଆଶା କରାଯାଉଛି। ଏଥିରେ ବିଶ୍ୱ ଆଶ୍ୱସ୍ତି ଅନୁଭବ କରିଛି, କାରଣ ଏହି ଚୁକ୍ତିନାମା ହର୍ମୁଜ ଜଳପଥକୁ ପୁନର୍ବାର ଖୋଲିବାକୁ ଯାଉଛି ଏବଂ ଏହାଦ୍ୱାରା ବିଶ୍ୱ ଶକ୍ତି ବଜାର ଉପରେ ଥିବା ଚାପ କମିଯିବ। ଉଲ୍ଲେଖଯୋଗ୍ୟ ଯେ, ଯୁଦ୍ଧ ପୂର୍ବରୁ ହର୍ମୁଜ ଜଳପଥ ସର୍ବଦା ଖୋଲା ରହୁଥିଲା, ତେଣୁ ଏହା ଆମେରିକା ଓ ଇସ୍ରାଏଲକୁ କୌଣସି ଲାଭ ପହଞ୍ଚାଇଲା ନାହିଁ। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଇରାନ ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଏବେ କୌଣସି ଆଲୋଚନା ହେବ ନାହିଁ, ଅର୍ଥାତ ଏଥିରେ ମଧ୍ୟ ଇରାନ ଆଗୁଆ ରହିଲା। ଆମେରିକା ଏବଂ ଇରାନ ଉଭୟ ବୁଦ୍ଧିମତ୍ତା ଦେଖାଇ ଇରାନର ଆଣବିକ କାର୍ଯ୍ୟକ୍ରମର ସବୁଠାରୁ ବିବାଦୀୟ ପ୍ରସଙ୍ଗକୁ ଆଗାମୀ ଦୁଇ ମାସ ମଧ୍ୟରେ ଆଲୋଚନା କରିବାକୁ ସ୍ଥିର କରିଛନ୍ତି, ଯଦ୍ଦ୍ବାରା ଶାନ୍ତି ଚୁକ୍ତିରେ କୌଣସି ବାଧା ସୃଷ୍ଟି ହେବନି। ଏପର୍ଯ୍ୟନ୍ତ ସମସ୍ତ ସୁବିଧା ଇରାନ ସପକ୍ଷରେ ଥିବା ପରି ମନେହେଉଛି। ଏହି ଚୁକ୍ତିନାମାରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ପୁନଃ ଚଳାଚଳ କରିବା ପାଇଁ ସ୍ଥିର କରାଯାଇଛି, ଯାହା ବାଟ ଦେଇ ଯୁଦ୍ଧ ପୂର୍ବରୁ ବିନା ବାଧାରେ ବିଶ୍ୱର ପ୍ରାୟ ୨୦% ତେଲ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ ପରିବହନ କରାଯାଉଥିଲା। ତେବେ ହର୍ମୁଜ ଜଳପଥକୁ ତୁରନ୍ତ ସମ୍ପୂର୍ଣ୍ଣ ରୂପେ ଖୋଲିବା ସମ୍ଭବ ହୋଇ ନ ପାରେ। କାରଣ ଯୁଦ୍ଧ ପୂର୍ବରୁ ଯେତିକି ସଂଖ୍ୟକ ଜାହାଜ ଚଳାଚଳ କରୁଥିଲା ସେହି ସଂଖ୍ୟକ ଜାହାଜ ଯିବାଆସିବା କରିବା ଲାଗି ପୂର୍ବରୁ ହର୍ମୁଜରେ ବିଛାଯାଇଥିବା ମାଇନ୍ସ ହଟାଇବା, ଭିତ୍ତିଭୂମି ମରାମତି କରିବା ଏବଂ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମୟ ଲାଗିପାରେ। ଏହି ଚୁକ୍ତି ଖବରକୁ ନେଇ ୧୫ ଜୁନ୍‌ରେ ବିଶ୍ୱ ତୈଳ ବଜାର ଅଧିକ ଉତ୍ସାହିତ ହୋଇଥିଲା ଏବଂ ମାର୍ଚ୍ଚ ପ୍ରାରମ୍ଭ ପରଠାରୁ ତେଲ ଦର ସବୁଠାରୁ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ତୈଳ ଏବଂ ଗ୍ୟାସ କ୍ଷେତ୍ରଗୁଡ଼ିକୁ ପୁନର୍ବାର ଖୋଲିବା ଏକ ଜଟିଳ ପ୍ରକ୍ରିୟା ଏବଂ ଡ୍ରୋନ୍‌ ଆକ୍ରମଣ ଯୋଗୁ ଏହି ଅଞ୍ଚଳର କେତେକ ତୈଳ ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ଜାହାଜ ଚଳାଚଳ କମ୍ପାନୀ ଏବଂ ବୀମା କମ୍ପାନୀମାନେ ହର୍ମୁଜ ଜଳପଥ ଦେଇ ଯାତ୍ରା କରିବା ନିରାପଦ ମଣିବେ କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଏକ ଆଶ୍ୱାସନାଜନକ ବିଷୟ ହୋଇଛି, ଯେଉଁଥିରେ ସେ ହର୍ମୁଜ ଜଳପଥକୁ ଶୁଳ୍କ-ମୁକ୍ତ କରି ଖୋଲିବା ଏବଂ ଆମେରିକାର ନୌସେନା ଅବରୋଧକୁ ତୁରନ୍ତ ହଟାଇବା ପାଇଁ ଅନୁମତି ଦେଇଛନ୍ତି। ଯୁଦ୍ଧ ପୂର୍ବରୁ ଏହି ଜଳପଥରେ କୌଣସି ଟୋଲ୍‌ ବ୍ୟବସ୍ଥା ନ ଥିଲା। ବିଶେଷ କରି, ଟ୍ରମ୍ପ ଏହି ଚୁକ୍ତିନାମାକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିଲେ ଏବଂ ବିଶ୍ୱର ସମସ୍ତ ଜାହାଜ ଚଳାଚଳ କରନ୍ତୁ ଏବଂ ତେଲ ନିଅନ୍ତୁ ବୋଲି ଆହ୍ବାନ ଦେଇଥିଲେ।
ପ୍ରାରମ୍ଭିକ ଯୁଦ୍ଧବିରତି ଆଲୋଚନା ସମୟରେ ଅସହମତିର ଏକ ମୁଖ୍ୟ ବିନ୍ଦୁ ଥିଲା ଯେ ଏହି ଚୁକ୍ତିନାମାରେ ଲେବାନନ୍‌କୁ ଅନ୍ତର୍ଭୁକ୍ତ କରାଯିବ କି ନାହିଁ। ତେବେ ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ୍‌ ଘରିବାବାଦୀ ଏହି ଚୁକ୍ତିକୁ ନେଇ ସ୍ପଷ୍ଟ ଥିଲେ ଏବଂ ଦାବି କରିଥିଲେ ଯେ ଲେବାନନ୍‌ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧର ସ୍ଥାୟୀ ଏବଂ ତୁରନ୍ତ ସମାପ୍ତି ଘୋଷଣା କରାଯାଇଛି। ଯଦିଓ ଟ୍ରମ୍ପ ଲେବାନନ୍‌ରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବା ବିଷୟରେ ନିର୍ଦ୍ଦିିଷ୍ଟ ଭାବେ କିଛି ଉଲ୍ଲେଖ କରିନାହାନ୍ତି, ତଥାପି ଇରାନ ଏବଂ ମୁଖ୍ୟ ମଧ୍ୟସ୍ଥ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଦାବି କରିଛନ୍ତି ଯେ, ଲେବାନନ୍‌ ସମେତ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟାନୁଷ୍ଠାନର ସ୍ଥାୟୀ ସମାପ୍ତି ପାଇଁ ସହମତି ପ୍ରକାଶ ପାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଏହି ଭୂମିକା ତାଙ୍କ ଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିବା ଅନ୍ତର୍ଜାତୀୟ ମାନ୍ୟତା ଏବଂ ଗ୍ରହଣୀୟତା ହାସଲ କରିବାରେ ସାହାଯ୍ୟ କରିଛି।
ଇରାନ ଚୁକ୍ତି ଏକ ସର୍ବୋତ୍ତମ ସମ୍ଭାବ୍ୟ ପରିଣାମ ପରି ମନେହେଉଛି, କିନ୍ତୁ ଏହା ଯେଉଁଭଳି ଭାବେ କରାଯାଇଛି ତାହା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରରୋଚନାରେ ଆମେରିକା ରାଷ୍ଟ୍ରପତିଙ୍କ ଯୁଦ୍ଧ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଆମେରିକା ଯୁଦ୍ଧ ବଦଳରେ କୂଟନୀତି ପ୍ରୟୋଗ କରି ଏହି ଚୁକ୍ତି କରିପାରିଥାନ୍ତା, ତେବେ ଏହା ଅଧିକ ଭଲ ହୋଇଥାନ୍ତା। ଟ୍ରମ୍ପ ପ୍ରଶାସନ ଅବଶ୍ୟ ଦାବି କରିପାରନ୍ତି ଯେ, ଏହା ଇରାନର ସାମରିକ ଶକ୍ତିର ପ୍ରମୁଖ ଅଂଶଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। କିନ୍ତୁ ଏହି ରଣନୀତିକ ସଫଳତା ଏବଂ ପ୍ରମୁଖ ଇରାନୀ ନେତାମାନଙ୍କ ମୃତ୍ୟୁ ସତ୍ତ୍ୱେ ଏହି ଯୁଦ୍ଧ ଆମେରିକା ପାଇଁ ଏକ ବଡ଼ ବିଫଳତା ଥିଲା। ଯୁଦ୍ଧ ପାଇଁ ଆମେରିକା ଯେଉଁ ଉଦ୍ଦେଶ୍ୟ ରଖିଥିଲା ତାହାର ବିପରୀତ ଘଟିଛି। ଅର୍ଥାତ୍‌ ଇରାନର ଶାସନ ବ୍ୟବସ୍ଥା ଏବେ ମଧ୍ୟ ବଜାୟ ରହିଛି। ସମଗ୍ର ଉପସାଗରୀୟ ଅଞ୍ଚଳରେ ଏହାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସଫଳ ହେବା ପରେ, ଏହା ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ଉତ୍ସାହିତ ହୋଇଛି। ଇରାନକୁ ତା’ର ଆଣବିକ କାର୍ଯ୍ୟକ୍ରମ ତ୍ୟାଗ କରିବାକୁ ବୁଝାଇବା ବଦଳରେ, ଏହି ଯୁଦ୍ଧ ଇରାନର ନେତୃତ୍ୱକୁ ସମ୍ଭବତଃ ବିଶ୍ୱାସ ଦେଇଛି ଯେ ଏକ ଆଣବିକ ପ୍ରତିରୋଧକ ହିଁ ତା’ର ଭବିଷ୍ୟତକୁ ସୁରକ୍ଷିତ ରଖିବାର ସର୍ବୋତ୍ତମ ଉପାୟ। ଯେପର୍ଯ୍ୟନ୍ତ ଆମେରିକା ଇରାନ ବିରୋଧରେ ପ୍ରତ୍ୟକ୍ଷ ସ୍ଥଳ ଯୁଦ୍ଧ କରିବାରୁ ବିରତ ରହିଥିଲା, ସେପର୍ଯ୍ୟନ୍ତ ବିଶ୍ୱ ଭୟ କରୁଥିଲା ଯେ ଆମେରିକାର ଯୁଦ୍ଧ ଶକ୍ତି ଇରାନକୁ ମାନଚିତ୍ରରୁ ନିଶ୍ଚିହ୍ନ କରିଦେଇପାରେ। ଏହାର ବିପରୀତରେ ଡ୍ରୋନ୍‌ ଏବଂ ମିଶାଇଲ୍‌ ସାହାଯ୍ୟରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ପ୍ରତିଷ୍ଠାନଗୁଡ଼ିକୁ କ୍ଷତିଗ୍ରସ୍ତ କରି ଇରାନ ତାହାର ଦୃଢ଼ ପ୍ରତିରକ୍ଷାଶକ୍ତି ଦର୍ଶାଇବା ସହ ଆମେରିକାର ବିଶ୍ୱସ୍ତରୀୟ ପ୍ରଭୁତ୍ୱକୁ ହ୍ରାସ କରିଛି। ଏହା ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସାମରିକ ବିଜୟ, ଯାହା ଏହାର ବର୍ଦ୍ଧିତ ସାମରିକ ସାମର୍ଥ୍ୟକୁ ପୂର୍ବ ଅପେକ୍ଷା ବହୁ ଅଧିକ ପ୍ରତିପାଦିତ କରିଛି।
ଇରାନ ପ୍ରମାଣ କରି ଦେଖାଇଛି ଯେ, ହର୍ମୁଜ ଜଳପଥ ବନ୍ଦ କରିବା ପାଇଁ ତା’ର ଦୀର୍ଘଦିନର ଧମକ କେବଳ ଏକ ଆସ୍ଫାଳନ ନ ଥିଲା, ବରଂ ଏହା ବିଶ୍ୱ ଅର୍ଥନୀତିକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିପାରେ ବୋଲି ସୂଚିତ କରିଥିଲା। ହର୍ମୁଜ ଜଳପଥ ବନ୍ଦ କରିବାର କ୍ଷମତା ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର, ଯାହାକୁ ଭବିଷ୍ୟତରେ ମଧ୍ୟ ପ୍ରୟୋଗ କରିବାକୁ ଇରାନ ଧମକ ଦେଇପାରେ। ଇରାନର ନେତୃତ୍ୱ ନିଜ ସଫଳତା ଉପରେ ଗର୍ବ କରିବା ପଛରେ କାରଣ ରହିଛି, ଆମେରିକା-ୟୁରୋପୀୟ ପ୍ରତିବନ୍ଧକ ଯୋଗୁ ବିଦେଶୀ ବ୍ୟାଙ୍କଗୁଡ଼ିକରେ ଜମା ଥିବା ତା’ର ଅଧିକାଂଶ ଅର୍ଥ ତାକୁ ମିଳିବାକୁ ଯାଉଛି। ଚୁକ୍ତି ସ୍ବାକ୍ଷର ହେବା ପୂର୍ବରୁ ଏହା ପ୍ରାୟ ୩୦ ବିଲିୟନ ଆମେରିକୀୟ ଡଲାର ପାଇବାର ଆଶା ରଖିଛି। ଏହି ଯୁଦ୍ଧବିରତି ଏକ ସ୍ଥାୟୀ ଚୁକ୍ତି ପାଇଁ ବାଟ ଫିଟାଇବାର ସମ୍ଭାବନା ଅଛି ଏବଂ ଶେଷରେ କୁହାଯାଇପାରେ ଯେ, ଇରାନ ଏହି ଯୁଦ୍ଧ ଫଳରେ ଅନେକ ଦୃଷ୍ଟିରୁ ଲାଭବାନ ହେବା ସହିତ ପୃଥିବୀବ୍ୟାପୀ ଏକ ଶକ୍ତିଶାଳୀ ଲଢ଼ୁଆ ଦେଶ ଭାବେ ପରିଚୟ ପାଇଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?