ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍‌ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ ଧୀରେ ପୋଖରୀ ଭିତରକୁ ମାଡିଯାଇ ପୋତିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ସହର ପୋଖରୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ପୋଖରୀଗୁଡିକ ଦଳ, ଆବର୍ଜନା, ପଙ୍କରେ ଭର୍ତ୍ତି ହୋଇ ନିଶ୍ଚିନ୍ନ ହେବାକୁ ବସିଲାଣି। ପଦ୍ମପୁର ସହର ସବୁଠାରୁ ବୃହତ ପୋଖରୀ ହେଉଛି ମେନେଜର କଣ୍ଟା। ସରକାରୀ ରେକର୍ଡ ଅନୁସାରେ ୧୪ ଏକର ୫୦ ଡେସିମିଲ ପରିମିତ ଏହି ପୋଖରୀର ପାଣି କାଚକେନ୍ଧୁ ଭଳି ଥିଲା ଓ ସହରବାସୀ ପିଇବା ପାଇଁ ବ୍ୟବହାର କରୁଥିଲେ। ମାତ୍ର ଏହି ପୋଖରୀ ଆଜି ପରିତ୍ୟକ୍ତ ହେବା ସହିତ ଏହାର ହୁଡା ନିଶାଖୋରଙ୍କ ଆଡ୍ଡା ପାଲଟିଛି। ସବୁଠାରୁ ବିଡମ୍ବନାର ବିଷୟ ଏନଏସି ଏହି ପୋଖରୀ ପୁନରୁଦ୍ଧାର କଥା ଚିନ୍ତା ନ କରି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ହୁଡା ସୌନ୍ଦର୍ଯ୍ୟକରଣ କରିଥିଲା। ମାତ୍ର ତାହା ବି ନିଶ୍ଚିନ୍ନ ହୋଇଗଲାଣି। ନିଜର ଅସ୍ତିତ୍ୱକୁ ବଞ୍ଚାଇ ପାଇଁ ସହରର ରାଣୀ ବନ୍ଧ, ଦାନୀ ବନ୍ଧ, ବଡବନ୍ଧ, ଖଜୁରୀ ବନ୍ଧ, କଣ୍ଟାବନ୍ଧ, ବ୍ରାହ୍ମଣୀ ବନ୍ଧଗୁଡିକ ସଂଘର୍ଷ କରୁଛନ୍ତି। ପଦ୍ମପୁର ଏନଏସି ଏହି ପୋଖରୀ ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରତି ଦୃଷ୍ଟି ନ ଦେଇ ସୌନ୍ଦର୍ଯ୍ୟକରଣ ଓ ପାର୍କ ନାମରେ ପୋଖରୀ ହୁଡାରେ ଅର୍ଥ ଆତ୍ମସାତ୍‌ କରୁଥିବା ବେଳେ ପଦ୍ମପୁରର ଏହି ଐତିହ୍ୟ ପୋଖରୀ ଆଜି ହଜିବାକୁ ବସିଛି।

ପଦ୍ମପୁର ଏନ୍‌ଏସି କାଉନସିଲ ବୈଠକଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଜଳାଶୟର ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇଛି। ଏକ ମାଷ୍ଟର ପ୍ଳାନ କରି ଜଳାଶୟ ଉନ୍ନତି ପାଇଁ ପ୍ରସ୍ଥାବ ଦିଆଯାଇଛ।
-ଚିନ୍ମୟ କୁମାର ପଣ୍ଡା, ଆଇନଜୀବୀ, କାଉନସିଲର
ସହରରେ ଥିବା ପୋଖରୀଗୁଡିକର ସୀମା ନିର୍ଦ୍ଧାରଣ କରିବା ସହିତ ଏହାର ପୁନରୁଦ୍ଧାର କରି ସହରବାସିନ୍ଦାଙ୍କ ଯେମିତି ବ୍ୟବହାର ଉପଯୋଗୀ ହେବ ସେ ନେଇ ପରିଷଦ ଓ ନିର୍ବାହୀ ଅଧିକାରୀ ଧ୍ୟାନ ଦିଅନ୍ତୁ।
-ନିରୋଜ ଦୋରା, ସାମାଜିକ କର୍ମୀ
ପଦ୍ମପୁରରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ଡ୍ରୋନ ସର୍ଭେ ସରିଯାଇଛି ଓ ଡିପିଆର ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଣୀ ବନ୍ଧ ଓ ବ୍ରାହ୍ମଣୀ ବନ୍ଧର ପୁନରୁଦ୍ଧାର ପାଇଁ ଶୀଘ୍ର ଟେଣ୍ଡର ଡକାଯିବ।
-ରାମଚନ୍ଦ୍ର ମାଝି,
ଏନ୍‌ଏସି ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri