Advertisement
Posted inଫୁରସତ

ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର

ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ ଲେଖିଛନ୍ତି, ମୋତେ ବିବାହ କରିବ କି? ଯୁବକଙ୍କ ଏପରି ହୃଦୟସ୍ପର୍ଶୀ ବାର୍ତ୍ତା ଦେଖି ସେହି ଯୁବତୀଙ୍କ ଜଣକ ଖୁସିରେ ଆତ୍ମହରା ହୋଇଉଠିଛନ୍ତି।

୨୪ ବର୍ଷୀୟ ଲୁଇସ୍‌ ହ୍ବାଇଟ୍‌ ସୋମରସେଟ୍‌ରେ ରୁହନ୍ତି। ସେ ଏମିଲି ନାମକ ଜଣେ ଯୁବତୀଙ୍କୁ ମନେ ମନେ ଭଲ ପାଉଥଲେ। ମାତ୍ର ଏକଥା ତାଙ୍କୁ ମନ ଖୋଲି କହି ପାରୁ ନ ଥିଲେ। ଏମିଲିଙ୍କୁ ମନାଇବା ପାଇଁ ଦୁଇଟି ଗାଈଙ୍କୁ ଜମିରେ ଚରାଇବା ପାଇଁ ଛାଡ଼ିଥିଲେ। ଏହି ଦୁଇଟି ଗାଈଙ୍କ ପିଠିରେ ସେ ଏମିଲିଙ୍କ ପାଇଁ ଲେଖିଥିଲେ ମୋତେ ବିବାହ କରିବ କି?

ଏହା ଦେଖି ଏମିଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ପରେ ଲୁଇସ ତାଙ୍କୁ ମୁଦି ପିନ୍ଧାଇଥିଲେ। ଏନେଇ ଲୁଇସ୍‌ କୁହନ୍ତି, ମୁଁ ଦୀର୍ଘଦିନରୁ ଚାହୁଁଥିଲି ଏମିଲିଙ୍କୁ ପ୍ରପୋଜ କରିବା ପାଇଁ। ମାତ୍ର ପାରୁ ନ ଥିଲି। ସେଥିପାଇଁ ଗାଈ ଦୁଇଟିଙ୍କର ସାହାରା ନେଇଥିଲି। ଗାଈଙ୍କୁ କ୍ଷେତକୁ ଚରିବା ପାଇଁ ପଠାଇ ଭୋର୍‌ର ଏମିଲିଙ୍କୁ ଫୋନ୍‌ କରିଥିଲି। କହିଥିଲି ତୁମେ କ୍ଷେତକୁ ଯାଇ ଦେଖ। ସେ ଯାଇ ଦେଖନ୍ତି ତ ଗାଈଙ୍କ ପିଠିରେ ଏପରି ଲେଖାହୋଇଛି। ସେ ମୋର ଏପରି ପ୍ରପୋଜ ଦେଖି ଖୁବ୍‌ ଖୁସି ହେବା ସହ ହଁ ବି ଭରିଥିଲେ। ଏତେ ଦିନ ପରେ ମୋତେ ମୋ’ ଖୁସି ମିଳିଥିବାରୁ ମୁଁ ବହୁତ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ...

ସିଆରପିଏଫ୍‌ରେ ଯୋଗ ଦେବାକୁ ଚାହୁଁଥିଲେ, ମାଟ୍ରିକ୍‌ରୁ ଗ୍ରାଜୁଏଶନ୍‌ ପର୍ଯ୍ୟନ୍ତ ମିଳୁଛି ନିଯୁକ୍ତି,ମାସିକ ଦରମା ୧.୪୨ ଲକ୍ଷ

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ସ୍ନାତକୋତ୍ତର ଏବଂ ଡିପ୍ଲୋମା ଧାରକମାନଙ୍କ ପାଇଁ ସାଧାରଣ ଦଶମ ଏବଂ ଦ୍ୱାଦଶ ପାସଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାଜୁଏଟ୍‌...

ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି...

ଜଳରୁ ବାହାରିବ ହାଇଡ୍ରୋଜେନ୍‌

ନୂଆଦିଲ୍ଲୀ: କାଲିଫର୍ନିଆ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜଳରୁ ହାଇଡ୍ରୋଜେନ୍‌ ଉତ୍ପାଦନ କରିବା ଲାଗି ଏକ ମେଥଡ୍‌ର ଆବିଷ୍କାର କରିଛନ୍ତି। ରୁମ୍‌ ତାପମାତ୍ରାରେ ଜଳରୁ ହାଇଡ୍ରୋନ୍‌ ଉତ୍ପାଦନ କରାଯାଇ...

ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ

ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ...

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ...

ବିନା କାରଣରେ ଷଣ୍ଢକୁ ପିଟିଲେ ବୃଦ୍ଧ, ଷଣ୍ଢ ଦେଲା ପାଲଟା ଜବାବ; ଭିଡିଓ ଦେଖିଲେ ହସିହସି ଗଡ଼ିବେ

ପୂର୍ବରୁ କୁକୁର ଏବଂ ବିଲେଇଙ୍କ ଖୁବ୍‌ ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ହସର ଖୋରାକ ଯୋଗାଇଛି। ମାତ୍ର ଏବେ ଏକ...

୨୦୦୦ ଫୁଟ ଉଚ୍ଚରେ ବସି ଫଟୋ ଉଠାଉଥିଲେ ଯୁବତୀ, ଭୟଙ୍କର ଭିଡିଓ ଦେଖିଲେ…

ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ। ତେଣୁ ଲୋକଙ୍କ ମଧ୍ୟରେ ସେଲଫି ଏବଂ ଦୁଃସାହସିକ ଫଟୋ ପାଇଁ ଏକ ଜବରଦସ୍ତ କ୍ରେଜ୍‌ ଆସିଛି। ସୋସିଆଲ ମିଡିଆ...

Advertisement
Archives

Model This Week