ପୋଲିସ-ଚାଷୀନେତା ମୁହାଁମୁହିଁ: ଚାଷୀ ଗଲେ କଲେକ୍ଟୋରେଟ୍‌ ଗେଟ୍‌ ପଡୁଛି

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବର୍ଷା ସହିତ ଖରିଫ ଚାଷ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ଚାଷୀଙ୍କ ରବିଧାନ ବିକ୍ରି ହୋଇପାରି ନାହିଁ। ଅନ୍ୟପଟେ ଖଳାଠାରୁ ଆରମ୍ଭ କରି ଖୋଲାମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇ ବସିଛି। ଏଭଳି ସ୍ଥିତି ଚାଷୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡ଼ିଛି। ଫଳରେ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ ତୁରନ୍ତ କ୍ରୟ କରିବା ତଥା ମଣ୍ଡିରୁ ଉଠାଇବା ପାଇଁ ଦାବି ହେଉଛି। ସ୍ଥାନୀୟ ଅଧିକାରୀମାନେ ଧାନ ଉଠାଣ ଦିଗରେ ଆଶାନୁରୂପ ପଦକ୍ଷେପ ନେଉ ନଥିବାରୁ ଜିଲାପାଳଙ୍କ ଦୃଷ୍ଟିକୁ ସେହି ସମସ୍ୟା ଆଣିବା ପରେ କିଛି ସୁଫଳ ମିଳିବ ବୋଲି ଚାଷୀମାନେ ମନରେ ଆଶା ବାନ୍ଧିଛନ୍ତି। ଏହି ଆଶା ନେଇ ଜିଲାର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ପ୍ରତିଦିନ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାନ ଉଠାଣ ଦାବି ନେଇ ଆସୁଛନ୍ତି। କେତେକ ଚାଷୀ ବର୍ଷାରେ ଭିଜି ନଷ୍ଟ ହୋଇଥିବା ତଥା ଗଜା ହୋଇଥିବା ଧାନ ଧରି ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। କିନ୍ତୁ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ସେହି ଦାବି ନେଇ ଆସିଥିବା ସମସ୍ତ ଚାଷୀଙ୍କୁ ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳ ବସୁଥିବା ଚ୍ୟାମ୍ବରକୁ ଛାଡୁ ନାହାନ୍ତି ଏବଂ କିଛି ଚାଷୀ ପ୍ରତିନିଧି ସେମାନଙ୍କ ଅଭିଯୋଗ ନେଇ ସେଠାକୁ ଯିବାକୁ କହୁଛନ୍ତି। ଗୋଟିଏ ପଟେ ଚାଷୀ ଧାନବିକ୍ରି କରି ନ ପାରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ପୋଲିସର ସେଭଳି କଟକଣା ଚାଷୀଙ୍କ ପାଇଁ କଟା ଘାରେ ଚୂନ ଦେବା ଭଳି ହୋଇଛି ଏବଂ ଏହାକୁ ନେଇ ଅସନ୍ତୋଷର ନିଆଁ କୁହୁଳୁଛି।
ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସ୍ଥିତିରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଭେଡ଼େନ ବ୍ଲକ ଖୁଣ୍ଟୁଲିପାଲି ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଧାନ ଉଠାଣ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଦାବିପତ୍ର ଧରି ଜିଲାପାଳ, ଅତିରିକ୍ତ ଜିଲାପାଳ ବସୁଥିବା ଚ୍ୟାମ୍ବର ଅଭିମୁଖେ ଯାଉଥିଲେ। ମାତ୍ର ସେଠାରେ ଅଳ୍ପ କିଛି ଚାଷୀଙ୍କୁ ଛାଡ଼ି ଲାଗିଥିବା ଏକ ଫାଟକକୁ ଉପସ୍ଥିତ ପୋଲିସ କର୍ମଚାରୀମାନେ ବନ୍ଦ କରି ଦେଇଥିଲେ। ଫଳରେ ଅନେକ ଚାଷୀଙ୍କୁ ଫାଟକ ସମ୍ମୁଖରେ ରହିବାକୁ ପଡ଼ିଥିଲା। ତେବେ ପୋଲିସର ସେଭଳି ଆଭିମୁଖ୍ୟକୁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ସମାଲୋଚନା କରିବା ସହିତ କାହିଁକି ଫାଟକ ବନ୍ଦ କଲେ ବୋଲି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ପୋଲିସ ଏବଂ ଚାଷୀନେତାଙ୍କ ମଧ୍ୟରେ କଟାକଟି ଚାଲିଥିବାବେଳେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ନିଜ ଚ୍ୟାମ୍ବରକୁ ସେହି ବାଟ ଦେଇ ଆସୁଥିଲେ। ତେବେ ସେ ନିଜ ଚ୍ୟାମ୍ବରକୁ ପଶିବା ପୂର୍ବରୁ ଚାଷୀମାନେ ଅଟକାଇ ଦାବିପତ୍ର ପ୍ରଦାନ କରିଥିଲେ। ଗତ କିଛିଦିନ ତଳେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଥିଲା। ଚାଷୀମାନେ ଦୁର୍ଦ୍ଦଶାରେ ଥିବାବେଳେ ସେମାନଙ୍କ ପ୍ରତି ଆନ୍ତରିକତା ବଦଳରେ ଅଧିକାରୀଙ୍କ ସେଭଳି ଆଭିମୁଖ୍ୟ ଏବେ ସାରାଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?