ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ ବ୍ୟାପୁଛି ତ ଆଉ କେଉଁଠି ଛାତ୍ରୀଛାତ୍ର ଯାତାୟାତରେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ବାୟୁ ପ୍ରଦୂଷଣ ଏପରି ହେଲାଣି ଯେ, ସରକାର ପରିବହନ ଆଇନ କଡ଼ାକଡ଼ି ଲଗାଇବା ପର୍ଯ୍ୟନ୍ତ କଥା ଗଲାଣି। ଯେଉଁ ଗାଡ଼ିର ପ୍ରଦୂଷଣ କ୍ଲିୟରାନ୍ସ ପ୍ରମାଣପତ୍ର ନାହିଁ ତାକୁ ପେଟ୍ରୋଲ ମିଳିବ ନାହିଁ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହେବା ପରେ ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଆଗରେ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଏପରିକି ଲୋକଙ୍କୁ ଦିନତମାମ୍‌ ଏଥିପାଇଁ ଅପେକ୍ଷା କରିବାକୁ ପଡୁଥିବାରୁ ଅସନ୍ତୋଷ ଦେଖାଦେଲାଣି।
ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହର ଓ ଖଣି ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ରହୁଥିବାରୁ ୧୨ ଜିଲାପାଳଙ୍କୁ ପ୍ରଦୂଷଣ ମୁକାବିଲା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଉମା ନନ୍ଦୁରୀ ପତ୍ର ଲେଖିଛନ୍ତି। ଉମା ନିକଟରେ ଅନୁଗୋଳ, ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, ଜଗତ୍‌ସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ବିଭିନ୍ନ ସହରର ବାୟୁରେ ପ୍ରଦୂଷଣ ମାତ୍ରା(ଏକ୍ୟୁଆଇ) ଅଧିକ ରହୁଛି। ଜିଲାରେ ଥିବା ଶିଳ୍ପପ୍ରକଳ୍ପଗୁଡ଼ିକ ସହରାଞ୍ଚଳ ଉପକଣ୍ଠରେ ରହୁଥିବାରୁ ଏକ୍ୟୁଆଇର ମାତ୍ରା ବଢୁଛି। ସଂପ୍ରତି ଶୀତଋତୁ ହୋଇଥିବାରୁ ବାୟୁ ପ୍ରଦୂଷଣ ଅଧିକ ରହୁଛି। ଏହା ଯେପରି ନିର୍ଦ୍ଦିଷ୍ଟ ମାନ ଭିତରେ ରହିବ ସେଥିପ୍ରତି ତୀକ୍ଷ୍ଣ ନଜର ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନନ୍ଦୁରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଦାନ କରିଥିବା ଆକ୍ସନ ଟେକେନ୍‌ ରିପୋର୍ଟ(ଏଟିଆର୍‌)ରେ ଦର୍ଶାଇଛନ୍ତି, ଏଥିନେଇ ଗୋଟିଏ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କର। ଯେଉଁ ସ୍କ୍ବାଡ୍‌ ପ୍ରତିଦିନ ଜିଲା ତଥା ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ଧୂଳିକଣା ଉପରେ ନଜର ରଖିବ। କେଉଁ କାରଣରୁ ଧୂଳିକଣା ସୃଷ୍ଟି ହେଉଛି ଏବଂ ତାହା କିଭଳି ପ୍ରତିହତ ହୋଇପାରିବ, ସେଦିଗରେ ପଦକ୍ଷେପ ଗ୍ରହଣ କରିବ। ଏହାସହିତ ପ୍ରତିଦିନ ରାସ୍ତାଘାଟ ରୋଡ୍‌କ୍ଲିନର ମାଧ୍ୟମରେ ସଫା ରଖିବାକୁ ପଡ଼ିବ। ଏହାବାଦ୍‌ ରାସ୍ତାରେ ପାଣି ମଧ୍ୟ ସିଞ୍ଚନ କରିବାକୁ ହେବ।
ନନ୍ଦୁରୀ ପୁଣି ଦର୍ଶାଇଛନ୍ତି, ରାସ୍ତାପାଖ ଢାବା ନିକଟରେ ଯେପରି କୋଇଲା ପ୍ରଭୃତି ବ୍ୟବହାର ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। କୋଇଲା ଓ କାଠ ଜଳାଯାଉଥିବା ଢାବା ବିରୋଧରେ ପ୍ରଦୂଷଣ ନିୟମ ୧୯୫୪ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରିବ। ସେହିପରି ସରକାରଙ୍କ ପକ୍ଷରୁ ଯେତେସବୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ସେଠାରେ ୧୦ ମିଟର ଜିସିଆଇ ଶିଟ୍‌ ବ୍ୟବହାର ହେଉଛି କି ନାହିଁ ତାହା ପରଖିବାକୁ ହେବ। ଯଦି କୌଣସିଠାରେ ଏହା କରାଯାଉ ନ ଥିବ ତେବେ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ନନ୍ଦୁରୀ ଦର୍ଶାଇଛନ୍ତି।
ସେହିପରି ଯେଉଁଠାରେ ଘର ଭଙ୍ଗାହେଉଛି ସେଠାରେ ପ୍ରଦୂଷଣ ନିୟମ ପାଳନ ହେଉଛି କି ନାହିଁ ତାହା ମଧ୍ୟ ପରଖିବାକୁ ହେବ। ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ଅନୁଯାୟୀ, ସେଠାରୁ ବ୍ୟବସ୍ଥିତ ଢଙ୍ଗରେ ବର୍ଜ୍ୟ ଉଠାଇ ସ୍ଥାନାନ୍ତର କରିବାକୁ ପଡ଼ିବ। ଏହାସହିତ ରାସ୍ତାରେ ଗଡୁଥିବା ଗାଡ଼ି ମଧ୍ୟରୁ କେଉଁ ଗାଡ଼ି ଅଧିକ ଧୂଆଁ ଛାଡୁଛି ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ତାହାକୁ ନିୟମିତ ଯାଞ୍ଚ କର। ଏହାବାଦ୍‌ ଶିଶୁ, ବୃଦ୍ଧାବୃଦ୍ଧମାନେ ଯେପରି ବାୟୁ ପ୍ରଦୂଷଣରେ ଛନ୍ଦି ନ ହେବେ ତାହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ଭିଡ଼ ଏଡ଼ାଇବା ଏବଂ ବିଦ୍ୟାଳୟକୁ ଯିବା ଓ ଛୁଟି ସମୟରେ ନିୟମିତ ତଦାରଖ କରିବାକୁ ସଦସ୍ୟ ସଚିବ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri