ଓଡ଼ିଶାରେ ପ୍ରଦୂଷଣ

ଦୀପାବଳି ଓ ଅମଳ ଋତୁ ଆସିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଏ। ଦେଶବ୍ୟାପୀ ଏହା ଉପରେ ଆଲୋଚନା ଚାଲେ। ଖୁଣ୍ଟା ପୋଡ଼ି ଯୋଗୁ ଏହା ଘଟୁଛି ବୋଲି କୃଷକଙ୍କ ଉପରେ ଦୋଷ ଲଦି ଦିଆଯାଏ। ଦିଲ୍ଲୀର ସେହି ପ୍ରଦୂଷଣ ଭୟ ଆମ ଘରେ ପହଞ୍ଚତ୍ଗଲାଣି। ୮ ଜାନୁଆରୀରେ ଭାରତର ସବୁଠୁ ପ୍ରଦୂଷିତ ୧୬ଟି ସହର ମଧ୍ୟରେ ଓଡ଼ିଶାର ୬ଟି ଥିଲା ବୋଲି ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦର୍ଶାଇଥିଲା। ଉଦ୍‌ବେଗଜନକ ବିଷୟ ହେଉଛି, ଅନୁଗୋଳ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବା ବାୟୁ ମାନ ସୂଚକାଙ୍କ ୩୫୭ ଥିଲାବେଳେ ଦିଲ୍ଲୀରେ ଥିଲା ୩୪୬। ଏହାବାଦ୍‌ କଟକ (୩୪୨), ଭୁବନେଶ୍ୱର(୩୪୨), ବାଲେଶ୍ୱର(୩୩୬), କେନ୍ଦୁଝର(୩୨୮) ଓ ତାଳଚେର (୩୧୪)ର ଏକ୍ୟୁଆଇ ବିପଜ୍ଜନକ ରହିଥିଲା। ଏଠାରେ ଖୁଣ୍ଟା ପୋଡ଼ି ନାହିଁ। ତଥାପି ଦିଲ୍ଲୀଠାରୁ ଅଧିକ ପ୍ରଦୂଷଣର କାରଣ କ’ଣ ହୋଇପାରେ ତାହା ସାଧାରଣ ଲୋକ ବୁଝିବା କଷ୍ଟକର। ଏହା ବ୍ୟତୀତ ଇଣ୍ଟରନେଟ୍‌ରେ ବିଭିନ୍ନ ପାଣିପାଗ ଆପ୍‌କୁ ଦେଖୁଥିବା ବ୍ୟକ୍ତିମାନେ ଏହିସବୁ ଓଡ଼ିଶା ସହରରେ ଏଭଳି ଉଚ୍ଚ ପରିମାଣର ବାୟୁ ପ୍ରଦୂଷଣ ଦର୍ଶାଯାଉ ନ ଥିବା କଥାକୁ ଅନିଶା କରିଥିବେ। ଏଥିରୁ ବୁଝାପଡ଼ୁଛି ଯେ, ଭାରତର ପାଣିପାଗ ବିଭାଗର ତଥ୍ୟ ନିଶ୍ଚିତ ଭାବେ ଅଧିକ ବିଶ୍ୱସନୀୟ ହୋଇପାରୁଛି; କାରଣ ସେମାନେ ଯଥେଷ୍ଟ ବେଶି ସ୍ଥାନ ଉପରେ ଦୃଷ୍ଟି ରଖିପାରୁଛନ୍ତି। ଗାଡ଼ିମୋଟରରୁ ନିର୍ଗତ ବାଷ୍ପ, ରାସ୍ତାରୁ ଉଡ଼ୁଥିବା ଧୂଳି, କଳକାରଖାନାରୁ ନିର୍ଗତ ବାଷ୍ପ ଓ ଧୂଆଁ ଏବଂ ନିର୍ମାଣ କ୍ଷେତ୍ରରୁ ନିର୍ଗତ ପ୍ରଦୂଷଣକାରୀ କଣିକା ଯୋଗୁ ପ୍ରଦୂଷଣ ବଢ଼ୁଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଉଛି। କିନ୍ତୁ ଏହାର ପ୍ରତିକାର କରିବା ପାଇଁ ହୁଏତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସକ୍ଷମ ହୋଇପାରୁନାହିଁ। ଉଲ୍ଲେଖନୀୟ ଯେ, ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ କ୍ଷତିକାରକ ନୁହେଁ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ତାହା ଅତି ମାରାମତ୍କ, ଯାହା ଓଡ଼ିଶାରେ ଏହି ୬ଟି ସହରରେ ଦେଖାଯାଇଛି। ଓଡ଼ିଶାର ଅନ୍ୟ ସହରଗୁଡ଼ିକ ମଧ୍ୟ ପ୍ରଦୂଷଣ ବଳୟ ମଧ୍ୟକୁ ଚାଲିଯାଉଥିବା ଜଣାପଡ଼ିଛି। ୨୦୧୯ରେ ଭାରତର ସବୁଠୁ ପ୍ରଦୂଷିତ ୧୦୨ ସହର ମଧ୍ୟରେ ଏହିସବୁ ସହର ରହିଥିଲା। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଧ୍ୟ ସେତେବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି ସତର୍କ କରିଦେଇଥିଲେ। କିନ୍ତୁ ଏବକାର ସ୍ଥିତି ସ୍ପଷ୍ଟ କରୁଛି ଯେ, ଏଥିପ୍ରତି ସଚେତନତା ପ୍ରକାଶ ପାଉନାହିଁ।
ପ୍ରଦୂଷଣ ରୋକିବାରେ ଅବହେଳା ଭୁବନେଶ୍ୱରର ଗାଡ଼କଣରେ ଠୁଳ ହୋଇଥିବା ଆବର୍ଜନା ଦୁର୍ଗନ୍ଧରୁ ସ୍ପଷ୍ଟ ବାରି ହୋଇପଡ଼େ। ରାଜଧାନୀ ସ୍ଥିତିକୁ ଦେଖିଲେ ଅନ୍ୟ ସହରଗୁଡ଼ିକର ସ୍ଥିତି ସହଜରେ ଅନୁମାନ କରିହେଉଛି। କାରଣ ତାଲିକାରେ ଥିବା କେତୋଟି ସହରରେ ଶିଳ୍ପ ଏବଂ ଖଣି ଖନନ କାର୍ଯ୍ୟ ଲାଗି ରହିଥିବାରୁ ଏହିସବୁ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଓଡ଼ିଶାରେ ଦୀର୍ଘଦିନ ଧରି ଧ୍ୟାନ ଦିଆଯାଉନାହିଁ। ଅନ୍ୟ ରାଜ୍ୟକୁ ନକଲ କରି ଓଡ଼ିଶାରେ ମଧ୍ୟ ମୋଟରଗାଡ଼ି ଉପରେ ୧୦ ବର୍ଷ ଜୀବନକାଳ କଟକଣା ଲାଗୁ କରାଯାଇଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଢ଼ି ଉଠୁଥିବା କିମ୍ବା ଚାଲୁଥିବା ଶିଳ୍ପଗୁଡ଼ିକ ଯେଉଁ ଅତ୍ୟଧିକ ମାତ୍ରାରେ ଜଳ ଏବଂ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛନ୍ତି, ତାହା ପ୍ରତି ଦୃଷ୍ଟି ଦେବାକୁ କେହି ନାହାନ୍ତି। ସାଧାରଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଇନ୍‌ସ୍ପେକ୍ଟର ଏକ ବଡ଼ କାରଖାନା ନିରୀକ୍ଷଣ କରିବାକୁ ଯାଇଥା’ନ୍ତି। ସେଠାରେ ତାଙ୍କୁ କଦଳୀ ଏବଂ କାଜୁ ଦେଇ ସ୍ବାଗତ କରାଯିବା ସହ ଅଳ୍ପ ପରିମାଣରେ ସନ୍ତୁଷ୍ଟ କରି ଫେରାଇ ଦିଆଯାଏ। ସେହି ଇନ୍‌ସ୍ପେକ୍ଟରଙ୍କୁ ମଧ୍ୟ ଦୋଷ ଦେଇ ହେବନାହିଁ। ଉଦାହରଣ ସ୍ବରୂପ, ମହାନଦୀ କୋଲଫିଲ୍ଡସ୍‌ ଭଳି ବିରାଟକାୟ ସରକାରୀ କୋଇଲା ଖଣି ଖନନ କରୁଥିବା କମ୍ପାନୀ ଯେଉଁ ପ୍ରଦୂଷଣ ଘଟାଉଛି, ତାହା ତାଳଚେର ଏବଂ କଣିହଁା ଅଞ୍ଚର ବାସିନ୍ଦା କହିପାରିବେ। ସେଠାରେ ପ୍ରଦୂଷଣ ବୋର୍ଡର ଇନ୍‌ସ୍ପେକ୍ଟର କୌଣସି କ୍ଷମତା ପ୍ରଦର୍ଶନ କରିପାରିବେ ନାହିଁ। ତେଣୁ ବୁଝିବାକୁ ହେବ ଯେ, ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସର୍ବନିମ୍ନ ସ୍ତରରେ ନିରୀକ୍ଷକ ସମ୍ପୂର୍ଣ୍ଣ ଭାବେ କ୍ଷମତାବିହୀନ। ତେଣୁ ପ୍ରଦୂଷଣ ସହିତ ବଞ୍ଚତ୍ବାକୁ ନାରାଜ ବ୍ୟକ୍ତି ସୁଖରେ ଲକ୍ଷାଦ୍ୱୀପ ଟାପୁକୁ ଚାଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?