Posted inଜାତୀୟ

ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର

ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ତେବେ ଏହି କଟକଣା କେବଳ ଦିଲ୍ଲୀ-ଏନ୍‌ସିଆର୍‌ ପାଇଁ ସୀମିତ କାହିଁକି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଶ୍ନ କରିଛନ୍ତି। ଯଦି ସ୍ବଚ୍ଛ ବାୟୁ ଜାତୀୟ ରାଜଧାନୀର ସମ୍ଭ୍ରାନ୍ତ ବାସିନ୍ଦାମାନଙ୍କ ଅଧିକାର, ତେବେ ତାହା ସାରା ଦେଶର ନାଗରିକଙ୍କ ପାଇଁ ଲାଗୁହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜାତୀୟ ରାଜଧାନୀ ଅଞ୍ଚଳରେ ବାଣ ନିୟନ୍ତ୍ରଣ ସମ୍ପର୍କିତ କେତେକ ପିଟିଶନ୍‌ର ଶୁଣାଣି କରି ପ୍ରଧାନ ବିଚାରପତି ବି.ଆର୍‌. ଗବଇ ଏବଂ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଥିଲେ, ଯଦି ଏନ୍‌ସିଆର୍‌ ଅନ୍ତର୍ଗତ କେତେକ ସହର ସ୍ବଚ୍ଛ ବାୟୁ ପାଇବାକୁ ହକ୍‌ଦାର ତେବେ ଅନ୍ୟ ସହରର ଜନସାଧାରଣ ପାଇବେ ନାହିଁ କାହିଁକି? ଏଥିପାଇଁ ଯଦି କୌଣସି ନୀତି କାର୍ଯ୍ୟକାରୀ ହେଉଛି, ତେବେ ତାହା ସାରା ଦେଶ ଲାଗି ହେବା ଆବଶ୍ୟକ। ଦେଶର ସମ୍ଭ୍ରାନ୍ତ ବ୍ୟକ୍ତିମାନେ ରହୁଥିବା କାରଣରୁ କେବଳ ଦିଲ୍ଲୀ ପାଇଁ ଏକ ନୀତି ପ୍ରଣୟନ କରାଯାଇପାରିବ ନାହଁି ବୋଲି ଖଣ୍ଡପୀଠ କହିଛନ୍ତି। ସିଜେଆଇ କହିଥିଲେ, ସେ ଗତବର୍ଷ ଶୀତଦିନେ ଅମୃତସର ଯାଇଥିଲେ। ସେଠାରେ ପ୍ରଦୂଷଣ ଦିଲ୍ଲୀଠାରୁ ଆହୁରି ଖରାପ। ଯଦି ବାଣ ନିଷେଧ ହେଉଛି, ତେବେ ସାରା ଦେଶରେ ନିଷେଧ ହେଉ ବୋଲି ସିଜେଆଇ ଟିପ୍ପଣୀ ଦେଇଛନ୍ତି।
ବରିଷ୍ଠ ଆଇନଜୀବୀ ତଥା ଆମିକସ୍‌ କ୍ୟୁରି ଅପରାଜିତା ସିଂ କହିଥିଲେ, ସମ୍ଭ୍ରାନ୍ତମାନେ ସେମାନଙ୍କ ଯତ୍ନ ନେଉଛନ୍ତି। ପ୍ରଦୂଷଣ ବେଳେ ସେମାନେ ଦିଲ୍ଲୀ ବାହାରକୁ ଯାଆନ୍ତି। ଏହି ପ୍ରସଙ୍ଗରେ ବାୟୁ ମାନ ପରିଚାଳନା ଆୟୋଗରୁ ସବିଶେଷ ରିପୋର୍ଟ ସଂଗ୍ରହ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତି ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କୁ କହିଥିଲେ। ପ୍ରଦୂଷଣ ହ୍ରାସ ପାଇଁ ‘ସବୁଜ ବାଣ’ର ବ୍ୟବହାର୍ଯ୍ୟତା ଉପରେ ନ୍ୟାଶନାଲ ଏନ୍‌ଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆର୍‌ଆଇ) ପରୀକ୍ଷା କରୁଥିବା ଭଟି କହିଥିଲେ। ବାଣ ପ୍ରସ୍ତୁତି ପାଇଁ ଅନୁମତିଯୋଗ୍ୟ ରାସାୟନିକ ସଂରଚନା ସମ୍ପର୍କରେ ଏନ୍‌ଇଇଆର୍‌ଆଇ ଲେଖିଲେ, ତଦନୁଯାୟୀ ବାଣ ଡିଜାଇନ୍‌ କରାଯିବ ବୋଲି ବାଣ ଉତ୍ପାଦନକାରୀଙ୍କ ପକ୍ଷର ଓକିଲ କହିଥିଲେ। କଟକଣା ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ବାଣ ଉତ୍ପାଦନକାରୀଙ୍କ ଲାଇସେନ୍ସ ରଦ୍ଦ କରୁଥିବା ନେଇ ବରିଷ୍ଠ ଆଇନଜୀବୀ କେ. ପରମେଶ୍ୱର ଉଦ୍‌ବେଗ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?