Posted inଖେଳ

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ। ଇଂଲଣ୍ଡ ସିରିଜ ପୂର୍ବରୁ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଓ ଗୋଟିଏ ଟି୨୦ ମ୍ୟାଚ୍‌ ଖେଳିବ। ଜାମାଇକାର ସାବିନା ପାର୍କରେ ଜାନୁୟାରୀ ୮ରୁ ୧୬ ତାରିଖ ମଧ୍ୟରେ ଏହି ସିରିଜ ଆୟୋଜନ ହେବ। ଶୁକ୍ରବାର ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରିଛି। ସେହିପରି ଜାନୁୟାରୀ ୨୨ରୁ ୩୦ ତାରିଖ ମଧ୍ୟରେ ବାର୍ବାଡୋସର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ୫ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ।
ଏକ ସନ୍ତୁଳିତ ଦଳ ଚୟନ କରିବାକୁ ଆମେ ପ୍ରୟାସ କରିଛୁ ବୋଲି ଓ୍ବେଷ୍ଟଇଣ୍ଡଜ କୋଚ୍‌ ଫିଲ ସିମନ୍ସ କହିଛନ୍ତି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ପୋଲାର୍ଡ ପାକିସ୍ତାନ ଗସ୍ତରେ ଯାଇପାରି ନ ଥିଲେ। ସେ ଟି୨୦ ବିଶ୍ୱକପ୍‌ ଖେଳିବା ଅବସରରେ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ।

ଘୋଷିତ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୁରନ, ଫବିଆନ ଆଲେନ (କେବଳ ଇଂଲଣ୍ଡ), ଡାରେନ ବ୍ରାଭୋ (କେବଳ ଇଂଲଣ୍ଡ), ରୋଷ୍ଟନ ଚେଜ, ଶେଲଡନ କଟ୍ରେଲ, ଡୋମିନିକ ଡ୍ରେକ୍ସ, ସାଇ ହୋପ, ଅକିଲ ହୋସେନ, ଜାସନ ହୋଲ୍ଡର, ବ୍ରାଣ୍ଡନ କିଙ୍ଗ୍‌, କାଏଲ ମେୟର୍ସ, ରୋଭମ୍ୟାନ ପାଓ୍ବେଲ, ରୋମାରିଓ ଶେଫେର୍ଡ, ଓଡିନ ସ୍ମିଥ, ହେଡେନ ଓ୍ବାଲ୍ସ ଜୁନିୟର।

ଆୟର୍ଲାଣ୍ଡ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଦଳ: କରିନ ପୋଲାର୍ଡ (ଅଧିନାୟକ), ସାଇ ହୋପ, ଶମରା ବ୍ରୁକ୍ସ, ରୋଷ୍ଟନ ଚେଜ, ଜଷ୍ଟିନ ଗ୍ରେଭ୍ସ, ଜାସନ ହୋଲ୍ଡର, ଅକିଲ ହୋସେନ, ଜେଡେନ ସିଲ୍ସ, ନିକୋଲାସ ପୁରନ, ରୋମାରିଓ ଶେଫର୍ଡେ, ଓଡିନ ସ୍ମିଥ୍‌ ଓ ଡେଭନ ଥୋମାସ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri