Posted inଜାତୀୟ

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେଥିମଧ୍ୟରୁ କେବଳ ବାୟୁ ପ୍ରଦୂଷଣ ୬୬.୭ ଲକ୍ଷଙ୍କ ଜୀବନ ନେଇଛି ବୋଲି ଲାନ୍‌ସେନ୍‌ ପ୍ଲାନେଟାରି ହେଲ୍‌ଥ ଦ୍ୱାରା ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ସ୍ଥିତି ବେଶ୍‌ ଗମ୍ଭୀର ରହିଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ସର୍ବାଧିକ ରହିଛି। ୨୦୧୯ରେ ଦେଶରେ ୨୪ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି।

ଅନୁସାରେ, ୨୦୧୯ରେ ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ ୧୬.୭ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଜଳ ପ୍ରଦୂଷଣ ଯୋଗୁ ୫ ଲକ୍ଷଙ୍କ ମୃତ୍ୟୁ ହୋଇଥିବାବେଳେ କାର୍ଯ୍ୟସ୍ଥଳୀରେ ପ୍ରଦୂଷଣ ୧ ଲକ୍ଷ ଏବଂ ସୀସା ସଂସ୍ପର୍ଶରେ ଆସି ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଛି। ଏହା ତଳକୁ ଚାଇନା ରହିଛି। ଚାଇନାରେ ପ୍ରଦୂଷଣ ଯୋଗୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱବ୍ୟାପୀ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ଜଳ ପ୍ରଦୂଷଣ ହୋଇଥିବାବେଳେ ଲିଡ୍‌ ଏକ୍ସପୋଜର (ସୀସା ସଂସ୍ପର୍ଶରେ ଆସିବା) ଏହି ମୃତ୍ୟୁ ମଧ୍ୟରୁ ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଏଥିଯୋଗୁ ମୋଟ ୯ ଲକ୍ଷ ଲୋକଙ୍କ ଅକାଳରେ ଜୀବନ ଯାଇଛି।

ବିଷାକ୍ତ ସାମଗ୍ରୀ ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮ ଲକ୍ଷ ୭୦ ହଜାର ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ ବିକାଶ ଏଜେଣ୍ଡାରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥାନିତ ହୋଇଥିଲେ ହେଁ ଏଥିଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ବିଶେଷ କରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ଏଥିଯୋଗୁ ଦେଶଗୁଡ଼ିକର ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ହେଲ୍‌ଥ ଆଣ୍ଡ୍‌ ପଲ୍ୟୁସନ ଉପରେ ଜେନେଭା ଗ୍ଲୋବାଲ ଆଲାଏନ୍ସର ରିଚାର୍ଡ ଫୁଲେର କହିଛନ୍ତି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ଶିଳ୍ପଜନିତ ପ୍ରଦୂଷଣ ସ୍ତର ବଢ଼ିଥିବା ରିପୋର୍ଟରେ କୁହାଯାଇଛି।

ପ୍ରଦୂଷଣ ଯୋଗୁ ଅତ୍ୟଧିକ ମୃତ୍ୟୁ ବିଶ୍ୱ ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରିଛି। ୨୦୧୯ରେ ଏହି କାରଣରୁ ୪.୬ ଟ୍ରିଲିୟନ ଡଲାର ଆର୍ଥିକ କ୍ଷତି ହୋଇଛି, ଯାହା କି ମୋଟ ବିଶ୍ୱ ଅର୍ଥନୀତିର ୬.୨ ପ୍ରତିଶତ। ଜଳବାୟୁ ପରିବର୍ତ୍ତନ ଉପରେ ସ୍ବାଧୀନ ଆନ୍ତଃ ସରକାରୀ ପ୍ୟାନେଲ୍‌ (ଆଇପିପିସି) ଭଳି ପ୍ରଦୂଷଣ ଉପରେ ଏକ ପଲିସି ପ୍ୟାନେଲ ଗଠନ କରିବା ନିମନ୍ତେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri