ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ

ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ କାମ ଧନ୍ଦା ଛାଡି ଆଧାର କେନ୍ଦ୍ରରେ ଦିନ ଦିନ ସମୟ ବିତାଉଛନ୍ତି ଗୋଟିଏ ପଟେ ରୋଜଗାର ଛାଡି ଆଧାର କେନ୍ଦ୍ରରେ ସମୟ ନଷ୍ଟ ହେଉଛି। ଏବେ ରାସନ ସାମଗ୍ରୀ ପାଇବା ପାଇଁ ଇ-କଓ୍ବୋସି କରିବାକୁ ବାଧ୍ୟ ହୋଇଥିବା ବେଳେ ସରକାରଙ୍କ ସୁଭଦ୍ରା ଯୋଜନା ହେଉ କି ଛାତ୍ରୀଛାତ୍ରମାନଙ୍କ ତଥ୍ୟ ଅନଲାଇନରେ ଯୋଡିବା ପାଇଁ ବା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଧାର କାର୍ଡ ର ଆବଶ୍ୟକତା ବାଧ୍ୟତା ମୂଳକ ଯୋଗୁ ଲୋକଙ୍କ ଏବେ ବଡ଼ କାମଧନ୍ଦା ହେଲା ନିଜ ଆଧାର କାର୍ଡ ଅପଡେଟ କରାଇବା ଓ ଭୁଲ ସଂଶୋଧନ, ମୋବାଇଲ ନମ୍ବର ଯୋଡିବା ଆକାଉଣ୍ଟ ସହ ଆଧାର ଯୋଡିବା ଏକ ବଡ଼ କାର୍ଯ୍ୟ ପାଲଟିଛି। ତେବେ ଏହି ସବୁ କରିବାକୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ହାତ ଗଣତି ମାତ୍ର ୩ଟା ଆଧାର କେନ୍ଦ୍ର ରହିଛି। ସେଥିରୁ ମାତ୍ର ବ୍ଲକ ପରିସର ମଧ୍ୟରେ ରହିଥିବା ଆଧାର କେନ୍ଦ୍ର ନିୟମିତ ରହିଥିବାବେଳେ ଅନ୍ୟଗୁଡିକ ସଠିକ ଭାବେ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଦାରିଙ୍ଗବାଡିରୁ ଅନ୍ୟ ପଡୋଶୀ ଗଞ୍ଜାମ, ଗଜପତି ଏମିତି କି ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇ ନିଜ ଆଧାର ସଂଶୋଧନ ଓ ଅପଡେଟ କରାଇ ଖର୍ଚ୍ଚାନ୍ତ ହେଉଛନ୍ତି।

ଦାରିଙ୍ଗବାଡିର ଜନସଂଖ୍ୟା ୧ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିବାବେଳେ ୨୦୧୩ ମସିହାରୁ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଆଧାର ଅପଡେଟ ନ ଥିବାବେଳେ ସଂଶୋଧନର ମଧ୍ୟ ଆବଶ୍ୟକତା ରହିଛି। ଏହା ସଚେତନ ଅଭାବରୁ ହୋଇପାରି ନ ଥିନାବେଳେ ଏବେ ସମସ୍ତ ଯୋଜନାରେ ଆବଶ୍ୟକ ପଡିବାରୁ ଶହ ଶହ ଲୋକ ଆଧାର କେନ୍ଦ୍ର ଆଗରେ ଭିଡ଼ ଜମାଉଛନ୍ତି। ହେଲେ ହାତ ଗଣତି କେନ୍ଦ୍ରରେ ଲୋକଙ୍କ ଆଧାର ସଂଶୋଧନ କିମ୍ବା ଅପଡେଟ ହେବା ସମ୍ଭବ ହେଉନାହିଁ। ଅଧିକରୁ ଅଧିକ କ୍ୟାମ୍ପ କରି ପ୍ରତି ପଞ୍ଚାୟତରେ ଆଧାର କାର୍ଯ୍ୟ କରାଗଲେ ଅଞ୍ଚଳବାସୀ ସରକାରଙ୍କ ସବୁ ଯୋଜନାର ସଠିକ ଫାଇଦା ପାଇପାରିବେ ବୋଲି ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗ୍ରାମର ଟଙ୍ଗନା ପ୍ରଧାନ, ରବିନ ପ୍ରଧାନ, ବାପି ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଆଧାର ସଂଶୋଧନ ପାଇଁ ପୋଷ୍ଟ ଅଫିସ ଦୌଡିବା ପରେ ମଧ୍ୟ ସଫଳ ନ ହେବାରୁ ଶୁକ୍ରବାର ଗଞ୍ଜାମ ସୋରଡ଼ା ଆଧାର ସଂଶୋଧନ ପାଇଁ ଯିବାକୁ ପଡିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା,...

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri