ଜୀବିକାରେ ପରିବର୍ତ୍ତନ ଆଣିଛି ପୋଖରୀ ଚାଷ

ଯୋଡ଼ା,୨୦।୮(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ଲିମିଟେଡ୍‌ ସିଏସଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚାଷୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଚଳାଇ ଆସୁଛି। ଏହାର କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ କୃଷି କାର୍ଯ୍ୟରେ ବ୍ୟବହାର କରୁଥିବା ପୋଖରୀକୁ ଖୋଳି ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ପ୍ରଦାନ ଦିଗରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି।
ଏକ ବର୍ଷ ମଧ୍ୟରେ ଟିଏସ୍‌ଏଫ ପକ୍ଷରୁ ୪୪ଟି ବ୍ୟକ୍ତିଗତ ଚାଷ ପୋଖରୀ ଖୋଳାଯିବା ଫଳରେ ଏହି ଖଣି ଅଞ୍ଚଳରେ ରହୁଥିବା ପରିବାର ଆର୍ଥିକ ରୂପେ ସଶକ୍ତ ହେବା ସହିତ ଏହା ସେମାନଙ୍କ ଜୀବନ ଧାରଣ ମାନର ସାମାଜିକ-ଅର୍ଥନୈତିକ ଦିଗରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ଉପରୋକ୍ତ ଜିଲାର ୫ଟି ପଞ୍ଚାୟତ ଅନ୍ତର୍ଗତ ୧୦ଟି ଗ୍ରାମରେ ପରିବ୍ୟାପ୍ତ ଏହି ପୋଖରୀଗୁଡ଼ିକୁ ବିଜ୍ଞାନ ସମ୍ମତ ଚାଷ ଆଧାରିତ ପ୍ରକଳ୍ପ ଏବଂ ପାରମ୍ପରିକ ଶସ୍ୟ ଚାଷ କରିବାରେ ବ୍ୟବହାର କରାଯାଉଛି। ବନ୍ଧୁଆ ବେଡ଼ା, ପଳସା ‘ଖ’, କୁନ୍ଦୁରୁପାଣି, ଜମୁନାପୋଷି, ଜଗନ୍ନାଥପୁର ଓ ବାଲିତା ଆଦି ଗ୍ରାମର ବାସିନ୍ଦାମାନେ ମକା, ହଳଦୀ ଓ ଅଦା ଭଳି ଲାଭଦାୟକ ଚାଷ କରିବାକୁ ଆଗେଇ ଆସିଛନ୍ତି। ତେବେ ବର୍ଷସାରା ଜଳର ସୁବିଧା ମିଳିବାରୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ମଧ୍ୟ ଶସ୍ୟ ଚାଷ ଓ ମତ୍ସ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏକ ଦୀର୍ଘସ୍ଥାୟୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପୋଖରୀ ଚାଷ ବ୍ୟବସ୍ଥା କରାଯାଇଥିବାବେଳେ ଏହାଦ୍ୱାରା ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଳ ସଂରକ୍ଷଣ, ଭୂତଳ ଜଳ ରିଚାର୍ଜିଂ ଏବଂ କୃଷିକୁ ମଧ୍ୟ ପ୍ରେତ୍ସାହନ ଦିଆଯାଇପାରୁଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟିଏସ୍‌ଏଫ ପକ୍ଷରୁ ପଳସା ‘ଖ’ ଏବଂ ପଳସା ପଞ୍ଚାୟତ ଅନ୍ତର୍ଗତ ବେଗୁନା ସାହି ଗ୍ରାମରେ ୧୪୦ କେଜି ଉନ୍ନତମାନର ହଳଦୀ ଓ ଅଦା ବିହନ ବଣ୍ଟନ କରାଯାଇଛି। ଏହା ସହିତ ଉତ୍ପାଦ ବିକ୍ରି ପାଇଁ ବଜାର ସଂଯୋଗୀକରଣର ଅଶ୍ୱାସନା ସେମାନଙ୍କ ମନବୋଳକୁ ବୃଦ୍ଧି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri