ତେଜୁଛି ରାଜନୈତିକ ବିବାଦ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମୁନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଏବଂ ଅନୁଧ୍ୟାନ ରିପୋର୍ଟ ଦାଖଲ କରାଯିବା ପରେ ପୁଣି ଥରେ ମୁହିଁାମୁହିଁ ହୋଇଛନ୍ତି ଶାସକ ବିଜେଡି ଏବଂ ଭାଜପା। ଏଏସ୍‌ଆଇ ରିପୋର୍ଟକୁ ନେଇ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଆଇନ ଅନୁଯାୟୀ ସରକାର ସମସ୍ତ କାମ କରୁଥିବା ପୁରୀ ଏମ୍‌ପି ପିନାକୀ ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ।
ବିବାଦୀୟ ପ୍ରକଳ୍ପ ସମ୍ପର୍କରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସମ୍ବିତ୍‌ କହିଛନ୍ତି, ରାଜ୍ୟ ସରକାର ଅହଙ୍କାର ଛାଡି ଭୁଲ ସ୍ବୀକାର କରନ୍ତୁ। ଏହି ବିଶ୍ୱସ୍ତରୀୟ ଐତିହ୍ୟ ନଷ୍ଟ ହେଲେ ଭବିଷ୍ୟତ ପିଢ଼ି କ୍ଷମା ଦେବେନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବୈଧ ଅନୁମତି ନ ଥିଲା। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉନାହିଁ। କିନ୍ତୁ ଆଇନର ପରିଧି ଭିତରେ ରହି କାର୍ଯ୍ୟ ହେବା ଆବଶ୍ୟକ। ସମ୍ବିତ୍‌ ଆହୁରି କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଡିପିଆର୍‌ ଦାଖଲ କରାଯାଇଛି। ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ନିର୍ମାଣ ସମୟରେ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଛନ୍ତି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା ତେବେ କାହିଁକି ବାରମ୍ବାର ଡିପିଆର୍‌ ବଦଳାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ନିଷିଦ୍ଧାଞ୍ଚଳ ଘୋଷିତ ୧୦୦ ମିଟରରେ କୌଣସି ନିର୍ମାଣ ହୋଇପାରିବ ନାହିଁ। ୨୦୦ ମିଟର ପରିଧିରେ ହେଉଥିବା ନିର୍ମାଣ ପାଇଁ ଅନୁମତି ନିଆଯିବା ବାଧ୍ୟତାମୂଳକ। ହେଲେ ରେସ୍‌ପନ୍ସ ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର କରାଯାଇଛି। କୀର୍ତ୍ତିରାଜି ଧ୍ୱଂସ କରିବା ବଡ ଭୁଲ୍‌। ଏଥିଲାଗି ପ୍ରତି ଓଡ଼ିଆଙ୍କ ହୃଦୟ କାନ୍ଦୁଛି। ସଂସଦରେ ପୁରୀ ଏମ୍‌ପି ଯେଉଁ ମିଛ କହିଛନ୍ତି, ସେଥିଲାଗି କ୍ଷମା ମାଗନ୍ତୁ ବୋଲି ମଧ୍ୟ ସମ୍ବିତ୍‌ କହିଛନ୍ତି।
ଅପରପକ୍ଷେ ସମ୍ବିତ୍‌ଙ୍କ ଆକ୍ରମଣର ଜବାବରେ ପୁରୀ ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ଏଏସ୍‌ଆଇ ଅନୁମତି ଦେଇଥିବା କଥା ଆମେ କେବେ କହିନାହୁଁ। ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍‌ଏମଏ) ଯେଉଁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇଛି, ତଦନୁଯାୟୀ କାମ ହେଉଛି। ରାଜ୍ୟ ସରକାର ଆଇନ ଅନୁଯାୟୀ କାମ କରୁଛନ୍ତି। ଡିପିଆର୍‌ ବଦଳାଇ ହେବ ନାହିଁ ବୋଲି କେଉଁଠାରେ ଏବଂ କେଉଁ ଆଇନରେ ଉଲ୍ଲେଖ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ କାର୍ଯ୍ୟ ଲାଗି କେତେ ଫାଉଣ୍ଡେଶନ କରାଯିବ ତାହା ନା ସମ୍ବିତ୍‌ ନା ସେ ନିଜେ ଜାଣିଛନ୍ତି। ଏହି କାମ ଯେଉଁ ସିଭିଲ୍‌ ଇଞ୍ଜିନିୟରମାନେ କରୁଛନ୍ତି, ସେମାନେ ଏହା ଠିକ୍‌ ଜାଣିଛନ୍ତି। ଏଭଳି ଐତିହାସିକ ପଦକ୍ଷେପକୁ ଯେଉଁମାନେ ବନ୍ଦ କରିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବେନାହିଁ। କେବଳ ୨୪ ଘଣ୍ଟା ଖବରରେ ରହିବାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଏଭଳି ଚେଷ୍ଟା କରୁଛନ୍ତି। ଏହାକୁ ବୁଦ୍ଧିଜୀବୀମାନେ ଠିକ୍‌ ବୁଝିସାରିଛନ୍ତି ବୋଲି ପିନାକୀ କହିଛନ୍ତି।
ଏଏସ୍‌ଆଇର ସତ୍ୟପାଠ ନେଇ ସରକାରଙ୍କ ଉପରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସ୍‌ଆଇ ରିପୋର୍ଟରେ ରହିଛି। କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡିବ ନା ନାହିଁ ଅନୁଧ୍ୟାନ ହୋଇନି ବୋଲି ଏଥିରେ ଦର୍ଶାଯାଇଛି। ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇନାହିଁ। ଏଥିରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ଯଦି ଭବିଷ୍ୟତରେ ନିର୍ମାଣ ବେଆଇନ ଘୋଷଣା ହୁଏ, ତେବେ ଦାୟୀ କିଏ ରହିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
ସେହିପରି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଯାହା କ୍ଷତି ହୋଇଛି ତାହା ଫେରିବ ନାହିଁ। ଆଗକୁ ଯେପରି ଅଧିକ କ୍ଷତି ନ ହେବ ଏଥିଲାଗି ଏବେଠାରୁ ଉଦ୍ୟମ ହେବା ଜରୁରୀ। ପ୍ରକଳ୍ପକୁ ନେଇ ସେବାୟତ, ମଠ ମହନ୍ତ କେହି ଖୁସି ନାହାନ୍ତି। କୋର୍ଟ କଚେରିରେ ମାମଲାର ସମାଧାନ ହେବନି। ଏଥିଲାଗି ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି।
ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ବେଆଇନ ଭାବେ କାମ କରିବା ଯେତିକି ଭୁଲ୍‌, ଏଏସଆଇ ଏହାର ସମାଧାନ ନ କରିବା ସେତିକି ଭୁଲ୍‌। ଅନୁମତି ନ ମିଳି କାମ ହେଲା ବେଳେ ଏଏସ୍‌ଆଇ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରି କାମ କରିବା ଦୁର୍ଭାଗ୍ୟଜନକ। ଏହାକୁ ବେଆଇନ ବୋଲି ଜାଣିବା ପରେ ବନ୍ଦ ନ କରିବା ଆହୁରି ବଡ ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri