Posted inଜାତୀୟ

ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା

ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ପଞ୍ଜାବର ଅମୃତସରରେ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇଥିବା ଜଣାପଡ଼ିଛି। ତେବେ ଗ୍ରାମବାସୀଙ୍କ ସତର୍କତା ପରେ ପଞ୍ଜାବ ପୋଲିସ ଏହାକୁ ଜବତ କରିବାରେ ସଫଳ ହୋଇଛି। ୭ଟି ବ୍ୟାଗରେ ପାକିସ୍ତାନ ଆଇଇଡି, ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ପଠାଇଥିଲା। ସୂଚନା ଆଧାରରେ ରବିବାର ସନ୍ଧ୍ୟାରେ ପଞ୍ଜାବ ପୋଲିସ ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରି ପାକିସ୍ତାନର ଯୋଜନାକୁ ପଣ୍ଡ କରିଛି। ଏନେଇ ପଞ୍ଜାବର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିନକର ଗୁପ୍ତା ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଓ ରବିବାର ଅମୃତସର ନିକଟସ୍ଥ ଏକ ଗ୍ରାମରେ ଡ୍ରୋନ୍‌ର ଗତିବିଧି ଦେଖିବାକୁ ମିଳିଥିଲା। ଏଥିସହ ଗାଁଲୋକେ କିଛି ଖସିିବାର ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ। ଏହାପରେ ଗାଁଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ତେବେ ରବିବାର ସନ୍ଧ୍ୟାରେ ପୋଲିସ ଯାଞ୍ଚ କରିବା ସମୟରେ ବିସ୍ଫୋରକ ସାମଗ୍ରୀ ତଥା ଆଇଇଡି, ଟିଫିନ ବୋମା, ପାଞ୍ଚଟି ହ୍ୟାଣ୍ଡ ଗ୍ରେନେଡ ଓ ୧୦୦ରୁ ଅଧିକ ଗୁଳି ଜବତ କରିଥିଲା। ଏନେଇ ସ୍ଥାନୀୟ ପୋଲିସ ଗୋଇନ୍ଦା ବିଭାଗକୁ ମଧ୍ୟ ସୂଚନା ପଠାଇଛି। ଏତଦ୍‌ ବ୍ୟତୀତ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ପୋଲିସ ଡିଜିପି ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନ ପଞ୍ଜାବ, ଜମ୍ମୁ-କାଶ୍ମୀର ସୀମାରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛି। କ୍ରମାଗତ ଭାବେ ସେ ଡ୍ରୋନ ଜରିଆରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri