ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ରବିବାର ରାତି ୯ଟା ସମୟରେ ଏକ ଉପୁଡ଼ି ପଡିଥିବା ଗଛକୁ ଦୁଇ ପଟରୁ ଆସୁଥିବା ଅଟୋ ଓ ପିକଅପ ଗାଡ଼ି ମୁହାଁ ମୁହିଁ ଧକ୍କା ହେବାରେ ୯ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଶ୍ରମିକ ଯୁବତୀ ଥିବା ବେଳେ ଜଣେ ପୁରୁଷ ଭାବେ ଅଟୋ ଚାଳକ ଥିବା ଜଣାପଡ଼ିଛି।

ଅଟୋ ଚାଳକ ପଦଲାମ ଆର୍ଲାବଙ୍କ ସମେତ ୭ ଜଣ ଯୁବତୀଙ୍କ ସ୍ଥିତି ଅଧିକ ଗୁରୁତର ହେବାରୁ ଡାକ୍ତର ୮ ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରିଛନ୍ତି । ସୂଚନା ମୁତାବକ ଗେରୁପୁଟ ଗ୍ରାମର ୧୨ ଜଣ ଯୁବତୀ ପାତାଳୀ ନଦୀରୁ ବାଲି କାଢ଼ିବାକୁ ପାଡୁଆ ଅଞ୍ଚଳକୁ ଯାଇ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ଫେରିବା ବାଟର ସୀମାଦ୍ରୀ ମଣ୍ଡପ ନିକଟରେ ଅନ୍ଧାର ଓ ରାସ୍ତା ଉପରେ ଏକ ଜାମୁକୋଳି ଗଛ ପଡିଥିଲା। ସାମନା ପଟରୁ ଏକ ପିକଅପ୍ ଗାଡ଼ି ଆସୁଥିବା ବେଳେ ଦୁଇ ଗାଡ଼ି ଆଲୋକରେ ରାସ୍ତା ଉପରେ ପଡ଼ିଥିବା ଗଛକୁ କେହି ଦେଖି ନପାରି ମୁହାଁ ମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମୀପରେ ଥିବାରୁ କେନ୍ଦ୍ରଧିକାରି ହେମନ୍ତ କୁମାର ସାମଲଙ୍କ ନେତୃତ୍ଵାଧୀନ ଦଳ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ।

ଅଗ୍ନିଶମ ଗାଡି ଓ ସ୍ଥାନୀୟ ସମାଜସେବୀ ବିପିନି ମହାନ୍ତିଙ୍କ ଗାଡ଼ିରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅଟୋରେ ଥିବା ୧୨ ଜଣଙ୍କ ମଧ୍ୟରୁ ଲୀଳା ଗୋଲରି, ତୁଳସୀ ବୁରୁଡି, ଭାଗମତି ବୁରୁଡି, କୁସୁମା ବୁରୁଡି, ଯମୁନା ହିଙ୍ଗଇ, ଗାଦି ହିଙ୍ଗଇ, ବର୍ଷା ବୁରୁଡି, ମମତା ବୁରୁଡି ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଅଟୋ ଚାଳକ ପଦଲାମଙ୍କ ଓ ୭ ଜଣ ଯୁବତୀଙ୍କ ଅଧିକ ଚିକିତ୍ସା ଲାଗି କୋରାପୁଟ ସ୍ଥାନାନ୍ତର କରାଯାଇଛି । ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?