Posted inଖେଳ

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ। ଇଂଲଣ୍ଡ ସିରିଜ ପୂର୍ବରୁ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଓ ଗୋଟିଏ ଟି୨୦ ମ୍ୟାଚ୍‌ ଖେଳିବ। ଜାମାଇକାର ସାବିନା ପାର୍କରେ ଜାନୁୟାରୀ ୮ରୁ ୧୬ ତାରିଖ ମଧ୍ୟରେ ଏହି ସିରିଜ ଆୟୋଜନ ହେବ। ଶୁକ୍ରବାର ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରିଛି। ସେହିପରି ଜାନୁୟାରୀ ୨୨ରୁ ୩୦ ତାରିଖ ମଧ୍ୟରେ ବାର୍ବାଡୋସର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ୫ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ।
ଏକ ସନ୍ତୁଳିତ ଦଳ ଚୟନ କରିବାକୁ ଆମେ ପ୍ରୟାସ କରିଛୁ ବୋଲି ଓ୍ବେଷ୍ଟଇଣ୍ଡଜ କୋଚ୍‌ ଫିଲ ସିମନ୍ସ କହିଛନ୍ତି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ପୋଲାର୍ଡ ପାକିସ୍ତାନ ଗସ୍ତରେ ଯାଇପାରି ନ ଥିଲେ। ସେ ଟି୨୦ ବିଶ୍ୱକପ୍‌ ଖେଳିବା ଅବସରରେ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ।

ଘୋଷିତ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୁରନ, ଫବିଆନ ଆଲେନ (କେବଳ ଇଂଲଣ୍ଡ), ଡାରେନ ବ୍ରାଭୋ (କେବଳ ଇଂଲଣ୍ଡ), ରୋଷ୍ଟନ ଚେଜ, ଶେଲଡନ କଟ୍ରେଲ, ଡୋମିନିକ ଡ୍ରେକ୍ସ, ସାଇ ହୋପ, ଅକିଲ ହୋସେନ, ଜାସନ ହୋଲ୍ଡର, ବ୍ରାଣ୍ଡନ କିଙ୍ଗ୍‌, କାଏଲ ମେୟର୍ସ, ରୋଭମ୍ୟାନ ପାଓ୍ବେଲ, ରୋମାରିଓ ଶେଫେର୍ଡ, ଓଡିନ ସ୍ମିଥ, ହେଡେନ ଓ୍ବାଲ୍ସ ଜୁନିୟର।

ଆୟର୍ଲାଣ୍ଡ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଦଳ: କରିନ ପୋଲାର୍ଡ (ଅଧିନାୟକ), ସାଇ ହୋପ, ଶମରା ବ୍ରୁକ୍ସ, ରୋଷ୍ଟନ ଚେଜ, ଜଷ୍ଟିନ ଗ୍ରେଭ୍ସ, ଜାସନ ହୋଲ୍ଡର, ଅକିଲ ହୋସେନ, ଜେଡେନ ସିଲ୍ସ, ନିକୋଲାସ ପୁରନ, ରୋମାରିଓ ଶେଫର୍ଡେ, ଓଡିନ ସ୍ମିଥ୍‌ ଓ ଡେଭନ ଥୋମାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ବିଜୟୀ…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ପରାଜିତ...

ଆଇପିଏଲ୍‌ ପୂର୍ବରୁ ଇଞ୍ଜେକ୍ସନ ନେବେ ଷ୍ଟୋକ୍ସ

ଲଣ୍ଡନ, ୨୯ା୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ଭାରତ ଯିବା ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଏକ ଇଞ୍ଜେକ୍ସନ...

ମ୍ୟାଚ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ, ଏଆଇଟିଏ-ଆଇଟିଏଫ୍‌ ଆଲୋଚନା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳଯିବାକୁଥିବା ଡେଭିସ୍‌ କପ୍‌ ମ୍ୟାଚକୁ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ...

ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ...

ପୂର୍ବତନ ଫୁଟବଲ ଖେଳାଳି ସୁବାଷଙ୍କ ପରଲୋକ

କଟକ ଅଫିସ,୫।୧- ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ସୁବାଷ ଚନ୍ଦ୍ର ବୋଷଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ...

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର...

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ...

ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ...

Advertisement
Archives

Model This Week